Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୨୦୨୦ ର କନ୍‌ଭେନସନ୍‌ ଯାତ୍ରା: ବୟୋଜ୍ୟେଷ୍ଠଙ୍କ ଅଭୁଲା ସ୍ମୃତି ଦେଲା ପ୍ରେରଣା

10/07/2020 at 1:20 PM

ଭୁବନେଶ୍ବର୧୦/୭: ବିଶ୍ୱ ଭ୍ରାତୃତ୍ଵର ଏକ ନିଚ୍ଛକ ନିଦର୍ଶନ ଥିଲା ଆମର ଚଳିତ ବର୍ଷର OSA କନଭେନସନ l କମ୍ପ୍ୟୁଟର ଯୁଗରେ ଆମେ ପଛରେ କେମିତି ଅବା ରହିଥାନ୍ତୁ। କରୋନା ମହାମାରୀ ଆମ ସମସ୍ତଙ୍କୁ କିଛି କିଛି ଶିଖାଇ ଚାଲିଛି। ମନବଳକୁ ବଜାୟ ରଖି ଆଗକୁ ବଢିବା,ଆମେ ହାରିବନି, ଆମେ ଓଡ଼ିଆ ଯେଉଁଠି ରହିବା ଏକାଠି ରହିବା, ଅଭିମତ ରଖିଥିଲେ ଓସା ସଭାପତି ଶ୍ରୀମତୀ କୁକୁ ଦାସ l ଏକତାରେ ବଳ କଥାଟିକୁ ଆଖି ଆଗରେ ରଖି ଆରମ୍ଭ ହେଲା ଦୁଇ ହଜାର କୋଡିଏର କନଭେନସନ ଯାତ୍ରା। ଓସା କର୍ମକର୍ତ୍ତା ମାନଙ୍କର ୧୫ ଦିନର ଅଦମ୍ୟ ଚେଷ୍ଟା ସମସ୍ତଙ୍କ ମୁଁହରେ ହସ ଭରିଦେଇଥିଲା l

ବନ୍ଦେ ଉତ୍କଳ ଜନନୀର ସ୍ଲୋଗାନରେ ଆରମ୍ଭ ହେଲା କାର୍ଯ୍ୟକ୍ରମ l ଝୁମିଗଲା ଦର୍ଶକଙ୍କ ମନ l ସବୁ ପ୍ରାନ୍ତରେ ଥିବା ଓଡ଼ିଆ ଭାଇ ଭଉଣୀଙ୍କ ନୃତ୍ୟ ଏଥିରେ ସାମିଲ ଥିଲା l ପିଲାଙ୍କର ଟ୍ୟାଲେଣ୍ଟ ସହ ଯୁବକମାନଙ୍କର ମନ୍ତ୍ର ମୁଗ୍ଧକର ହୋଇଥିଲା। ମନର କଥା କେଇ ପଦ ଶୁଣିବାକୁ ହେଇଥିଲା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ନେଇ ଅଭୁଲା ସ୍ମୃତିର ବିଭାଗଟି ଯାହାକି ଓସାକୁ ଆଗକୁ ନେଇଯିବାରେ ପ୍ରେରଣା ଦେଲା l ନାରୀ ମାନଙ୍କ ସମ୍ମାନାର୍ଥେ ହୋଇଥିଲା ମହିଳା ସେମିନାର ଟିଏ l କୁନି ପିଲାଠୁ ନେଇ ଟିକେ ବଡ ପିଲାଙ୍କର ଚମ୍ପୁ ଛାନ୍ଦର ସ୍ୱରରେ ଆଉ ଓଡିଶୀର ତାଳରେ ମନର ବଗିଚାଟି କୁସୁମିତ ହୋଇଉଠିଥିଲା l

ଓଡିଶାର କଳା ଓ ଭାସ୍କର୍ଯ୍ୟ ବିଷୟରେ ପିଲାଙ୍କ ମୁଖରୁ ଓଡ଼ିଆରେ ଶୁଣି ମନ ପ୍ରଫୁଲିତ ହୋଇଯାଇଥିଲା l କବିତା ପାଠ କାର୍ଯ୍ୟକ୍ରମଟି ଅତି ଉଚ୍ଚକୋଟୀର ହୋଇଥିଲା l ମାଟି ପ୍ରତି ନିଜର କର୍ତ୍ତବ୍ୟ ଶ୍ରଦ୍ଧା ସମ୍ମାନ ଜଣାଇ ଓସାର ଛୋଟ ପ୍ରୟାସ ଗୁଡିକୁ ସମସ୍ତଙ୍କ ଆଗରେ ଉପସ୍ଥାପନା କରିଯାଇଥିଲା l ନାଟକ, ସଂଗୀତର ମୁର୍ଚ୍ଛନାରେ, ଗପସପର କୋଳାହଳରେ କିପରି ତିନି ଦିନ ବିତିଗଲା ଜାଣି ହେଲାଣି l ଓସାର ଏହି ପ୍ରଚେଷ୍ଟା ପ୍ରଶଂସନୀୟ l ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରସିଦ୍ଧ ବୈଜ୍ଞାନିକ ପଦ୍ମଭୂଷଣ ଯୋଗେଶ ପତି l ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ l ଉପସଭାପତି ଡ଼ଃ ଅନିଲ ପଟନାୟକ, ବିବେକ ଦାସ, ଏବଂ କୋଷାଧକ୍ଷ ଉତ୍କଳ ନାୟକଙ୍କ ସମେତ ଓସା ର ଅଠରଟି ଶାଖା ରୁ ପ୍ରତିନିଧି ମାନେ ଯୋଗଦେଇଥିଲେ l ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଥିଲା ଅଭିନନ୍ଦନିୟ l

   Related Posts