Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ପଣସକୁ ନେଇ ବାଦ ବିବାଦ : ପଣସକୁ ବ୍ରିଟିଶ ମିଡ଼ିଆ କହିଲା ଗନ୍ଧଯୁକ୍ତ ଫଳ

31/03/2019 at 12:47 PM

ନୂଆଦିଲ୍ଲୀ ୩୧/୩ : ଇଣ୍ଟରନେଟରେ ପଣସକୁ ନେଇ ବଡ ବିବାଦ ଆରମ୍ଭ ହୋଇଛି | ଏକ ପ୍ରମୁଖ ବ୍ରିଟିଶ ଖବରକାଗଜର ୱେବସାଇଟରେ ପଣସ ସହ ଜଡିତ ଏକ ଟିପ୍ପଣୀ ଲେଖାଯାଇଥିଲା ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି | ଲେଖାରେ ପଣସକୁ ଅସୁନ୍ଦର ବୋଲି କୁହାଯାଇଥିଲା | କେବଳ ସେତିକି ନୁହେଁ, ଏହି ଫଳକୁ ଭାରତରେ ଗଛମାନଙ୍କରେ ପଚିବା ପାଇଁ ଛଡା ଯାଇଥାଏ ଏବଂ ଯେତେବେଳେ ଖାଇବା ପାଇଁ କିଛି ନଥାଏ ସେତେବେଳେ ସେମାନେ ଏହି ଫଳକୁ ଖାଇଥାନ୍ତି |


ଏହାପରେ ଏହି ଆର୍ଟିକଲକୁ ଅନେକ ବିବାଦ ଆରମ୍ଭ ହୋଇଥିଲା | ଭାରତୀୟମାନେ ଏହି ଫଳକୁ ଫୁଡ ରେସିଯିମ ବୋଲି କହିଛନ୍ତି | ଆର୍ଟିକଲରେ ଲେଖା ଯାଇଥିଲା ଯେ, ପଣସର ଏବେ ଲଟେରୀ ଲାଗିଛି ଏବଂ ଲୋକେ ମାଂସ ବଦଳରେ ଏହାକୁ ଖାଉଛନ୍ତି | ଆର୍ଟିକଲ ମୁତାବକ, ୫ ବର୍ଷ ପୂର୍ବରୁ ଏହି ଫଳ ଚାଷ କରାଯାଉନଥିଲା | କିନ୍ତୁ ଏବେ ଏହା ବାହାରକୁ ରପ୍ତାନି ହେଉଛି |


ଜଣେ ଟ୍ୱିଟର ୟୁଜର ପଣସକୁ ବ୍ୟଙ୍ଗ କରି କହିଛନ୍ତି ଯେ, ଭାରତୀୟମାନେ ପଣସ ଆବିଷ୍କାର କରିଛନ୍ତି | ଆଉ ଜଣେ ୟୁଜର ପରିହାସ କରି ଲେଖିଛନ୍ତି, ପାଶ୍ଚାତ୍ୟ ଦେଶମାନଙ୍କରେ ବହୁ ପୂର୍ବରୁ ହଳଦୀକୁ ଗନ୍ଧଯୁକ୍ତ ବୋଲି କୁହାଯାଇଥିଲା |
ରୋହିତ ନାମକ ଜଣେ ଯୁବକ ଲେଖିଛନ୍ତି, ପଣସ କେରଳର ଏକ ବିଶେଷ ଫଳ | କେରଳରେ ଅନେକ ପ୍ରକାର ପଣସ ଉପଲବ୍ଧ | କିଛି ପଣସ କଞ୍ଚା ଖିଆଯାଏ ତ କିଛି ପଣସ ପାଚିଲା ଖିଆଯାଏ | ପଣସର ମଞ୍ଜିକୁ ମଧ୍ୟ ଖିଆଯାଏ |

ପଣସର ମଞ୍ଜିକୁ ରୋଷେଇ କରି ମଧ୍ୟ ଖିଆଯାଇଥାଏ ବୋଲି କହିଛନ୍ତି | ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ଯେପର୍ଯ୍ୟନ୍ତ ପାଶ୍ଚାତ୍ୟ ସାକାହାରୀ ଲୋକେ ଏହି ଫଳକୁ ଖାଈନଥିଲେ ସେତେବେଳ ପର୍ଯ୍ୟନ୍ତ ଏହା ଏକ ଭଲ ଫଳ ଥିଲା | ସେ କୋଲକାତାରେ ପଣସର ବିରିୟାନୀ ମଧ୍ୟ ଖାଇଛନ୍ତି ବୋଲି କହିଛନ୍ତି | ପଣସ ବିରିୟାନୀ ବହୁତ ସ୍ୱାଦିଷ୍ଟ ବୋଲି କହିଛନ୍ତି |


ଆଉ ଜଣେ ଉତ୍ତର ଭାରତୀୟ ୟୁଜର ଲେଖିଛନ୍ତି ଯେ, ପଣସ ଉତ୍ତର ଭାରତର ଏକ ଲୋକପ୍ରିୟ ଫଳ | ଲୋକେ ଏହାକୁ ଫଳ, ତରକାରୀ ଏବଂ ଷ୍ଟ୍ରିଟ ଫୁଡ ହିସାବରେ ବହୁତ ପସନ୍ଦ କରିଥାନ୍ତି |

   Related Posts