Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

GSTରେ ଧାରା ୮୬-ବି ସଂଯୋଗକୁ ନେଇ ବିବାଦ, ଜାଣନ୍ତୁ ସଫେଇରେ କ’ଣ କହିଲେ ଅର୍ଥମନ୍ତ୍ରାଳୟ

26/12/2020 at 5:58 PM

ନୂଆଦିଲ୍ଲୀ ୨୬।୧୨: ସାମଗ୍ରୀ ଓ ସେବାକର( ଜିଏସଟି) ନିୟମରେ ସରକାର ଧାରା ୮୬-ବିକୁ ସଂଯୋଗ କରିବା ବ୍ୟବସାୟ ଜଗତକୁ ଅସନ୍ତୁଷ୍ଟ କରିଛି। ନିକଟରେ ବ୍ୟବସାୟୀଙ୍କ ସଙ୍ଗଠନ କନଫେଡେରେସନ ଅଫ ଅଲଇଣ୍ଡିଆ ଟ୍ରେଡର୍ସ (ସିଆଇଟି) ଜିଏସଟି ନିୟମରେ ଧାରା ୮୬-ବି ସଂଯୁକ୍ତ ନ କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରାଳୟକୁ ଏକ ପତ୍ର ଲେଖିଥିଲେ। ପ୍ରସଙ୍ଗରେ ଏବେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏକ ସ୍ପଷ୍ଟିକରଣ ଜାରି କରିଛନ୍ତି।

ସ୍ପଷ୍ଟିକରଣରେ ସରକାରଙ୍କ ନିଷ୍ପତ୍ତି ଯୋଗୁ ୧ ପ୍ରତିଶତରୁ ବି କମ୍‌ କରଦାତା ପ୍ରଭାବିତ ହେବେ ବୋଲି କୁହାଯାଇଛି। ଏହି ନିୟମରେ ପ୍ରତ୍ୟେକ ବ୍ୟବସାୟୀ( ଯଉଁମାନଙ୍କ ମାସିକ ଟର୍ଣ୍ଣଓଭର ୫୦ଲକ୍ଷରୁ ଅଧିକ) ୧ ପ୍ରତିଶତ ଜିଏସଟି ନଗଦ ଜମା କରିବେ। ନକଲି ବିଲ୍‌ରେ ଟ୍ୟାକ୍ସ ଫାଙ୍କି ରୋକିବାକୁ କେନ୍ଦ୍ର ସରକାର ଏହି ପରିବର୍ତ୍ତନ କରିଛନ୍ତି ବୋଲି କୁହାଯାଇଛି। ହେଲେ ବ୍ୟବସାୟୀମାନେ ଏହାକୁ ବିରୋଧ କରିଛନ୍ତି।

ସେପଟେ ମନ୍ତ୍ରାଳୟଙ୍କ ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଯେଉଁଠି ରେଭିନ୍ୟୁ ଲାଗି ଅଧିକ ରିସ୍କ ରହିଛି କେବଳ ସେହି କ୍ଷେତ୍ରରେ ହିଁ ଧାରା ୮୬-ବି ସହାୟକ ହେବ। ଏଥିଯୋଗୁ ମାତ୍ର ୪୫ ହଜାରରୁ ସାମାନ୍ୟ ଅଧିକ କରଦାତା ପ୍ରଭାବିତ ହୋଇପାରନ୍ତି। ଯେଉଁମାନେ ୧.୨କୋଟି ଟ୍ୟାକ୍ସ ବେସ୍‌ର ମାତ୍ର ୦.୩୭ ପ୍ରତିଶତ। ଏହି ନିୟମରେ କୌଣସି  ସାଧୁ ବେପାରୀ ଅଥବା ଡିଲର ପ୍ରଭାବିତ ହେବେନି ବୋଲି ମନ୍ତ୍ରାଳୟ କହିଛି।

ଗତ ଡିସେମ୍ବର ୨୨ ତାରିଖ ଦିନ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରି ପ୍ରଚଳିତ ଜିଏସଟି ନିୟମରେ ଧାରା ୮୬-ବି ସଂଯୁକ୍ତ କରାଯାଇଥିବା ଘୋଷଣା କରିଥିଲେ। ଏହାର ତୁରନ୍ତବାଦେ ସିଆଇଟି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ତେବେ ମନ୍ତ୍ରାଳୟ ସ୍ପଷ୍ଟିକରଣ ଜାରି କରିବା ପରେ ଫେଡରସନର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି।

   Related Posts