ସ୍ପେସ ୱାରରେ ଭାରତର ଆଉ ଏକ ସଫଳତା, ହେଲେ ଦେଶବାସୀଙ୍କୁ ସଫଳତା ଖବର ବାଣ୍ଟି ଅଡୁଆରେ ମୋଦି: ଆସିଲା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

Published By : Prameya-News7 Bureau | March 27, 2019 IST

ନୂଆଦିଲ୍ଲୀ୨୭|୩: ସ୍ପେସ ୱାରରେ ଭାରତର ଆଉ ଏକ ସଫଳତା।  ସ୍ବଦେଶୀ ଜ୍ଞାନକୌଶଳରେ ଇସ୍ରୋ ଓ ଡିଆରଡିଓ ଦ୍ବାରା ପ୍ରସ୍ତୁତ ଆଣ୍ଟି ସାଟଲାଇଟ କ୍ଷେପଣାସ୍ତ୍ର ଏ- ସାଟର ପରୀକ୍ଷଣ ସଫଳ ହୋଇଛି । ବିଶ୍ବରେ ଆମେରିକା ରଷିଆ ଓ ଚୀନ ପରେ ଚତୁର୍ଥ ଦେଶଭାବେ ଏହି କ୍ଲବରେ ସାମିଲ ହୋଇଛି ଭାରତ। ତେବେ ଭାରତର ଏହି ସଫଳତାକୁ ଯେଉଁଭଳି ଢଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ସାମ୍ନାକୁ ଆଣିଲେ ଓ ବଖାଣିଲେ, ତାକୁ ନେଇ ଉଠିଛି ଝଡ଼। କଥା ନିର୍ବାଚନ କମିଶନକୁ ନେବା ଲାଗି ବିରୋଧୀ ତୟାର ହେଲେଣି।

{"id":97548}

ମହାକାଶରେ ସର୍ଜିକାଲ ଷ୍ଟ୍ରାଇକ୍ ।  ଏଥର ଶତ୍ରୁ ଦେଶର ସାଟେଲାଇଟକୁ ଖସେଇଦେବାର କ୍ଷମତା ରଖିଛି ଭାରତ । ଯାହାର ଆଜି ସଫଳ ପରୀକ୍ଷଣ ହୋଇଛି ।   ମାତ୍ର ୩ ମିନିଟରେ ତିନି ଶହ କିଲୋମିଟର ଦୂରରେ ଥିବା ଲିଓ ବା ଲୋ ଅର୍ବିଟ ଆର୍ଥ ସାଟେଲାଇଟକୁ ଆଣ୍ଟି ସାଟଲାଇଟ କ୍ଷେପଣାସ୍ତ୍ରଦ୍ବାରା ଧ୍ବଂସ କରିଛନ୍ତି ଭାରତର ବିଜ୍ଞାନୀ । ଆମେରିକା, ରଷିଆ ଏବଂ ଚୀନ ପରେ ଭାରତ ଚତୁର୍ଥ ଦେଶ ଭାବେ ସ୍ପେସ ପାୱାର ଭାବେ ନିଜକୁ ଅଭିହିତ କରିଛି। ଜାନୁଆରି ୨୪ ତାରିଖରେ ମହାକାଶକୁ ପଠାଯାଇଥିବା ମାଇକ୍ରୋ ସାଟେଲାଇଟକୁ ଟାର୍ଗେଟ କରାଯାଇଥିଲା ।  ବାଲେଶ୍ବର ଉପକଣ୍ଠରୁ ଏସ୍ୟାଟ ମିସାଇଲ ପଠାଇ ଟାର୍ଗେଟରେ ହିଟ୍‌ କରାଯାଇଥିଲା। ଆଉ ସାଟେଲାଇଟ ଖସିଥିଲା ବଙ୍ଗୋପ ସାଗରରେ। ଆଉ ଏହି ଖୁସି ଜାହିର କରିବାକୁ ସାମ୍ନାକୁ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି।

{"id":97549}

ଏହି ଅଭିଯାନର ନାଁ ଦିଆଯାଇଛି ମିଶନ ଶକ୍ତି। ଆଉ ଏହି ମିଶନ ପ୍ରସ୍ତାବ ଆସିଥିଲା ୨୦୧୦ରେ । ୨୦୧୨ରୁ ଡିଆରଡିଓ ଏବଂ ଇସ୍ରୋର ବୈଜ୍ଞାନିକ କାମରେ ଲାଗିଥିଲେ। ଆଉ ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍‌ସିଂ ଜରିଆରେ ବୈଜ୍ଞାନିକମାନଙ୍କ ସହିତ କଥା ହୋଇଥିଲେ। ଡିଆରଡିଓ ଏବଂ ଇସ୍ରୋର ବିଜ୍ଞାନୀଙ୍କୁ ବଧେଇ ଜଣାଇଥିଲେ।  

{"id":97550}

ମିଶନ ଶକ୍ତି ଭାରତକୁ ସ୍ପେସ ପାୱାର କରିଛି। କିନ୍ତୁ ଯେଉଁଭଳି ଢଙ୍ଗରେ ଯେଉଁସମୟରେ ପ୍ରଧାନମନ୍ତ୍ରୀ ଏହି ସଫଳତା ବଖାଣିଥିଲେ ତାକୁ ନେଇ ଜୋର ଧରିଛି ରାଜନୀତି। ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିଛନ୍ତି ରାହୁଲ। ଡିଆରଡିଓ ବୈଜ୍ଞାନିକଙ୍କୁ ବଧାଇ ଏବଂ ମୋଦିଙ୍କୁ ଜଣାଛନ୍ତି ବିଶ୍ବ ଥିଏଟର ଦିବସର ଶୁଭେଚ୍ଛା। ମୋଦିଙ୍କୁ ନିଶାନା ସାଧିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜି କହିଛନ୍ତି ପୁଣି ଏକ ଲିମିଟଲେସ  ଡ୍ରାମା, ଏହା ନିର୍ବାଚନୀ ଷ୍ଟଣ୍ଟ ବୋଲି ବଖାଣିଛନ୍ତି। ମିଶନ ଶକ୍ତିର ସଫଳତାରେ ବିଜେପି ନେତାମାନେ ଖୁବ ଖୁସି ମନାଉଥିବା ବେଳେ କଂଗ୍ରେସ କହିଛି ଏହା ୟୁପିଏ ଅମଳରେ ହିଁ ଆରମ୍ଭ ହୋଇଥିଲା।

{"id":97551}

ଏ ସାଟ କୌଣସି ଦେଶ ବିରୋଧରେ ପ୍ରୟୋଗ କରିବନି ଭାରତ । କିନ୍ତୁ ମିଶନ ଶକ୍ତିକୁ ପରସ୍ପର ବିରୋଧରେ ଯେମିତି ନେତାମାନେ ପ୍ରୟୋଗ କରୁଛନ୍ତି, ରାଜନୀତିର ଅସ୍ତ୍ର କରିଛନ୍ତି ତାକୁ ଦେଖି ବୈଜ୍ଞାନିକମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ

{"id":97552}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.