Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : ରୋଷେୟା କହିଲେ- ଚିତ୍କାର ଶୁଣି ଉଦ୍ଧାର କରିବାକୁ ଯାଇଥିଲି, ଅନ୍ୟ ଘଟଣା ସମ୍ପର୍କରେ ଜାଣିନି

15/07/2021 at 5:35 PM

ଗଜପତି ୧୫।୭: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ସମୟ ଯେତେ ଗଡୁଛି ସସପେନ୍ସ ସେତେ ବଢୁଛି । ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ଡିଏଫଓ ଏବଂ ପତ୍ନୀ ଗଣମାଧ୍ୟମରେ ନିଜ ପକ୍ଷ ରଖିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ରୋଷେୟା ମନ୍ମଥ କୁମ୍ଭ ମୁହଁ ଖୋଲିଛନ୍ତି । ସେପଟେ ପୋଲିସ ତାଙ୍କ ପରିବାରର ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପାରଳାଖେମୁଣ୍ଡିରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ ଘର ଭିତରେ ପୋଡି ହୋଇ ଚିକିତ୍ସାଧୀନ ଅବସ୍ଥାରେ କଟକରେ ମଙ୍ଗଳବାର ଦିନ ଆଖି ବୁଜିଥିଲେ । ଘଟଣାର ଗୋଟିଏ ଦିନ ପରେ ସୌମ୍ୟରଞ୍ଜନଙ୍କ ପରିବାରଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଏଥିରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଓ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ସହ ରୋଷେୟାଙ୍କର ସମ୍ପୃକ୍ତି ରହିଥିବା ଏବଂ ପୋଡିମାରି ଦେଇଥିବା ଅଭିଯୋଗ ପରେ ପାରଳାଖେମୁଣ୍ଡି ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣାରେ ଅଭିଯୁକ୍ତ ଥିବା ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ବେଳେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି କହିଥିଲେ । ସମାନ ଭାବରେ ତାଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗକୁ ଖଣ୍ଡନ କରିବା ସହ ଡିଏଫଓଙ୍କ  ସହ କୌଣସି ସମ୍ପର୍କ ନଥିବା ସଫେଇ ଦେଇଥିଲେ । କିନ୍ତୁ ସନ୍ଦେହ ଘେରରେ ରହିଥିବା ରୋଷେୟା ବିଳମ୍ବରେ ହେଲେ ନିଜ ମୁହଁ ଖୋଲି ସେ ଚିତ୍କାର ଶୁଣି ଉଦ୍ଧାର  କରିବାକୁ ଯାଇଥିବା ବେଳେ  ଅନ୍ୟ କୌଣସି ଘଟଣା ସମ୍ପର୍କରେ ଅବଗତ ନଥିବା କହିଛନ୍ତି।

   Related Posts