ଜାପାନ ପତାକାକୁ ନେଇ ଅଲିମ୍ପିକ୍‌ରେ ତେଜିଲା ବିବାଦ, ଚୀନ୍ ଓ କୋରିଆ କହିଲେ ତାଜା କରିଛି ଅତ୍ୟାଚାରର ସ୍ମୃତି

Published By : Prameya-News7 Bureau | July 23, 2021 IST

ସିୟୋଲ : ଟୋକିଓ ଅଲିମ୍ପିକ୍‌ରେ ଜାପାନ ଜାତୀୟ ପତାକାକୁ ନେଇ ବିବାଦ ଦେଖା ଦେଇଛି। ଅଲିମ୍ପିକ ଲାଗି ଜାପାନ ଯେଉଁ ଜାତୀୟ ପତାକା ପ୍ରସ୍ତୁତ କରିଛି ଏହାକୁ ଚୀନ୍‌ ସମେତ କେତେକ ଏସୀୟ ଦେଶ ବିରୋଧ କରିଛନ୍ତି।  ଉଦୟକାଳୀନ ସୂର୍ଯ୍ୟଙ୍କୁ ଜାପାନ ନିଜ ପତାକା ଇତିହାସର ଅଂଶ ବୋଲି ମନେ କରେ। ତେବେ ଚୀନ ଓ ଅନ୍ୟ କେତେକ ଏସିୟ ଦେଶ ଯୁଦ୍ଧକାଳରେ ଜାପାନୀ ଅତ୍ୟାଚାରକୁ ଏହା ମନେ ପକାଉଥିବାର ଅଭିଯୋଗ କରିଛନ୍ତି। ଏଣୁ ଅଲିମ୍ପିକରେ ଜାପାନର ଏହି ପତାକା ବ୍ୟବହାରକୁ ନିଷିଦ୍ଧ କରିବା ଲାଗି ଚୀନ୍‌ ଓ କୋରିଆ ଦାବି କରିଛନ୍ତି।

{"id":484784,"sizeSlug":"large","linkDestination":"none"}

ଏଥିଲାଗି ୨୦୧୯ରେ କୋରିଆ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ଆସୋସିଏସନ (ଆଇଓସି)ଙ୍କୁ ନିବେଦନ ମଧ୍ୟ କରିଥିଲା। ଯେଉଁଥିରେ ଟୋକିଓ ଅଲିମ୍ପିକ୍‌ କାଳରେ ଜାପାନକୁ ତାର ପାରମ୍ପରିକ ଜାତୀୟ ପତାକା ଉପଯୋଗରୁ ବାରଣ କରିବାକୁ ନିବେଦନ କରିଥିଲା।  ଦକ୍ଷିଣ କୋରିଆ କହିଥିଲା ଯେ ଯେଉଁ ଏସୀୟ ଦେଶମାନେ ଯୁଦ୍ଧକାଳରେ ଜାପାନ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ସେମାନେ ଜାଣନ୍ତି ଏହି ପତାକା କିପରି ଲୋକଙ୍କୁ ଆତଙ୍କିତ କରୁଥିଲା। ଯେପରି ନାଜି ମାନଙ୍କ ପତାକା ଲୋକଙ୍କୁ ଦ୍ୱିତୀୟ ବିଶ୍ୱଯୁଦ୍ଧକାଳର ମନେ ପକାଇଥାଏ, ସେହିପରି ଜାପାନ ପତାକା କଥା ମନେ ପଡିଲେ ଏବେବି ଲୋକେ ଶିହରିତ ହେଉଥିବା କୋରିଆ କହିଥିଲା। 

{"id":484787,"width":837,"height":580,"sizeSlug":"large","linkDestination":"none"}

ସେହିପରି ଜାପାନ ଯୁଦ୍ଧ ଅପରାଧୀଙ୍କୁ ଟୋକିଓ ଅଲିମ୍ପିକରେ ଶାନ୍ତିର ପ୍ରତୀକ କରିବାକୁ ଉଦ୍ୟମ କରୁଥିବାର ମଧ୍ୟ ଦକ୍ଷିଣ କୋରିଆ ଅଭିଯୋଗ କରିଛି। ଯାହା ଆମ ଲାଗି ତଥା ଏସିୟ ଲୋକଙ୍କ ଲାଗି ଅପମାନଜନକ ବୋଲି ସେ କହିଛି। ତେବେ ଟୋକିଓ ଅଲିମ୍ପିକରେ ଜାପାନର ପୁରୁଣା ଜାତୀୟ ପକାକା କେଉଁଠି ହେଲେ ଲାଗିବନି ବୋଲି ଆଇଓସି ଦକ୍ଷିଣ କୋରିଆକୁ ପ୍ରତିଶ୍ରୁତି ଦେଇଥିଲେ।

{"id":484788,"width":839,"height":470,"sizeSlug":"large","linkDestination":"none"}

ହେଲେ ଏବେ ଷ୍ଟାଡିୟମରେ ଓ ବାହାରେ ଏହି ପୁରୁଣା ଜାତୀୟ ପତାକା ନିଷିଦ୍ଧ ହୋଇ ନଥିବା ଜଣାପଡିଛି। ଏଣୁ ପ୍ରତିଶ୍ରୁତି ପାଳନ ନ ହେବାରୁ ଦକ୍ଷିଣ କୋରିଆ ଗୁରୁବାର କ୍ରିଡାଗ୍ରାମରେ ଲାଗିଥିବା ନିଜର ପତାକା ହଟାଇ ନେବା ପରେ ଆଇଓସି ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଏହା ଜାପାନର ଏବେ ଅଧିକାରୀକ ଜାତୀୟ ପତାକା ହୋଇ ନଥିବାରୁ ଏହାକୁ ନେଇ ବିବ୍ରତ ହେବାର କୌଣସି କାରଣ ନାହିଁ ବୋଲି  ସିଓଲସ୍ଥିତ ଏହବା ବିଶ୍ୱବିଦ୍ୟାଳୟର ପ୍ରଫେସର ଲେସ୍ ଏରିକ୍ ଇସ୍ଲେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.