ଏଥର ବାହୁଡାଯାତ୍ରା ଓ ସୁନାବେଶ ଗୋଟିଏ ଦିନରେ ପଡୁଛି ବୋଲି ବିଭିନ୍ନ କ୍ୟାଲେଣ୍ଡରରେ ପ୍ରକାଶିତ ତଥ୍ୟକୁ ନେଇ ବିବାଦ

Published By : Prameya-News7 Bureau | February 09, 2019 IST

ପୁରୀ ୯|୨: ଚଳିତବର୍ଷ ଗୋଟିଏ ଦିନରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଓ ସୁନାବେଶ ପଡ଼ୁଥିବା ନେଇ କିଛି କ୍ୟାଲେଣ୍ତରରେ ଦର୍ଶାଯାଇଛି। ନୂତନ ପାଞ୍ଜି ଆସନ୍ତା ଦୋଳପୂର୍ଣ୍ଣମୀରେ ବାହାରିବ। କ୍ୟାଲେଣ୍ତରକୁ ଆଧାର କରି ମହାପ୍ରଭୁଙ୍କ ନୀତି, କାନ୍ତି ହୁଏ ନାହିଁ। କ୍ୟାଲେଣ୍ତର ତାରିଖ ଓ ଦିବସ ପାଳନରେ ମଧ୍ୟ କୌଣସି ତାରତମ୍ୟ ନେଇଛି। ଏଭଳି ଗୁରୁତର ତ୍ରୁଟି ପାଇଁ ସିଧାସଳଖ ମୁକ୍ତିମଣ୍ତପକୁ ଦାୟୀ କରାଯାଇଛି। ନୂତନ ପାଞ୍ଜି ବାହାରିବା ପରେ ହିଁ ବାହୁଡ଼ାଯାତ୍ରା ଓ ସୁନାବେଶ ତିଥି ଓ ତାରିଖ ସ୍ପଷ୍ଟ ହେବ। 

{"id":83665,"width":591,"height":443}

ଶ୍ରୀମନ୍ଦିର ନୀତିକାନ୍ତି ଓ ପର୍ବପର୍ବାଣୀ ପାଳନ ସ୍ୱତନ୍ତ୍ର। ପରମ୍ପରା ଓ ପ୍ରଥା ଅନୁଯାୟୀ ଦୋଳପୂର୍ଣମୀ ଦିନ ନୂତନ ପାଞ୍ଜି ବାହାରିବା ସହ ମହାପ୍ରଭୁଙ୍କ ପାଖରେ ଏହା ପଢ଼ାଯାଇଥାଏ। ଏଥିସହ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପାଞ୍ଜି ସମୀକ୍ଷା କରାଯାଇଥାଏ। ଶ୍ରୀମନ୍ଦିର ପାଞ୍ଜି ଗଣନାକାରଙ୍କ ଦ୍ୱାରା ଶ୍ରୀମନ୍ଦିର ନୀତି, କାନ୍ତି ଓ ପର୍ବପର୍ବାଣୀ ନିର୍ଦ୍ଧାରିତ ହୋଇଥାଏ। ତେବେ କିଛି କ୍ୟାଲେଣ୍ତରରେ ଚଳିତବର୍ଷ ଗୋଟିଏ ଦିନରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ରଥ ଉପରେ ସୁନାବେଶ ବା ବଡ଼ତଢ଼ାଉ ବେଶ ହେଉଥିବା ଦର୍ଶାଯାଇଛି। କ୍ୟାଲେଣ୍ତର ଆଧାରରେ ଏହା ଗ୍ରହଣୀୟ ନୁହେଁ। ଏହା ଜନସାଧାରଣଙ୍କୁ ଭ୍ରମିତ କରୁଛି ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି।  

{"id":83666}

ରାଜ୍ୟରେ ବିଭିନ୍ନ ଅଂଚଳରୁ ଏକାଧିକ ପାଞ୍ଜି ଓ କ୍ୟାଲେଣ୍ତରରୁ ବାହାରିଛି। ଗୋଟିଏ ଗୋଟିଏ ପ୍ରେସରେ ଅନେକ ପାଞ୍ଜି ଓ କ୍ୟାଲେଣ୍ତର ଛପାଯାଉଛି। ଏଭଳିକି ପୂର୍ବରୁ ମଧ୍ୟ ମହାଶିବରାତ୍ରି ଓ ପଠାଣୀ ସମାନ୍ତ ଚନ୍ଦ୍ରଶେଖରଙ୍କ ଜୟନ୍ତୀ ମଧ୍ୟ ପାଞ୍ଜିରେ ଭୁଲ ଦର୍ଶଯାଇଛି। ମୁକ୍ତିମଣ୍ତପ ପଣ୍ତିତ ସଭା ଦ୍ୱାରା ଅନୁମୋଦିତ ପାଞ୍ଜିରେ ସମୟ, ତିଥିଗଣନାରେ ମାତ୍ର ଗୁରୁତର ତ୍ରୁଟି ରହିଛି। ଏଭଳି ସ୍ଥଳେ ଏକବର୍ଷ ପୂର୍ବରୁ ଛପାଯାଉଥିବା କ୍ୟାଲେଣ୍ତରରେ ମୁଦ୍ରଣଜନିତ ତ୍ରୁଟି ସହ ଦିବସ ଓ ପର୍ବପର୍ବାଣୀକୁ ଭୁଲ୍ ଭାବେ ଦର୍ଶାଯାଇଛି। ଯାହାଫଳରେ ଜନସାଧାରଣଙ୍କୁ ଏହା ଭ୍ରମିତ କରୁଛି। ଏହାର ନିଛକ ଉଦାହରଣ କ୍ୟାଲେଣ୍ତରରେ ଚଳିତବର୍ଷ ଗୋଟିଏ ଦିନରେ ବାହୁଡ଼ା ଓ ସୁନାବେଶ ଦର୍ଶଯିବା ଘଟଣା।                          

{"id":83667}

ନୂତନ ପାଞ୍ଜି ଆସିବା ପରେ ବାହୁଡ଼ାଯାତ୍ରା ଓ ସୁନାବେଶ ଗୋଟିଏ ତାରିଖରେ ପଡ଼ିଛି କି ଭିନ୍ନ ଭିନ୍ନ ତାରିଖରେ ହେଉଛି ତାହା ସ୍ପଷ୍ଟ ହେବ।

{"id":83668,"width":590,"height":443}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.