Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଅମୀର ଓ କିରଣଙ୍କ ଛାଡପତ୍ରକୁ ନେଇ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ବୟାନ : କହିଲେ,‘ମୋ ଘର ବସୁ ନାହିଁ କିନ୍ତୁ ଏମାନେ…’

5/07/2021 at 5:42 PM

ମୁମ୍ବାଇ ୦୫/୦୭ : ଡ୍ରାମା କୁଇନ୍ ଓ ବିବାଦୀୟ ଅଭିନେତ୍ରୀ ଭାବେ ବେଶ ଜଣାଶୁଣା ରାକ୍ଷୀ ସାୱନ୍ତ । ତେବେ ସେ ପ୍ରତିଦିନ ଏଭଳି କିଛି କରନ୍ତି, ଯେଉଁ କାରଣରୁ ତାଙ୍କ ନାଁ ହେଡଲାଇନରେ ଆସେ । ରାକ୍ଷୀଙ୍କ ଭିଡିଓ ଆସିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୁଏ । ବେଳେବେଳେ ରାକ୍ଷୀ ତାଙ୍କ ଭିଡିଓ ଜରିଆରେ ପ୍ରଶଂସକଙ୍କୁ ମଧ୍ୟ ମନୋରଞ୍ଜନ କରନ୍ତି । ନିକଟରେ ଅମୀର ଖାନ ଓ କିରଣ ରାଓଙ୍କ ଛାଡପତ୍ର ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ରାକ୍ଷୀଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଅମୀର ଖାନଙ୍କ ଛାଡପତ୍ର ଏବଂ କିରଣ ରାଓଙ୍କ ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ରାକ୍ଷୀ ବେଶ୍ ମଜାଳିଆ ଅନ୍ଦାଜରେ କହିଛନ୍ତି, ‘ଛାଡପତ୍ର କଥାକୁ ନେଇ ମୁଁ ବହୁତ ଦୁଃଖିତ । ଏଠି ମୋ ଘର ବସି ପାରୁ ନାହିଁ, ଆଉ ଲୋକେ ଛାଡପତ୍ର ଉପରେ ଛାଡପତ୍ର ନେଉଛନ୍ତି । ମୋ ପାଇଁ କେହି ଜଣେ ସ୍ୱାମୀ ଖୋଜି ଆଣିଦିଅ । ମୋ ପାଇଁ କିଏ ଜଣେ ପୁଣି ଥରେ ସ୍ୱୟଂମ୍ବର ଆୟୋଜନ କର।’

ରାକ୍ଷୀଙ୍କ ଏହି ମଜାଳିଆ ଅନ୍ଦାଜର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକେ ରାକ୍ଷୀଙ୍କ ଏହି ଭିଡିଓରେ ଖୁବ୍ କମେଣ୍ଟ ମଧ୍ୟ କରିଛନ୍ତି । ସୂଚନା ଅନୁଯାୟୀ, ନିକଟରେ ରାକ୍ଷୀଙ୍କର ଏକ ମ୍ୟୁଜିକ୍ ଭିଡିଓ ଗୀତ ‘ଡ୍ରିମ୍ ମେ ଏଣ୍ଟ୍ରି’ରିଲିଜ୍ ହୋଇଛି। ଏହି ଗୀତଟିକୁ ଦର୍ଶକେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି। ଏହି ଗୀତରେ ରାକ୍ଷୀଙ୍କ ଡ୍ୟାନ୍ସ ପୁଣି ଥରେ ଲୋକଙ୍କୁ ପ୍ରଭାବିତ କରିଛି।

   Related Posts