Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବାଲେଶ୍ବର ଉପ ନିର୍ବାଚନ ବିଜେଡି ପାଇଁ ସୁଯୋଗ ସୃଷ୍ଟି କରିଥିବା ମନ୍ତବ୍ୟକୁ ନେଇ ବବାଲ୍

24/10/2020 at 7:00 PM

ବାଲେଶ୍ୱର ୨୪/୧୦ : ବାଲେଶ୍ବର ନିର୍ବାଚନ ପ୍ରଚାରରେ ଯୋଡ଼ି ହୋଇଯାଇଛି ଇମୋସନାଲ ଫ୍ୟାକ୍ଟର। ବିଜେଡି ପ୍ରାର୍ଥୀଙ୍କ ପାଇଁ ବଳ କଷୁଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବାଲେଶ୍ବର ଉପନିର୍ବାଚନକୁ ଏକ ସୁଯୋଗ କହିବା ପରେ ଛିଡ଼ା ହୋଇଛି ବଡ଼ ବିବାଦ। ଛଳଛଳ ଆଖିରେ ସ୍ବଗତଃ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ବାପାଙ୍କ ପ୍ରତି ଏହାକୁ ଅପମାନ କହୁଥିବା ବେଳେ ରଣେନ୍ଦ୍ରଙ୍କୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ଏନେଇ କ୍ଷମା ପ୍ରାର୍ଥନା କରିଛନ୍ତି ରଣେନ୍ଦ୍ର।

ମନ୍ତ୍ରୀ ରାଜା ସ୍ବାଇଁଙ୍କ ବୟାନକୁ ନେଇ ବବାଲ୍‌। ପ୍ରଥମେ ବାଲେଶ୍ବରର ବିଜେପି ପ୍ରାର୍ଥୀ ମାନସ ଦତ୍ତ, ପରେ ଆଜି ରାଜାଙ୍କୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାଲେଶ୍ବର ଉପ ନିର୍ବାଚନ ବିଜେଡି ପାଇଁ ସୁଯୋଗ ସୃଷ୍ଟି କରିଥିବା ମନ୍ତବ୍ୟ ଦେଇଥିଲେ ରାଜା। ଏବେ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଗଣ୍ଠି କରିଛି ବିଜେପି। ସମବେଦନ ଜଣାଇବା ପରିବର୍ତେ ବିଧାୟକ ମଦନମୋହନ ଦତ୍ତଙ୍କ ମୃତ୍ୟୁକୁ ବିଜେଡି ସୁଯୋଗ କହିବା ତାଙ୍କ ପ୍ରତି ଅସମ୍ମାନ କହି ଇମୋସନାଲ କାର୍ଡ ଖେଳିବାକୁ ଚେଷ୍ଟା କରିଛି ବିଜେପି।

ସେପଟେ ରାଜା ବି ସାତ ସାତ ଥରର ବିଧାୟକ। ନିର୍ବାଚନରେ ଯେ ଇମୋସନାଲ ଫ୍ୟାକ୍ଟର କେତେ କାମ ଦିଏ ସେକଥା ତାଙ୍କୁ ବେଶ୍ ମାଲୁମ। ତେଣୁ ସଙ୍ଗେ ସଙ୍ଗେ ଟ୍ବିଟର ଠାରୁ ଆରମ୍ଭ କରି ମିଡିଆ ଆଗରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ବାଲେଶ୍ବରର ପୂର୍ବତନ ବିଧାୟକ ସ୍ବଗତଃ ମଦନ ମୋହନ ଦତ୍ତ ତାଙ୍କର ବନ୍ଧୁ ଥିଲେ। ତେଣୁ ତାଙ୍କ ମନ୍ତବ୍ୟକୁ ଭୁଲ ଭାବେ ଉପସ୍ଥାପିତ କରାଯାଇଥିବା କହିଛନ୍ତି ରଣେନ୍ଦ୍ର।

ତେବେ କ୍ଷମା ପ୍ରାର୍ଥନା ପରେ ବି ରାଜନୀତି ଥମିବାର ନାଁ ନେଉନି। ବରଂ ବିଜେପି ଏଥିରୁ ଭରପୂର ରାଜନୈତିକ ଫାଇଦା ନେବା ଚେଷ୍ଟାରେ ରହିଛି।

   Related Posts