Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଇଂଲଣ୍ଡର ନୂଆ ନିୟମକୁ ନେଇ ବିବାଦ: ଲଣ୍ଡନ ଯାତ୍ରା ରଦ୍ଦ କଲେ ଥରୁର, ୟୁକେ ନିଷ୍ପତ୍ତିରେ ଆପତ୍ତି ଉଠାଇଲା WHO

21/09/2021 at 4:41 PM

ନୂଆଦିଲ୍ଲୀ ୨୧/୦୯: କୋଭିସିଲ୍ଡ ଟିକାକୁ ମାନ୍ୟତା ନଦେଇ ଏବେ ବ୍ରିଟେନ ତୀବ୍ର ସମାଲୋଚନାର ଶିକାର ହୋଇଛି। ଭାରତ ସମେତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ବ୍ରିଟେନର ଏହି ନିଷ୍ପତ୍ତିକୁ ନିନ୍ଦା କରିଛି । ମଙ୍ଗଳବାର କଂଗ୍ରେସ ସାଂସଦ ଶଶି ଥରୁର ୟୁକେର ଏହି ନିଷତ୍ତିକୁ ‘ଡବଲ୍‌ ଷ୍ଟାଣ୍ଡାର୍ଡ’ ବୋଲି କହିଛନ୍ତି । ବ୍ରିଟିଶ ସରକାର ନୂଆ ଯାତ୍ରା ନିୟମ ଘୋଷଣା କରିଛନ୍ତି । ଏହା ଜରିଆରେ କୋଭିସିଲ୍ଡ ଟିକାର ଦୁଇ ଡୋଜ୍‌ ନେଇସାରିଥିବା ଭାରତୀୟ ସେଠାକୁ ଗଲେ ୧୦ ଦିନ କ୍ବାରେଣ୍ଟାଇନ୍‌ରେ ରହିବେ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ବ୍ରିଟେନର ଏହି ନିୟମ ଉପରେ ଆପତ୍ତି ଉଠାଇଛି । କଂଗ୍ରେସ ନେତା ଶଶି ଥରୁର କହିଛନ୍ତି, ଏମିତି ନିୟମ କରି ୟୁକେ ଡବଲ ଷ୍ଟାଣ୍ଡାର୍ଡ ନୀତିର ପରିଚୟ ଦେଉଛି। ମୋ ପାଖରେ ଏତେ ସମୟ ନାହିଁ ଯେ, ଲଣ୍ଡନ ଯାଇ ମୋର ୧୦ ଦିନ ନଷ୍ଟ କରିବି। ତେଣୁ ମୁଁ ମୋର ଲଣ୍ଡନ ଯାତ୍ରା ରଦ୍ଦ କରିଛି। ଲୋକଙ୍କୁ ବ୍ରିଟେନ ସରକାରଙ୍କ ଏହି ନୀତି ବିରୋଧରେ ସ୍ବର ଶାଣିତ କରିବାକୁ ମଧ୍ୟ ଥରୁରୁ ଅପିଲ କରିଛନ୍ତି।

ଏହାରି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହି ନିୟମକୁ ନିନ୍ଦା କରିଛି। ଟାଇମ୍ସ ନାଓରେ ପ୍ରକାଶିତ ଖବର ମୁତାବକ, କୋଭିଲସିଲ୍ଡ ଡବ୍ଲୁଏଚ୍‌ଓର ଜରୁରିକାଳୀନ ଟିକା ଲିଷ୍ଟରେ ସାମିଲ ଅଛି। ତେଣୁ ଏହି ଟିକାକୁ ମାନ୍ୟତା ନଦେବା ସମ୍ପୂର୍ଣ୍ଣ ଭୁଲ ନିଷ୍ପତ୍ତି। ଅନ୍ୟ କିଛି ଲୋକ ବ୍ରିଟେନର ଏହି ନିଷ୍ପତ୍ତିରେ ବର୍ଣ୍ଣବୈଷ୍ଣବ ଗନ୍ଧ  ବାରିଛନ୍ତି।

ତେବେ ସେପ୍ଟେମ୍ବରରେ ବ୍ରିଟେନ ନୂଆ ଯାତ୍ରା ନିୟମ ଘୋଷଣା କରିଥିଲା। ଏହା ଦ୍ବାରା ଆଫ୍ରିକା, ଦକ୍ଷିଣ ଆମେରିକା, ୟୁଏଇ, ଇଣ୍ଡିଆ, ତୁର୍କୀ, ଜୋର୍ଡାନ ଏବଂ ରୁଷର ଯାତ୍ରୀଙ୍କୁ ଟିକାର ଦୁଇ ପାନ ନେଇଥିଲେ ସୁଦ୍ଧା ସେମାନଙ୍କୁ ବ୍ରିଟେନରେ ଅନଭ୍ୟାକ୍ସିନେଟେଡ୍‌ ବୋଲି ଗ୍ରହଣ କରାଯିବ। ଏହାକୁ ନେଇ ଏବେ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

   Related Posts