ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ନିଆଳି ମାଧବ କି ନାହିଁ ତାକୁ ନେଇ ଆରମ୍ଭ ହେଲା ବିବାଦ: ଗବେଷକ କହିଲେ ମାମୁ-ଭଣଜା ପରଂପରା ନାହିଁ…
20/11/2019 at 7:19 PM

ପୁରୀ୨୦|୧୧: ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ମହାପ୍ରଭୁଙ୍କ ପ୍ରଥମାଷ୍ଟମୀ ତିଥି।ପୋଢୁଆଁ ହୋଇଛନ୍ତି ଶ୍ରୀଜୀଉ। ନିଆଳିର ମାଧବ ମନ୍ଦିରରୁ ଆସିଥିବା ଖଣ୍ଡୁଆ ପାଟ,ଅରୁଆ ଚାଉଳ,ବିରି,ନଡିଆ,ଗୁଡ ଓ କଦଳୀ ପ୍ରଭୃତି ଶ୍ରୀଜୀଉଙ୍କୁ ଲାଗି କରାଯାଇଛି । ତେବେ ନିଆଳି ମାଧବ ମନ୍ଦିର ଶ୍ରୀଜୀଉଙ୍କୁ ମାମୁଁ ଘର ନେଇ ବିବାଦ ଦେଖାଦେଇଛି ।
ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ମହାପ୍ରଭୁଙ୍କ ପ୍ରଥମାଷ୍ଟମୀ ତିଥି।ପୋଢୁଆଁ ହୋଇଛନ୍ତି ଶ୍ରୀଜୀଉ। ସକାଳଧୂପ ପରେ ମହାପ୍ରଭୁଙ୍କୁ ନୂଆଲୁଗା ଓ ଅଳଙ୍କାର ପିନ୍ଧାଯିବା ସହ ଅଷ୍ଟମୀ ପର୍ବକୁ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଥିଲା। ଗତକାଲି ନିଆଳିର ମାଧବ ମନ୍ଦିରରୁ ଆସିଥିବା ଖଣ୍ଡୁଆ ପାଟ,ଅରୁଆ ଚାଉଳ,ବିରି,ନଡିଆ,ଗୁଡ ଓ କଦଳୀ ପ୍ରଭୃତି ମଧ୍ୟ ଶ୍ରୀଜୀଉଙ୍କୁ ଲାଗି କରାଯାଇଥିଲା। ମହାପ୍ରଭୁଙ୍କ ମାମୁଘର ନିଆଳି ମାଧବ ମନ୍ଦିର ଦର୍ଶାଇ ସେଠାରୁ ଏହି ଭାର ଆସିଥିବାବେଳେ ଶ୍ରୀମନ୍ଦିରର ପ୍ରଶାସନ କିନ୍ତୁ ଏହାକୁ ଭକ୍ତଙ୍କ ଦାନ ଆକାରରରେ ଗ୍ରହଣ କରିଛି। ତେଣୁ ଶ୍ରୀଜୀଙ୍କୁ ମାମୁ ଘର ନେଇ ବିବାଦ ଦେଖାଦେଇଛି।

ନିଆଳି ମାଧବ ମନ୍ଦିର ଟ୍ରଷ୍ଟ ସେବାୟତଙ୍କ କହିବା କଥା ମାଧବାନନ୍ଦ ହେଉଛନ୍ତି ଉତ୍କଳୀୟ ସଂସ୍କୃତିର ପରିଚୟ ଶ୍ରୀ ଜଗନ୍ନାଥଙ୍କ ମାମୁଘର। ଦିନଥିଲା ପ୍ରଥମାଷ୍ଟମୀ ଦିନ ତିନି ପ୍ରଭୁଙ୍କ ପାଇଁ ପଢୁଆଁ ଜୋଡ ମାଧବାନନ୍ଦ ମନ୍ଦିରରୁ ଯାଉଥିଲା । ସମୟ କ୍ରମେ ବିଭିନ୍ନ କାରଣରୁ ଏହି ପ୍ରଥା ବନ୍ଦ ହୋଇଯାଇଥିଲା। ଚଳିତବର୍ଷ ଏହାର ପୁନଃ ଆରମ୍ଭ କରାଯାଇଛି। ଶ୍ରୀମନ୍ଦିରକୁ ପ୍ରଥମାଷ୍ଟମୀ ଭାର ପଠାଇବା ପୂର୍ବରୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ମହାରାଜାଙ୍କୁ ଚିଠି ଲେଖି ଜଣାଇଥିଲା ମାଧବ ଟ୍ରଷ୍ଟ ବୋର୍ଡ। ସେଠାରୁ ଅନୁମତି ମିଳିଲା ପରେ ଭାର ପଠାଯାଇଥିଲା।

ସେପଟେ ଶ୍ରୀଜଗନ୍ନାଥ ସଂସ୍କୃତିରେ ସେମିତି କୌଣସି ମାମୁଁ ଭଣଜା ପରମ୍ପରା ନାହିଁ। ନିଆଳି ମାଧବ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରଥମାଷ୍ଟମୀ ଭାର ପରମ୍ପରା ନେଇ କୌଣସି ରେକର୍ଡ ନଥିବା କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାସ।
ଉତ୍କଳୀୟ ସଂସ୍କୃତିରେ ନିଆଳିର ମାଧବ ମନ୍ଦିର ସହିତ ଶ୍ରୀଜଗନ୍ନାଥଙ୍କ କଣ ସମ୍ପର୍କ ରହିଛି ? କିଛି ସମ୍ପର୍କ ରହିଛି କି ନାହିଁ ସେସବୁର ତର୍ଜମା ଆବଶ୍ୟକ।