Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଧାନ ମୂଲ୍ୟ ବୃଦ୍ଧି ନେଇ ତେଜିଲା ପୁରୁଣା ବିବାଦ: ବିଜେଡି-ବିଜେପି କାଦୁଅ ଫିଙ୍ଗା, ଦୁଇ ଦଳକୁ ଟାର୍ଗେଟ୍ କଲା କଂଗ୍ରେସ

11/06/2021 at 6:35 PM

ଭୁବନେଶ୍ଵର ୧୧।୦୬: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ନେଇ ପୁଣି ତେଜିଲା ପୁରୁଣା ବିବାଦ। କେନ୍ଦ୍ର ସରକାର ଧାନର ଏମଏସପି  ୭୨ ଟଙ୍କା ବୃଦ୍ଧି କରିବା ପରେ ବିଜେପି-ବିଜେଡି-କଂଗ୍ରେସ ରାଜନୈତିକ ବୟାନବାଜି ଆରମ୍ଭ କରି ଦେଇଛନ୍ତି । କୃଷିମନ୍ତ୍ରୀ ଅରୁଣ ସାହୁ ଆଜି ପ୍ରେସ୍ ମିଟ୍ ଡାକି କହିଛନ୍ତି ଯେ ଏତେ କମ୍ ଟଙ୍କା ବୃଦ୍ଧି ଚାଷୀଙ୍କ ହିତରେ ଆସିବ ନାହିଁ।  ଓଡିଶାକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ  ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ  ବୃଦ୍ଧି କରିବାକୁ ଦାବି କରିଛନ୍ତି ମନ୍ତ୍ରୀ  ଅରୁଣ ସାହୁ । ଏନେଇ ସେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଅରୁଣଙ୍କ ଯୁକ୍ତି, ରାଜ୍ୟର କୃଷକ ମାନଙ୍କ ମଧ୍ୟରୁ ଏକ ବୃହତ ଅଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଏହାସହ ପ୍ରାୟ ସମୟରେ ଚାଷୀମାନେ ବିଭିନ୍ନ ଦୈବି ଦୁର୍ବିପାକ ଏବଂ ରୋଗପୋକ ଦାଉରୁ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଗତ ୨୦ବର୍ଷ ମଧ୍ୟରେ ସାତ ଥର ବାତ୍ୟା, ଅନେକ ଥର ବନ୍ୟା, ମରୁଡି ଓ ରୋଗପୋକ ଜନିତ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି ଚାଷୀ। ଏହାକୁ ଆଖିରେ ରଖି ଓଡିଶା ଦାବି କରୁଥିବା ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ  ବୃଦ୍ଧି କରିବାକୁ ସେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଯେ ଗତ ୨୦୧୩ ମସିହାରୁ ରାଜ୍ୟ ସରକାର ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବାକୁ ଘୋଷଣା କରିଥିଲେ  । ହେଲେ ଏ ଯାଏ ତାହା କାର୍ଯ୍ୟକାରୀ ହୋଇନାହିଁ । ଦେଶର ଅନ୍ୟ ରାଜ୍ୟରେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା  ବୋନସ ଦିଆଯାଉଛି , ହେଲେ ରାଜ୍ୟ ସରକାର ତାହା କରିଲେନି। ସେହିପରି ଧାନ କିଣାବିକାରେ ବ୍ୟାପକ କଟନୀ ଛାଟନୀ ହେଉଥିବାରୁ ତାହା ମିଲର୍ସ ଙ୍କୁ ସୁହାଉଛି  । ସରକାର ଏଦିଗରେ ଠୋସ୍ ପଦକ୍ଷେପ ନେଉନାହାଁନ୍ତି । ଏପରିକି ଯେତିକି ଏମଏସପି ଘୋଷଣା ହେଉଛି ସେଇ ରେଟ୍ ରେ ଚାଷୀ ଧାନ ବିକିପାରୁ ନାହାଁନ୍ତି । କଂଗ୍ରେସ ଉଭୟ କେନ୍ଦ୍ର ଓ  ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ।

୪ ବର୍ଷ ତଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ବିଧାନସଭାରେ ସବୁ ଦଳ ସର୍ବସମ୍ମତ ନିଷ୍ଟତି ନେଇଥିଲେ । ଏନେଇ କେନ୍ଦ୍ର ନିକଟରେ ଦାବି ବି ରଖାଯାଇଥିଲା । ହେଲେ ସାରା ଦେଶପାଇଁ ଗୋଟିଏ ରେଟ୍ କହି ଓଡିଶା ଦାବି ଗ୍ରହଣ କରିନଥିଲେ କେନ୍ଦ୍ର ସରକାର । ଏହାଭିତରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢି ହୋଇଥିଲାଲା ୧୮୬୮ ଟଙ୍କା । କେନ୍ଦ୍ର ୭୨ ଟଙ୍କା ବଢାଇବା ପରେ ଏହା ୧୯୪୦ ଟଙ୍କା ଛୁଇଁଛି । ଯାହାକୁ ନେଇ ଦୁଇଦିନ ଧରି ଚାଲିଛି ବୟାନବାଜି।

   Related Posts