Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଧର୍ମାନ୍ତରଣ ଗ୍ୟାଙ୍ଗର ପର୍ଦ୍ଦାଫାସ : ହଜାରେ ଲୋକଙ୍କର କରାଇଛନ୍ତି ଧର୍ମ ପରିବର୍ତ୍ତନ, ଟାର୍ଗେଟ୍‌ରେ ଥିଲେ ଦିବ୍ୟାଙ୍ଗ, ଅସହାୟ ମହିଳା ଏବଂ ଶିଶୁ

21/06/2021 at 3:50 PM

ଲ​‌କ୍ଷ୍ନୌ ୨୧/ ୦୬ : ଧର୍ମାନ୍ତରୀକରଣ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଉତ୍ତର ପ୍ରଦେଶରେ ଦୀର୍ଘଦିନ ଧରି ଚାଲୁଥିବା ଧର୍ମାନ୍ତରୀକରଣର ପର୍ଦ୍ଦାଫାସ ହୋଇଛି । ଲୋକମାନ ଧର୍ମ ପରିବର୍ତ୍ତନ କରୁଥିବା ୨ ଜଣ ମୌଲାନାଙ୍କୁ ଗିରଫ କରିଛି ପୋଲିସ । ମହମ୍ମଦ ଉମର ଗୌତମ ଏବଂ  ମୁଫତୀ କାଜୀ ଜାହାଙ୍ଗୀର କାସମୀକୁ ଗିରଫ କରିଛି ଉତ୍ତର ପ୍ରଦେଶ ଏଟିଏସ । ସୁପରିକଳ୍ପିତ ଢଙ୍ଗରେ ଚାଲିଥିଲା ଏହି କାମ । ଦୀର୍ଘଦିନ ଧରି ଅପରେସନ ପରେ ୟୁପି ପୋଲିସକୁ ମିଳିଛି ବଡ ସଫଳତା ।

ଅଭିଯୁକ୍ତମାନେ ବିଦେଶରୁ ମିଳୁଥିବା ଫଣ୍ଡ, ଦେଶ ବିରୋଧୀ ତତ୍ତ୍ବ, ଅସାମାଜିକ ତତ୍ତ୍ବ, ଆଇଏସଆଇ ଭଳି ସଂଗଠନ ସହିତ ମଧ୍ୟ ଲିଙ୍କ୍ ରଖିଥିବା ଖୁଲାସା ହୋଇଛି । ଏମାନଙ୍କ ଟାର୍ଗେଟରେ ଥିଲେ ଧାର୍ମିକ ସଂଗଠନ ବା ସିଣ୍ଡିକେଟ୍ । ଏ ଘଟଣାର ପର୍ଦ୍ଦାଫାସ କରିଛନ୍ତି ଉତ୍ତର ପ୍ରଦେଶ ପୋଲିସ ଡିଜି ।

 ୟୁପି ପୋଲିସ ଡିଜି ପେସକନଫରେନ୍ସରେ କହିଛନ୍ତି ଯେ, ଗିରଫ ଅଭିଯୁକ୍ତମାନଙ୍କ ଏକ ବଡ ଗ୍ୟାଙ୍ଗ ରହିଛି । ଅଭିଯୁକ୍ତମାନେ ଖାସ କରି ଶାରୀରିକ ଅକ୍ଷମ ଯଥା ମୁକ, ବଧିର ଛାତ୍ରଛାତ୍ରୀ ଏବଂ ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ଟାର୍ଗେଟ୍ କରୁଥିଲେ । ଗରିବ ଲୋକମାନଙ୍କୁ ଚାକିରି ଏବଂ ବିବାହର ପ୍ରଲୋଭନ ଦେଖାଇ ଅଭିଯୁକ୍ତମାନେ ଫସାଉଥିଲେ ।

ତେବେ ସବୁଠାରୁ ବଡ କଥା ହେଉଛି ଗିରଫ ୨ ଅଭିଯୁକ୍ତମାନଙ୍କ ମଧ୍ୟରୁ ଉମର ଗୌତମ ହିନ୍ଦୁ ଧର୍ମ ଛାଡି ଇସଲାମ ଧର୍ମକୁ ଗ୍ରହଣ କରିଥିଲା । ଏମାନେ ବର୍ତ୍ତମାନ ସୁଦ୍ଧା ପ୍ରାୟ ଏକ ହଜାର ଅଣମୁସଲିମଙ୍କୁ ମୁସଲିମ ଧର୍ମରେ ପରିବର୍ତ୍ତନ କରାଇଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି । ମୁସଲିମ ଧର୍ମରେ ପରିବର୍ତ୍ତନ କରାଇବା ପରେ ସେମାନଙ୍କୁ ମୁସଲିମ ଯୁବକମାନଙ୍କ ସହିତ ବିବାହ ମଧ୍ୟ କରାଇଛନ୍ତି ।

ଏହି କାମ ପାଇଁ ଅଭିଯୁକ୍ତମାନଙ୍କୁ ବିଦେଶରୁ ମୋଟା ଅଙ୍କର ଫଣ୍ଡିଂ ମଧ୍ୟ ଆସୁଥିଲା । ଉମର ସହିତ ତାର ସହଯୋଗୀ ମୁଫତୀ କାଜୀ ଜାହାଙ୍ଗୀର ମଧ୍ୟ ଗିରଫ ହୋଇଛି । ଧର୍ମାନ୍ତରୀକରଣ ସମ୍ବନ୍ଧୀତ ପ୍ରମାଣ ପତ୍ର ଏବଂ ବେଆଇନ ଭାବେ ବିବାହ ପ୍ରମାଣପତ୍ର ଆଦି ତିଆରି କରୁଥିଲା । ଯାଞ୍ଚବେଳେ ପୋଲିସ ଜାଣିବାକୁ ପାଇଛି ଯେ, ନୋଏଡା ସେକ୍ଟର ୧୧୭ରେ ଥିବା ନୋଏଡା ଡେଫ୍ ସୋସାଇଟିରେ ପଢୁଥିବା ମୁକ ବଧିର ଛାତ୍ରଛାତ୍ରୀମାନଙ୍କୁ ଚାକିରି ଏବଂ ବିବାହ କରାଇଦେବାକୁ କହି ଫସାଉଥିଲେ । ପରେ ସେମାନଙ୍କର ଧର୍ମାନ୍ତରୀକରଣ କରାଉଥିଲେ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

   Related Posts