Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କେନ୍ଦୁଝର ଟ୍ରକ ମାଲିକ ସଂଘରେ ବିବାଦ, ସଭାପତି ଓ ସମ୍ପାଦକଙ୍କୁ ଟାର୍ଗେଟ୍ କଲେ ଉପସଭାପତି ଏବଂ କୋଷାଧ୍ୟକ୍ଷ

23/05/2020 at 6:10 PM

କେନ୍ଦୁଝର, ୨୩|୦୫:   ରାଜ୍ୟର ଅନ୍ୟତମ ପ୍ରମୁଖ ବିତ୍ତଶାଳୀ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଏବେ ବିବାଦୀୟ ପରିସ୍ଥିତି ଦେଖା ଦେଇଛି। ସଂଘର କାର୍ଯ୍ୟଧାରାକୁ ନେଇ ନିର୍ଦ୍ଧିଷ୍ଟ କେତେକ କର୍ମକର୍ତ୍ତା ଦୀର୍ଘଦିନ ହେବ ଅସନ୍ତୁଷ୍ଟ ରହିଛନ୍ତି ।

ଏହାକୁ ନେଇ ପୂର୍ବରୁ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଇ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଦାବି କରିଥିବା କହିଛନ୍ତି । ଏନେଇ ଆଜି ଆନନ୍ଦପୁର ଉପଖଣ୍ଡ ବେଲବାହାଳିଠାରେ ଜିଲ୍ଲା ଟ୍ରକ୍ ମାଲିକ ସଂଘ ଉପସଭାପତି ପଦ୍ମଲୋଚନ ସାହୁ ଓ କୋଷାଧ୍ୟକ୍ଷ ରୁଦ୍ରନାରାୟଣ ମିଶ୍ର ଓ କାର୍ଯ୍ୟକାରି ସଦସ୍ୟ ରଂଜନ କୁମାର ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀରେରେ ସଭାପତି ଓ ସମ୍ପାଦକଙ୍କୁ ଟାର୍ଗେଟ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଓ ସମ୍ପାଦକ କ୍ଷମତା ବିକେନ୍ଦ୍ରୀ କରଣ ନକରି ସମସ୍ଥ କ୍ଷମତାକୁ ନିଜ ନିଜ ମଧ୍ୟରେ ସୀମିତ ରଖିବା ସହ କ୍ଷମତାର ଦୁରୁପଯୋଗ କରୁଥିବା ଅଭିଯୋଗ କରିଥିଲେ । ସେହିପରି ଟ୍ରକ୍ ମାଲିକ ସଂଘ ଏବେ ମାଲିକଙ୍କ ସ୍ବାର୍ଥ ପାଇଁ ନୁହେଁ  ବରଂ ଟ୍ରାନ୍ସପୋଟରଙ୍କ ହିତରେ କାମ କରୁଥିବା ଅଭିଯୋଗ ହୋଇଛି ।

ବିଭିନ୍ନ ଆର୍ଥିକ କାରବାରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ଏହି ଅସନ୍ତୁଷ୍ଟ କର୍ମକର୍ତ୍ତାମାନେ ଅଡିଟ ଦାବି କରିଥିଲେ ମଧ୍ୟ ସମ୍ପାଦକ ଫାଇଲ୍ ଦେଉଥିବାରୁ ଅଡିଟ୍ ସମ୍ଭବ ହୋଇପାରୁନଥିବା ଅଭିଯୋଗ ଆଣିଛନ୍ତି କୋଷାଧ୍ୟକ୍ଷ ରୁଦ୍ରନାରାୟଣ ମିଶ୍ର । ସେପଟେ ଏ ସମସ୍ତ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ । ସଂଘର ୨୨ଜଣ ନିର୍ବାଚିତ ସଦସ୍ୟ ରହିଥିବାବେଳେ  ଉଚ୍ଚ ପଦବୀରେ ଥାଇ ମଧ୍ୟ  କେତେକ ସଦସ୍ୟ ସଂଘ  କାର୍ଯ୍ୟାଳୟ ଆସିନଥାନ୍ତି  । ସଂଘର ସମସ୍ତ ପ୍ରସ୍ତାବିତ କାର୍ଯ୍ୟକ୍ରମ ବିଧିବଦ୍ଧ ଭାବେ ସର୍ବସମ୍ମତିରେ ପାରିତ ହୋଇଥାଏ । ସେ ଆହୁରିମଧ୍ୟ କହିଛନ୍ତି ଯେ,  ମାଲିକଙ୍କ ଅନୁରୋଧ କ୍ରମେ କୋଭିଡ୍ ଫଣ୍ଟକୁ ୧୦ଲକ୍ଷ ଟଙ୍କା ସଂଘ  ତରଫରୁ ପ୍ରଦାନ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ହେଲେ କୋଷାଧ୍ୟକ୍ଷ ଙ୍କ ଅସହଯୋଗ ଯୋଗଁ ତାହା ଆଜିଯାଏ ହୋଉପାରି ନାହିଁ ।

ଗୋଟିଏ ପଟେ  ପାରାଦୀପଠାରେ କେନ୍ଦୁଝର ଟ୍ରକ ଖାଲି ନହେବା ଘଟଣାକୁ ନେଇ ଜିଲ୍ଲା ଟ୍ରକ୍ ମାଲିକମାନେ ଚିନ୍ତାରେ ଥିବାବେଳେ ଟ୍ରକ୍ ମାଲିକ ସଂଘ କର୍ମକର୍ତ୍ତା ମଧ୍ୟରେ ଉପୁଜୁଥିବା ଏଭଳି ବିବାଦ ଆହୁରି ଚିନ୍ତାରେ ପକାଇଛି ।

   Related Posts