ବିପଦରେ ସହାୟତା : ଭୁବନେଶ୍ଵରରେ ରୋଟାରୀ କ୍ଲବ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ, ସୁରକ୍ଷାକର୍ମୀଙ୍କୁ ବି ସହଯୋଗ

Published By : Prameya-News7 Bureau | March 31, 2020 IST

ଭୁବନେଶ୍ବର ୩୧.୦୩ କରୋନା  ଜନୀତ ଅଭୂତପୂର୍ବ ପରିସ୍ଥିତି ତଥା ଲକ୍‌ଡାଉନ୍‌ର ସମୟରେ  ସରକାର ସମାଜର ବିଭିନ୍ନ ବର୍ଗଙ୍କ ଲାଗି ସହାୟତା ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ସରକାରୀ ସ୍ତରରେ ଯାହା କିଛି ଆବଶ୍ୟକ ତାହା ଜାରି ରହିଛି । ତଥାପି ସମସ୍ତଙ୍କ ଆବଶ୍ୟକତା ପୂରଣରେ କିଛି ନା କିଛି ଅଭାବ ରହିବା ଏକ ସ୍ବାଭାବିକ କଥା । ତେବେ ସେହି ଅଭାବ ପୂରଣ ଲାଗି ଏପରି  ଅଭାବନୀୟ ସମୟରେ ଆଗକୁ ଆସିଛନ୍ତି ଅନେକ ଅନୁଷ୍ଠାନ, ଦାତବ୍ୟ ସଂସ୍ଥା, ସ୍ବେଚ୍ଛାସେବୀ  ତଥା ସହୃଦୟବ୍ୟକ୍ତି ।

{"id":247164,"sizeSlug":"large"}

  କୋଭିଡ୍ ୧୯ ସଂକ୍ରମଣକୁ ରୋକିବାର ପ୍ରକ୍ରିୟା  ଜାରି ବେଳେ, କେହି ଯେପରି ଭୋକରେ ପ୍ରାଣ ନହରାନ୍ତୁ ଏହା ବଡ ଚ୍ୟାଲେଞ୍ଜ ହୋଇଛି । ଏହାକୁ  ଦୃଷ୍ଟିରେ ରଖି ଭୁବନେଶ୍ବରର ରୋଟାରୀ କ୍ଲବ ଅଫ୍  ଭୁବନେଶ୍ବର ଏକ୍ସଲେନ୍ସ ଏବଂ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ବର କ୍ୟାପିଟାଲ ପକ୍ଷରୁ ନୟାପଲ୍ଲୀରେ  ରନ୍ଧାଖାଦ୍ୟ ବଣ୍ଟନ  କାର୍ଯ୍ୟକ୍ରମ ସହ କରୋନା ମୁକାବିଲାରେ ଜୀବନକୁ ବାଜି ଲଗାଇ ନିୟୋଜୀତ ପୋଲିସ କର୍ମଚାରୀଙ୍କୁ ମଧ୍ୟ ସହାୟତାର ହାତ ବଢାଇଛନ୍ତି ଏହି ଦୁଇ ରୋଟାରୀ କ୍ଲବ ।

ଗତ ବୁଧବାର ଠାରୁ ରୋଟାରୀ କ୍ଲବ ପକ୍ଷରୁ ଏହି ରନ୍ଧାଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଏମସି ଏବଂ ପୋଲିସ ପ୍ରଶାସନର ସାହାଯ୍ୟରେ ଲକ୍‌ଡାଉନ୍‌ର ନିୟମ ଅନୁସାରେ ରୋଟାରୀ କ୍ଲବ ର ସ୍ବେଚ୍ଛାସେବୀ  ମାନେ ପ୍ରତି ଦିନ ୪୦୦ ରୁ ୬୦୦  ଅଭାବୀ ସାଧାରଣ ଜନତା, ବସ୍ତୀ ବାସିନ୍ଦାଙ୍କ ଲାଗି ଖାଦ୍ୟ ବ୍ୟବସ୍ଥା କରିଆସୁଛନ୍ତି । ଏହା  ଲକ୍‌ଡାଉନ ଶେଷ ପର୍ଯ୍ୟନ୍ତ ଜାରି ରହିବ ।

ରୋଟାରୀ କ୍ଲବ ରୋଟାରୀ କ୍ଲବ ଅଫ୍  ଭୁବନେଶ୍ବର ଏକ୍ସଲେନ୍ସ  ପକ୍ଷରୁ ରୋଟାରିଆନ ବିଜୟ ପାତ୍ର ଏବଂ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ବର କ୍ୟାପିଟାଲର ପିଡିଜି ରୋଟାରିଆନ ଅଜୟ ଅଗ୍ରୱାଲ ଏବଂ ରୋଟାରିଆନ ପ୍ରଶାନ୍ତ ମିଶ୍ର , ରୋଟାରିଆନ ଅଶୋକ ଅଗ୍ରୱାଲ ପ୍ରମୂଖଙ୍କ ତତ୍ତ୍ବାବଧାନରେ  ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି । ଏହା ବ୍ୟତୀତ ରୋଟାରୀ କ୍ଲବ ପକ୍ଷରୁ ରାଜଧାନୀରେ ସୁରକ୍ଷାରେ ନିୟୋଜୀତ ପୋଲିସ କର୍ମଚାରୀଙ୍କ ଲାଗି ମଧ୍ୟ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ବିଏମସି ଏବଂ କମିସନରେଟ ପୋଲିସର ସହାୟତା ତଥା ଲକ୍‌ଡାଉନର ନିୟମ ପରିସରରେ ପରିଚାଳିତ ଏହି ବ୍ୟବସ୍ଥାରେ ପ୍ରତିଦିନ ଶହ ଶହ ଭୋକିଲା ଲୋକଙ୍କୁ ଖାଦ୍ୟ ବଣ୍ଟନ ନିଶ୍ଚିତ ଭାବେ ପ୍ରଶଂସନୀୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.