ମାଟ୍ରିକ ପରୀକ୍ଷା ୨୨ ତାରିଖରେ , କାହା ସ୍ବାର୍ଥରେ ନବ ନିର୍ମାଣ କୃଷକ ସଙ୍ଗଠନର ୨୧ ତାରିଖରେ ଓଡ଼ିଶା ବନ୍ଦ ଡାକରା ?

Published By : Prameya-News7 Bureau | February 19, 2019 IST

ଭୁବନେଶ୍ବର୧୯|୨: କାହା ସ୍ବାର୍ଥରେ ନବ ନିର୍ମାଣ  କୃଷକ ସଙ୍ଗଠନର ୨୧ ତାରିଖରେ  ଓଡ଼ିଶା ବନ୍ଦ ଡକରା ମାଟ୍ରିକ ପରୀକ୍ଷା ୨୨ ତାରିଖରେ ଥିବା ଜାଣିବା ପରେ ବି ଅନ୍ଦୋଳନ ନଓହରିବା ପଛରେ କଣ ସ୍ବାର୍ଥ ରହିଛି। ଦାବି ନାଁରେ ନବ ନିର୍ମାଣ କୃଷକ ସଙ୍ଗଠନ ହାଜାର ହଜାର ପିଲାଙ୍କ ଭିବଷ୍ୟତକୁ ଅନ୍ଧରାକୁ ଠେଲିବାକୁ ଯାଉଛି କି ? ବନ୍ଦକୁ ବିରୋଧୀ କଂଗ୍ରେସ ବିଜେପି ପୂର୍ଣ୍ଣ ସମର୍ଥନ ଦେଉଛନ୍ତି। ଏଭଳି ଆନ୍ଦୋଳନକୁ ନେଇ ବି​‌ଜେଡି ପ୍ରଶ୍ନ ଉଠାଇଛି

{"id":86891,"width":594,"height":430}

ସରକାରଙ୍କ ଅନୁରୋଧକୁ ବେଖାତିରବାଜିରେ ଲାଗିଲା ହଜାର ହଜାର ମାଟ୍ରିକ୍ପରୀକ୍ଷାର୍ଥୀଙ୍କ ଭବିଷ୍ୟତ । କାହା ସ୍ବାର୍ଥରେ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । କୃଷକଙ୍କ ମଙ୍ଗଳ ପାଇଁ ନା ପିଲାଙ୍କ ଭବିଷ୍ୟତ ବିଗାଡିବା ପାଇଁ । ଏନେଇ ଏବେ ସବୁ ମହଲରେ  ପ୍ରଶ୍ନ ଉଠିଲାଣି । କାରଣ ୨୨ ତାରିଖରୁ ମଟ୍ରିକ ପରୀକ୍ଷା ନେଇ ବହୁ ପୂର୍ବରୁ ସମୟ  ନିର୍ଘଣ୍ଟ ସରିଛି।

{"id":86892,"width":594,"height":334}

ହେଲେ ନବ ନିର୍ମାଣ କୃଷକ ସଙ୍ଗଠନ ମାଟ୍ରିକ ପରୀକ୍ଷାର ଠିକ୍ ପୂର୍ବ ଦିନ ଅର୍ଥାତ ୨୧ ତାରିଖରେ ବନ୍ଦ ଡକରା ଦେଇଛି। ସେହିଦିନ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର, ଉତ୍ତରଖାତା ଆଦି ହବ୍‌ରେ ପହଞ୍ଚିବାର ଅଛି । ଯେଉଁଥିରେ ବାଧା ଉପୁଯିବା ନିଶ୍ଚିତ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା ଚିନ୍ତା ନକରି ଏପରି ବନ୍ଦ ଡାକରାକୁ ନେଇ ନାନା ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।

{"id":86893,"width":595,"height":394}

ନବ ନିର୍ମାଣ କୃଷକ ସଙ୍ଗଠନର ବନ୍ଦ ଡାକରାକୁ ଦାୟୀତ୍ବ ସଂପନ୍ନ ବିରୋଧୀ ଦଳ କୁହାଯାଉଥିବା କଂଗ୍ରେସ ଓ ବିଜେପି ସମର୍ଥନ ଦେଉଛି । ନବ ନିର୍ମାଣ କୃଷକ ସଙ୍ଗଠନ ନିଜ ଜିଦରେ ଅଟଳ ଥିବାବେଳେ ସରକାର ବି ଆଲୋଚନା ପାଇଁ ଏଯାବତ ଡାକି ନାହାନ୍ତି । କେବଳ ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରି ବସିପଡିଛନ୍ତି । ଚାଷୀଙ୍କ ବିକାଶ ପାଇଁ କାଳିଆ ଯୋଜନା କରାଯାଇଛି। ଯାହା ସାରା ଦେଶରେ ଉଦହରଣ ପାଲଟିଛି । ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନଥିବାରୁ ଏହାକୁ ପ୍ରସଙ୍ଗ କରି ଏସମୟରେ ବନ୍ଦକୁ ସମର୍ଥନ ଦେବା ଠିକ ନୂହଁ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା।

{"id":86894,"width":601,"height":338}

ମାଟ୍ରିକ ପରୀକ୍ଷା ପୂର୍ବଦିନ ସମସ୍ତ ପ୍ରସ୍ତୁତି ଚୂଡାନ୍ତ  ହୋଇଥାଏ। ପ୍ରଶ୍ନ ପତ୍ରଠାରୁ ଆରମ୍ଭ କରି ଉତ୍ତର ଖାତା ପର୍ଯ୍ୟନ୍ତ । ତେଣୁ ଏହି ସମୟରେ ବନ୍ଦ ଡକାରା ପିଲାଙ୍କ ଉପରେ ମାନସିକ ପ୍ରଭାବ ପଡିବା​‌ ସହିତ ମାଟ୍ରିକ ପରୀକ୍ଷା ପ୍ରସ୍ତୁତିରେ ବିଭ୍ରାଟ ଘଟିବ । ତେଣୁ ବନ୍ଦ ଡାକରା ଦେଇଥିବା ସଂଗଠନ ଏହା ଉପରେ ପୁଣି ଥରେ ଚିନ୍ତା କରିବାର ଆବଶ୍ୟକତା ରହିଛି ।

{"id":86895,"width":593,"height":411}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.