Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନିର୍ଭୟା ଦୋଷୀ ପୱନ ଗୁପ୍ତାର ପିଟିସନ୍ ଖାରଜ…

20/01/2020 at 9:29 PM

ନୂଆଦିଲ୍ଲୀ୨୦/୧: ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ପୱନ ଗୁପ୍ତାର ପିଟିସନ୍ ଖାରଜ। ସୁପ୍ରିମକୋର୍ଟ ପବନର ସ୍ପେସାଲ ଲିଭ୍ ପିଟିସନକୁ ଖାରଜ କରି ଦେଇଛନ୍ତି । ଆବେଦନରେ ନୂଆ ତଥ୍ୟ ନଥିବା କହି କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ଘଟଣା ସମୟରେ ନାବାଳକ ଥିବା ପିଟିସନରେ ଦର୍ଶାଇଥିଲା ପୱନ । ମାତ୍ର ନିର୍ଭୟା ଦୋଷୀ ଅକ୍ଷୟ ଓ ପଓ୍ବନ ଗୁପ୍ତା ଫାଶୀରୁ ରକ୍ଷା ପାଇବା ୨ ଥର ଲେଖାଏଁ ଚେଷ୍ଟା କରିଥିବା ବେଳେ ବିନୟ ଶର୍ମା ଥରେ ଚେଷ୍ଟା କରିଥିଲା। ଏଥିସହ ମୁକେଶ ସିଂ କୌଣସି ପ୍ରକାର ଚେଷ୍ଟା କରି ନଥିଲା।

୨୦୧୨ରେ ଘଟଣା ଘଟିବା ବେଳେ ସେ ନାବାଳକ ଥିଲା ଏବଂ ସେହି ଅନୁଯାୟୀ ତାର ବିଚାର ହୋଇନଥିବା ସେ ଆବେଦନରେ ଦର୍ଶାଇଥିଲା । ପୂର୍ବରୁ ପୱନର ଓକିଲ ଏପି ସିଂହ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଏହାକୁ ଖାରଜ କରିଦେଇଥିବା ବେଳେ ଓକିଲଙ୍କ ଉପରେ ଅର୍ଥଦଣ୍ଡ ମଧ୍ୟ କରିଥିଲେ।

ତେବେ ତାର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଶୁଣିନଥିବା ସୁପ୍ରିମକୋର୍ଟରେ ଏସଏଲପିରେ ଦର୍ଶାଇଥିଲେ ପବନର ଓକିଲ । ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ପିଟିସନକୁ ଖାରଜ କରିଦେଇଛନ୍ତି ।

   Related Posts