Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଂଗ୍ରେସରେ ବଢିଲା ବିବାଦ, ଛାତ୍ର କଂଗ୍ରେସରୁ ନିଲମ୍ବନ ପରେ ଅଣ୍ଡାମାଡର ଧମକ ଦେଲେ ଇତିଶ

ଭୁବନେଶ୍ବର୧୬।୦୯- କଂଗ୍ରେସ​‌ରେ ବିବାଦ ବଢ଼ିଲା।ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନଙ୍କ ନିଲମ୍ବନ ପରେ ବରିଷ୍ଠ ନେତାଙ୍କ ବିରୋଧ କାର୍ଯ୍ୟନୁଷ୍ଠାନ ନ ହେବାକୁ ନେଇ ପ୍ରଶ୍ନ ଉଠିଛି। ଏପଟେ ନିରଞ୍ଜନଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଅଣ୍ଡା ମାଡ କରିବାକୁ ଇତିଶ ଧମକ ଦେଇଛନ୍ତି। ଇତିଶଙ୍କ ଅଣ୍ଡା ମାଡର ଜବାବ କଂଗ୍ରେସ କର୍ମୀ ଦେବେ ବୋଲି ପିସିସ ପକ୍ଷରୁ କୁହାଯାଇଛି । 

କଂଗ୍ରେସରେ ବଢ଼ୁଛି ବିବାଦ। ଇତିଶକୁ ନିଲମ୍ବନ କରିବା ପରେ ବରିଷ୍ଠଙ୍କ ଉପରେ କାଯ୍ୟାନୁଷ୍ଠାନ ନେଇ ଦାବି ଉଠିଲାଣି।  ଏପଟେ ଇତିଶ କହିଛନ୍ତି ।ନିଲମ୍ବନ ବୈଧ ନୁହେଁ। ନିଲମ୍ବନ ନେଇ ଏନଏସୟୂଆଇ ସଭାପତି ଜାଣି ନାହାନ୍ତି ବୋଲି ଇତିଶ କହିଛନ୍ତି। ଏହା ସହିତ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକଙ୍କୁ ସାରା ରାଜ୍ୟରେ ବିରୋଧ କରି ଅଣ୍ଡା ମାଡ କରାଯିବ।  ଏପରିକି ଯେଉଁ ନେତା ମା​‌ନେ ସରାକାରୀ ଦଳ ସହିତ ହାତ ମିଳାଇ କଂଗ୍ରେସକୁ ବିପର୍ଯୟ ଆଡକୁ ଆଣୁଛନ୍ତି ସେମାନଙ୍କ ବିରୋଧରେ ସ୍ବର ତୀବ୍ର ହେବ । ଶହେ ଛାତ୍ରନେତାଙ୍କୁ ନେଇ ଏଆଇସିସି ଅଫିସ ଆଗରେ ଅନଶନ ବସିବୁ ବୋଲି ଇତିଶ କହିଛନ୍ତି। ଏପଟେ କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି କେବଳ ଜୁନିୟରଙ୍କ ବିରୋଧରେ କାହିଁକି ଯେଉଁ ସିନିୟର ନେତାମାନେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବା ଦରକାର ବୋଲି  ସେ କହିଛନ୍ତି।

ଏପଟେ କଂଗ୍ରେସ ପକ୍ଷରୁ ଇତିଶକୁ କଡା ଜବାବ ଦିଆଯାଇଛି। ଅଣ୍ଡା ମାଡର ଜବାବ କଂଗ୍ରେସ କର୍ମୀ ଦେବେ। ନିଲମ୍ବନ ବୈଧ। ନେତୃତ୍ବ ପ୍ରତି ବିଶ୍ବାସ ନାହିଁ । ସେ ଆଉ କୁଆଡେ ଯାଇ ପାରିବେ ନାହିଁ କି ତାଙ୍କୁ କେହି ନେବେ ନାହିଁ।  ସେ ବିଶ୍ବାସ ଘାତକ। ଯିଏ ବି ବିଶୃଙ୍ଖଳା କରିବ ତା ବିରୋଧରେ କାର୍ଯ୍ୟନୂଷ୍ଠାନହେବ ବୋଲି , କଂଗ୍ରେସ ପୂର୍ବତନ ମୁଖପାତ୍ର  ପଦ୍ମାକର ଗୁରୁ କହିଛନ୍ତି ।

ହାଇକମାଣ୍ଡ ନିରଞ୍ଜନଙ୍କୁ ପୁନଃବାର ପିସିସି ସଭାପତି ଦାୟୀତ୍ବ ଦେବା ପର ଠାରୁ ତାଙ୍କ ବିରୋଧରେ ଛାତ୍ର ନେତାଙ୍କୁ ଠାରୁ ଆରମ୍ଭ କରି ବରିଷ୍ଠ ସ୍ବର ଉଠାଇଛନ୍ତି। ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶଙ୍କ ବିରୋଧରେ କାର୍ଯ୍ୟନୁ​ଷ୍ଠାନ ପରେ  ଅସନ୍ତୋଷ ଆହୁରି ତୀବ୍ର ହୋଇଛି।

434 Views

   ସମ୍ବନ୍ଧିତ ଖବର