କାନାଡାର ଗବେଷକଙ୍କ ମତ: ଷ୍ଟିଲ ବାସନକୁସନରେ ଖାଦ୍ୟ ତିଆରି କରିବା ସ୍ବାସ୍ଥ୍ୟପ୍ରତି ହୋଇପାରେ କ୍ଷତିକାରକ

Published By : Prameya-News7 Bureau | November 30, 2019 IST

ନୂଆଦିଲ୍ଲୀ୩୦/୧୧: ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ସାଧାରଣତଃ ଆମେ ରୋଷେଇ ଘରେ ଷ୍ଟିଲ ବା ଇସ୍ପାତରେ ତିଆରି ବାସନକୁସନର ବ୍ୟବହାର କରି ଥାଆନ୍ତି। ଷ୍ଟିଲ ବାସନ କୁସନର ବ୍ୟବହାରକୁ ନେଇ କାନାଡ଼ାର ୟୁନିଭର୍ସିଟି ଅଫ୍‌ ଟୋରୋଣ୍ଟୋ ଏକ ଗବେଷଣା କରିଛି। ଏହି ଗବେଷଣା ଅନୁସାରେ କଳଙ୍କି ବିହୀନ (ଷ୍ଟେନଲେସ୍ ଷ୍ଟିଲ) ବାସନ କୁସନରେ ଖାଦ୍ୟପେୟ କିମ୍ବା ଖାଦ୍ୟ ତିଆରି କରିବା ସ୍ବାସ୍ଥ୍ୟପ୍ରତି ହୋଇପାରେ କ୍ଷତିକାରକ ହୋଇଥାଏ।

{"id":192254,"sizeSlug":"large"}

କାନାଡାର ଗବେଷକଙ୍କ କହିବା ଅନୁସାରେ ଷ୍ଟିଲ ବାସନକୁସନରେ କାହାକୁ ଖାଦ୍ୟ ପରଷିବା କଥା ନୁହେଁ। କାହିଁକି ନା ଏହି ବାସନକୁସନରେ ବ୍ୟାକ୍ଟେରିଆ ଜମାଟ ବାନ୍ଧି ରହିଥାଆନ୍ତି। ଏହି ବାସନକୁସନକୁ ଖାଦ୍ୟ ପ୍ରସ୍ତୁତ କରିବାରେ ବାରମ୍ବାର ବ୍ୟବହାର କରିବା ଦ୍ବାରା ଏଥିରେ ବ୍ୟାକ୍ଟେରିଆ ଲୁଚି ରହିଥାଆନ୍ତି। କେମିତି ବ୍ୟାକ୍ଟେରିଆ ଷ୍ଟିଲ ବାସନକୁସନରେ ଲୁଚି ରହନ୍ତି ଆସନ୍ତୁ ଜାଣିବା।

{"id":192255,"sizeSlug":"large"}

ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ବାସନକୁସନରେ ପତଳା କୋଟିଂ ଅଏଲ ରହି ଯାଇଥାଏ।  ଯାହା କି ଏଥିପ୍ରତି ଆମେ ଧ୍ୟାନ ଦେଇ ନ ଥାଆନ୍ତି। ଏହି ବାସନକୁସନକୁ ବାରମ୍ବାର ରୋଷେଇରେ ବ୍ୟବହାର କରିବା ଦ୍ବାରା ଏଥିରେ ଛୋଟ ଛୋଟ ଫାଟରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି। ବାସନକୁସନରେ ଥିବା ଛୋଟଛୋଟ ଫାଟରେ ବାୟୋଫିଲ୍ମସ୍‌ ଓ ବ୍ୟାକ୍ଟେରିଆ ଭଳି ଜୀବାଣୁ ଲୁଚି ରହିଥାଆନ୍ତି।

{"id":192256,"sizeSlug":"large"}

ଷ୍ଟେଲ୍‌ଲେସ ଷ୍ଟିଲ ବାସନକୁସନକୁ ନିଆଁରେ ଦେଖାଇବା ମାତ୍ରେ ଗରମ ହୋଇଯାଇଥାଏ। ପାତ୍ର ଗରମ ହେବା ପୂର୍ବରୁ ବ୍ୟାକ୍ଟେରିଆ ରୋଷେଇ ପଦାର୍ଥରେ ମିଶି ଯାଆନ୍ତି। ଏହି ବ୍ୟାକ୍ଟେରିଆକୁ ଖାଲି ଆଖିରେ ଦେଖିବା ବହୁତ କଷ୍ଟକର ହୋଇଥାଏ। ଯଦି କୌଣସି ସୂକ୍ଷ୍ମ ଯନ୍ତ୍ର ସାହାଯ୍ୟରେ ଦେଖିବେ ତା ହେଲେ ନିଶ୍ଚିତ ଦେଖି ପାରିବେ। ଏଥିରେ ସାଲମୋନେଲା, ଲିଷ୍ଟିରିୟା ଓ ଇ. କୋଲି ଭଳି ସୂକ୍ଷ୍ମ ଜୀବାଣୁ ଷ୍ଟିଲ ବାସନକୁସନରେ ଲୁଚି କରି ଥାଆନ୍ତି।

{"id":192257,"sizeSlug":"large"}

ମାତ୍ର ଭଲ ଭାବେରେ ଏହାକୁ ସଫା କରିବା । ପାତ୍ରକୁ ଗରମ କରିବା ଅପରିଷ୍କାର ନ ରଖିବା । ବାସନ ଧୂଆ ଯାଉଥିବା ସ୍ଥାନକୁ ଅଧିକ ପରିଷ୍କାର ରଖିବା ପାଇଁ  ପରାମର୍ଶ  ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.