ଏରେଇଁ ପଞ୍ଚାୟତ ଧଳସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

Published By : Prameya-News7 Bureau | April 07, 2021 IST

ଭଦ୍ରକ, ୦୭/୦୪: ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ କଟକଣା । ଏରେଇଁ ପଞ୍ଚାୟତର ଧଳସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଭଦ୍ରକ ଜିଲ୍ଲା ପ୍ରଶାସନ । କରୋନା ମହାମାରୀର ନୂଆ ଷ୍ଟ୍ରେନ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭଦ୍ରକ ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ନୂଆ ସଂକ୍ରମିତ ଚିହ୍ନଟ ପରେ ଭଦ୍ରକ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ କଟକଣାକୁ ଲାଗୁ କରିଛି । ଭଦ୍ରକ ସହରର ଚରମ୍ପା ନିକଟ ଏରେଇଁ ପଞ୍ଚାୟତର ୩ ନମ୍ବର ୱାର୍ଡ, ଧଳସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.