Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ତିଥି, ନୀତି ଛାଡ଼ି ନିଜର ନିୟମରେ ନଭେମ୍ବର ୧୭ରେ ଇସ୍କନ କରିବ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା, ଆରମ୍ଭ ହେଲା ବିବାଦ

2/09/2019 at 5:29 PM

ଭୁବନେଶ୍ବର୨|୮: ତିଥି, ନୀତି ଛାଡ଼ି ନିଜର ନିୟମରେ ରଥଯାତ୍ରା  କରୁଥିବା ଇସ୍କନ ବିରୋଧରେ ପୁଣି ମୁଣ୍ଡ ଟେକିଲାଣି ପ୍ରତିବାଦର ସ୍ବର। ପୂର୍ବରୁ ନ୍ୟୁଜ ସେଭେନ ଏନେଇ ଖବର ପ୍ରସାରଣ କରିଥିଲା। ବିଭିନ୍ନ ମହଲରୁ ଏନେଇ ପ୍ରତିବାଦ ଉଠିଥିଲା । ତଥାପି ଏହାକୁ ଇସ୍କନ ଧ୍ୟାନ ଦେଉନଥିବାରୁ ଏନେଇ ପୁଣି ପ୍ରତିବାଦ ସ୍ବର ଉଠିଛି।

ମହାପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ଜଳାଞ୍ଜଳି ଦେଇ ମନମାନି ଚଳାଇଛି ଇସ୍କନ |  ଯାହାକୁ ନେଇ ଏବେ ଅସନ୍ତୋଷ ବଢିବାରେ ଲାଗିଛି |  ଜଗନ୍ନାଥଙ୍କ ରଥ ଯାତ୍ରା ଜଗତପ୍ରସିଦ୍ଧ |  ଭାଇ, ଭଉଣୀକୁ ସାଥୀରେ ଧରି ଆଷାଢ ଶୁକ୍ଳ ଦ୍ବିତୀୟାରେ ଗୁଣ୍ଡିଚା ଘରକୁ ଯାନ୍ତି କାଳିଆ ଠାକୁର |  ଏହି ତିଥି ପଛରେ ଶାସ୍ତ୍ର ସମ୍ମତ ବୈଦିକ କାରଣ ମଧ୍ୟ ରହିଛି |

ହେଲେ ଏହି ନୀତିରେ ଇସ୍କନ ବିଭ୍ରାଟ କରୁଥିବା ଅଭିଯୋଗ ବଢିବାରେ ଲାଗିଛି | ଗତ କିଛି ବର୍ଷ ହେଲା ଇସ୍କନ ନିଜ ସୁବିଧାରେ ରଥଯାତ୍ରା ଆୟୋଜନ କରୁଛି | ପଞ୍ଜାବର ଲୁଧିଆନାରେ ନଭେମ୍ବର ୧୭ରେ ଇସ୍କନ ରଥଯାତ୍ରା କରିବ | ଏହା କେଉଁ ଆଧାରରେ ହେଉଛି, ତାହାର ଉତ୍ତର କାହାରି ପାଖରେ ନାହିଁ |

ଗତ ବର୍ଷ ବି ଡିସେମ୍ବରରେ ଲୁଧିଆନାରେ ରଥଯାତ୍ରା କରିଥିଲା ଇସ୍କନ | ଯାହାକୁ ବିରୋଧ କରି ଖବର ପ୍ରସାରଣ କରିଥିଲାୟା ନ୍ୟୁଜ7 |  ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନାଁରେ ଶ୍ରୀକ୍ଷେତ୍ରର ନୀତିକୁ ଉଲ୍ଲଘଂନ କରାଯାଉଛି। ସେପଟେ ଇସ୍କନର ଏଭଳି ନିୟମ ବିରୁଦ୍ଧ କାର୍ଯ୍ୟ ଅନ୍ୟମାନଙ୍କୁ ବି ଭୁଲ୍ ବାଟରେ ନେଉଛି |

ସେହି ଲୁଧିଆନାର ଆଉ ଏକ ସଂଗଠନ ଚଳିତ ମାସ ୨୭ ତାରିଖରେ ରଥଯାତ୍ରା ଆୟୋଜନ କରୁଛି | ମାନେ ମହାପ୍ରଭୁଙ୍କ ରଥଯାତ୍ରା ନିଜ ମନମର୍ଜିରେ କରାଯାଉଛି|  ଏହା ସେଠାକାର ଜଗନ୍ନାଥପ୍ରେମୀଙ୍କୁ ଜଗନ୍ନାଥ ସଂସ୍କୃତି ସଂପର୍କରେ ଭୁଲ୍ ତଥ୍ୟ ଦେବ ନାହିଁ କି?

 ବିଶ୍ବପ୍ରସିଦ୍ଧ ରଥ ଯାତ୍ରା ପୁରୀ ସହ ରାଜ୍ୟର କୋଣଅନୁକୋଣ, ଦେଶର ବିଭିନ୍ନ ସ୍ଥାନ, ତା ସହ ବିଦେଶରେ ବି ପାଳିତ ହେଉଛି | ଏ ସବୁ ଆୟୋଜିତ ହୁଏ ପୁରୀ ରଥଯାତ୍ରା ନିୟମ ଆଧାରରେ | ଖୋଦ୍ ଇସ୍କନ ମଧ୍ୟ ଭୁବନେଶ୍ବର ସମେତ ଦେଶର କିଛି ଭାଗରେ ଏହି ନିୟମକୁ ପାଳନ କରେ |  ତାହେଲେ ଲୁଧିଆନାରେ ଏମିତି ନୀତିବିରୋଧ କାର୍ଯ୍ୟ କାହିଁକି ?  

ମହାପ୍ରଭୁଙ୍କ ରଥଯାତ୍ରା ସଂପର୍କରେ ନିଜ ୱେବସାଇଟରେ ଇସ୍କନ ଭୁଲ୍ ତଥ୍ୟ ଲେଖିବା ଓ ଏହାକୁ ଆଧାର କରି ତେଲେଙ୍ଗାନାର ପାଠ୍ୟପୁସ୍ତକରେ ତ୍ରୁଟିକୁ ନ୍ୟୁଜ7 ସାମ୍ନାକୁ ଆଣିଥିଲା | ଯାହାକୁ ସଂପୃକ୍ତ ପ୍ରକାଶକ ପରେ ସଂଶୋଧନ କରିଥିଲେ |  କିନ୍ତୁ ଏଭଳି ଅଭ୍ୟାସଗତ ଭାବେ ଜଗନ୍ନାଥଙ୍କୁ ନେଇ ନିଜର ଏକ ସମାନ୍ତରାଳ ନିୟମ ତିଆରି କରିବା ଏକ ଷଡ଼ଯନ୍ତ୍ର ନୁହେଁ  କି ?   

   Related Posts