ବିବାଦରେ କରନ ଜୋହରଙ୍କ ଗୁଞ୍ଜନ ସକସେନା-ଦି କାର୍ଗିଲ୍ ଗାର୍ଲ : 'ଜଣେ ଗର୍ବିତ ଭାରତୀୟ ଏଭଳି ସିନେମାରେ ଅଭିନୟ କରିବା ଅନୁଚିତ୍'

Published By : Prameya-News7 Bureau | August 17, 2020 IST

ମୁମ୍ବାଇ, ୧୭|୦୮:    ଜାହ୍ନବୀ କପୁରଙ୍କ ଗୁଞ୍ଜନ ସକସେନା ଦି କାର୍ଗିଲ ଗାର୍ଲ ଚଳଚ୍ଚିତ୍ରକୁ ନେଇ ବିବାଦ ଥମିବାର ନାଁ ନେଉଁନାହିଁ । ଏୟାରଫୋର୍ସର ଜଣେ ଲେଡି ପାଇଲଟଙ୍କ ଉପରେ ଏହି ଫିଲ୍ମ ନିର୍ମାଣ କରାଯାଇଛି । ଲିଙ୍ଗଗତ ବିଭେଦ ପ୍ରସଙ୍ଗରେ ଏୟାର ଫୋର୍ସ ଏହି ଚଳଚ୍ଚିତ୍ର ଉପରେ ଆପତ୍ତି ପ୍ରକାଶ କରିଛି । ତେବେ ଅବସର ନେଇଥିବା ଓ୍ୱିଙ୍ଗ୍ କମାଣ୍ଡର  ନମ୍ରିତା ଚଣ୍ଡି ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ।

ନମ୍ରିତା କହିଛନ୍ତି ଯେ, ସେ ହେଲିକପ୍ଟର ପାଇଲଟ ଭବେ ଦେଶର ସେବା କରିଛନ୍ତି । ସେ କେବେ ହେଲେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହାଁନ୍ତି । କେବେ ତାଙ୍କୁ ଲିଙ୍ଗଗତ ବିଭେଦର ଶିକାର ହେବାକୁ ପଡିନି । ପୁରୁଷମାନେ ୟୁନିଫର୍ମରେ ଥିବା ବେଳେ ପ୍ରକୃତ ଭଦ୍ରବ୍ୟକ୍ତିର ପରିଚୟ ଦେଇଥାନ୍ତି।

wp:html /wp:html

ଏହାସହ ସେ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନକୁ ମଧ୍ୟ ତାତ୍ସଲ୍ୟ କରିଛନ୍ତି । ଧର୍ମା ପ୍ରଡକ୍ସନ ମିଛ କହୁଥିବା ଓ ଏୟାରଫୋର୍ସକୁ ବିବାଦରେ ରଖୁଥିବା ନମ୍ରିତା ଅଭିଯୋଗ କରିଛନ୍ତି । ଜାହ୍ନବୀ କପୁରଙ୍କୁ ମଧ୍ୟ ସେ ପରାମର୍ଶ ଦେଇ କହିଛନ୍ତି ଯେ, ଏପରି ଚଳଚ୍ଚିତ୍ର କରିବା ଅନୁଚିତ । ଆଗକୁ ଏପରି ନକରନ୍ତୁ । ଭାରତୀୟ ଭାବେ ଗର୍ବ କରୁଥିବା ମହିଳାମାନେ ଏପରି ଫିଲ୍ମ କରିବା କଥା ନୁହେଁ ।ଇଣ୍ଡିଆନ ଏୟାରଫୋର୍ସର ପୂର୍ବତନ ଡେପୁଟୀ ଚେୟାରମ୍ୟାନ୍ ଅଶୋକ ଛିବର ମଧ୍ୟ ଏହି ଚଳଚ୍ଚିତ୍ରକୁ କଟାକ୍ଷ କରିଛନ୍ତି ।

ସୂଚନାଯୋଗ୍ୟ, ଗୁଞ୍ଜନ ସକସେନା ଦି କାର୍ଗିଲ୍ ଗାର୍ଲ ନେଟଫ୍ଲିକ୍ସରେ ରିଲିଜ ହୋଇଛି । ଏଥିରେ ମହିଳାଙ୍କ ପ୍ରତି ବାୟୁସେନାର ଯବାନ କିପରି ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.