ଲକଡାଉନରେ ଅଭାବୀଙ୍କୁ ସାହା ହେଲା ସ୍ୱେଚ୍ଛାସେବୀ ସଂଗଠନ : ଲୋକଙ୍କୁ ବାଣ୍ଟିଲା ରନ୍ଧାଖାଦ୍ୟ

Published By : Prameya-News7 Bureau | May 12, 2021 IST

ଚଣ୍ଡିଖୋଲ ୧୨/୫: କରୋନା ଚେନ୍ ଭାଙ୍ଗିବାକୁ ସାରା ରାଜ୍ୟରେ ଜାରି ରହିଛି ଲକଡାଉନ । ଏହି ସମୟରେ ରୋଜଗାର ବନ୍ଦ ରହିଥିବାରୁ ପ୍ରଭାବିତ ହୋଇଛନ୍ତି ଖଟିଖିଆ ଦନମଜୁରିଆ । ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ତେବେ ଅରିକ୍ଷିତକୁ ଦଇବ ସାହା ହେବା ଭଳି କିଛି ସ୍ୱେଚ୍ଛାସେବୀ ସଂଗଠନ ଏବେ ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି ।

ଏମିତି ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନ ହେଉଛି ଚଣ୍ଡୀଖୋଲରେ ଥିବା ମହାବାହୁ ଗ୍ରୁପ ସ୍ବେଛାସେବୀ ସଂଗଠନ । ବିଭିନ୍ନ ଅଂଚଳ କୁ ଯାଇ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି । ମୁଣ୍ଡାସାହିରେ ଲୋକଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଦେଉଛନ୍ତି । ଗ୍ରୁପର ପ୍ରତିଷ୍ଠାତା ଶିବ ପ୍ରସାଦ ସାମଲଙ୍କ ନେତୃତ୍ୱ ରେ ବିଭିନ୍ନ ଅଂଚଳରେ ଲକଡାଉନ ଜାରି ରହିଥିବା ପର୍ଯ୍ୟନ୍ତ ଏମିତି ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.