ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ

Published By : Prameya-News7 Bureau | September 04, 2018 IST

ଭୁବନେଶ୍ବର ୪|୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ଦିଆଯାଇଛି । ଛତିଶଗଡ ବିଳାସପୁର ଜେଲରେ ଥିବା କଏଦୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । କଏଦୀ ପୁଷ୍ପେନ୍ଦ୍ର ନାଥ ଚୌହ୍ବାନ ଏକ ଚିଠି ମାଧ୍ୟମରେ ହତ୍ୟା ଧମକ ଦେଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୫୦ କୋଟି ଟଙ୍କା ଦାବି କରି କଏଦୀ ପୁଷ୍ପେନ୍ଦ୍ର ଚିଠି ଲେଖିଥିବା ଜଣାପଡିଛି । ଏନେଇ ବିଳାସପୁର ଏସ୍‌ପି ଅରିଫ୍‌ ଶେଖ୍‌ ସୂଚନା ଦେଇଛନ୍ତି। ଏହି ଚିଠିକୁ ଡାକ ମାଧ୍ୟମରେ ପଠା ଯାଇଥିଲା । ଯାହାକି ଅଗଷ୍ଟ ୨୫ ତାରିଖରେ ଓଡ଼ିଶା ପୁଲିସ ଏହି ଚିଠିଟିକୁ ପାଇଥିଲେ ବୋଲି ସେ କହିଛନ୍ତି। ପୁଷ୍ପେନ୍ଦ୍ର ବହୁ ହତ୍ୟା, ରାହାଜାନି ଓ ଡକାୟତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୯ ମସିହାରୁ ବିଳାସପୁର ଜେଲରେ ଅଛି । ପୁଷ୍ପେନ୍ଦ୍ର ନାଁରେ ଛତିଶଗଡର ବିଭିନ୍ନ ଥାନାରେ ୫୦ରୁ ଉର୍ଦ୍ଧ୍ବ ମାମଲା ମଧ୍ୟ ରହିଛି । ଏ ଘଟଣା ନେଇ ତାକୁ ପଚରାଉଚରା ପରେ ସେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଏଭଳି କରିଥିବା ସ୍ବୀକାର କରିଥିବା ଜଣାପଡିଛି । ତେବେ ଏହା ପଛରେ ପ୍ରକୃତ କାରଣ କଣ ରହିଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି । ତେବେ ତଦନ୍ତ ପରେ ଓଡିଶା ପୁଲିସକୁ ରିପୋର୍ଟ ଦିଆଯିବ ବୋଲି ବିଳାସପୁର ଏସ୍ପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.