ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: 'କଲେକ୍ଟର, ଏସପିଙ୍କ କଲର ଧରିଲେ ହୋଇଯିବ ବଡ ନେତା'...

Published By : Prameya-News7 Bureau | September 10, 2019 IST

ନୂଆଦିଲ୍ଲୀ୧୦|୯: ଛତିଶଗଡ଼ର ଉଦ୍ୟୋଗ ମନ୍ତ୍ରୀ କଓ୍ବାସୀ ଲଖମା ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି।ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ମନ୍ତ୍ରୀ ମଣ୍ଡଳର ବାଣିଜ୍ୟ କର ଓ ଉଦ୍ୟୋଗ ମନ୍ତ୍ରୀ ଲଖମାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବଡ଼ ନେତା ହେବା ପାଇଁ ଛାତ୍ର ନେତାଙ୍କୁ ଶିକ୍ଷା ଦେଉଛନ୍ତି ମନ୍ତ୍ରୀ ଲଖସା। ବଡ଼ ନେତା ହେବାକୁ ହେଲେ କଲେକ୍ଟର ଓ ଏସପିଙ୍କ ସାର୍ଟ କଲର ଧରିବା ପଡ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଛତିଶଡ଼ର ସୁକମା ଜିଲ୍ଲା ମାଓପ୍ରବଣ ଭାବେ ବେଶ ଜଣାଶୁଣା।ଏହି ଜିଲ୍ଲାର କୋଣ୍ଟା ନିର୍ବାଚନ ମଣ୍ଡଳୀର ବିଧାୟକ ହେଉଛନ୍ତି ଲଖମା। ଗୁରୁ ଦିବସ ଅବସରେ ଅର୍ଥାତ ଗତ ସେପ୍ଟେମ୍ବର ୫ ତାରିଖରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଲଖମା ଯୋଗ ଦେଇଥିଲେ। ଗୁରୁ ଦିବସ ଅବସରେ ସ୍କୁଲରେ ଥିବା ବିଦ୍ୟାର୍ଥୀଙ୍କ ସାମ୍ନାରେ ସେ ଭାଷଣ ଦେଇଥିଲେ।

ଶେଷରେ ଜଣେ ଛାତ୍ରଙ୍କୁ ସେ ପଚାରିଥିଲେ, ବଡ ହେଲେ କଣ ହେବ। ସେ ପିଲା କିହିଥିଲେ, ସେ ବଡ ହେଲେ ନେତା ହେବେ। ସେହି ସମୟରେ ଲଖମା କହିଥିଲେ ଯେ, ବଡ଼ ନେତା ହେବାକୁ ହେଲେ କଲେକ୍ଟର ଓ ଏସପିଙ୍କ ସାର୍ଟ କଲ ଧରିବାକୁ ହେବ। ତାହେଲେ ବଡ ନେତା ହୋଇ ପାରିବ। ମନ୍ତ୍ରୀ ଲଖମାଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.