ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟାକୁ ନେଇ ଜୋର୍ ଧରିଲା ରାଜନୀତି: ନାପସନ୍ଦ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ

Published By : Prameya-News7 Bureau | January 24, 2020 IST

ଭୁବନେଶ୍ବର୨୪/୧: ଆଗକୁ ଯୁକ୍ତ ୩ କଲେଜ ପରିଚାଳନା ସମିତିରେ ନେତାଙ୍କୁ ମିଳିବନି ସ୍ଥାନ। କଲେଜ ପରିଚାଳନା କମିଟିରେ ସ୍ଥାନୀୟ ବିଧାୟକ ଆଉ ସଭାପତି ରହି ପାରିବେନି। ବରଂ ଜଣେ ଶିକ୍ଷାବିତ୍ କମିଟିର ମୁଖ୍ୟ ହେବେ ବୋଲି ଗତକାଲି  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇନ୍ତି। ମାତ୍ର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ଜୋର୍ ଧରୁଛି ରାଜନୀତି । ଏହାକୁ ଖାଲି ବିରୋଧୀ ଦଳ ବିଧାୟକ ନୁହଁନ୍ତି ବରଂ ନିଜ ଦଳର  ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ନାପସନ୍ଦ କରିଛନ୍ତି । ସେପଟେ ରାଜ୍ୟ ସରକାର ସବୁ କଲେଜର ଗଭର୍ଣ୍ଣିଂ ବଡି ଭାଙ୍ଗି ଦେଇଛନ୍ତି।

{"id":215536,"sizeSlug":"large"}

ବିଧାୟକଙ୍କ ବାଦ୍‌ ଦେବାକୁ ନେଇ ନିଷ୍ପତ୍ତି । ଏଣେ ଶାସକ ଓ ବିରୋଧୀ ବିଧାୟକ ତାତିଲେଣି। ତେଣେ ସବୁ ଯୁକ୍ତ ୩ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲେ ସରକାର । ଅନୁଦାନ ପ୍ରାପ୍ତ ଘରୋଇ କଲେଜର ଗଭର୍ଣ୍ଣିଙ୍ଗ ବଡିକୁ ଭାଙ୍ଗିଦି ଆଯାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ବାହାର କରିଛି ବିଜ୍ଞପ୍ତି।  ଯାହା କାଲି ଘୋଷଣା କରାଯାଇଥିଲା ତାହା ଆଜି କାର୍ଯ୍ୟକାରୀ କରାଯାଇଛି । କଲେଜଗୁଡ଼ିକର ଗଭର୍ଣ୍ଣି ବଡିରୁ ଖାସ୍‌ ବିଧାୟକମାନଙ୍କୁ ବାଦ୍‌ ଦେବା ଲାଗି ହିଁ ଏହାକୁ ଭାଙ୍ଗି ଦିଆଯାଇଛି।

{"id":215537,"sizeSlug":"large"}

ଯୁକ୍ତ ୩ କଲେଜ ପରିଚାଳନା କମିଟିରେ ଶିକ୍ଷାବିତ୍‌ମାନଙ୍କୁ କଲେଜ ପରିଚାଳନା କମିଟିର ଦାୟିତ୍ବ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗତକାଲି କହିଥିଲେ। ୨ରୁ ୩ ଜଣ ଅଭିଭାବକ ଏବଂ କିଛି ପୁରାତନ ଛାତ୍ରଛାତ୍ରୀଙ୍କୁ ବି କମିଟିରେ ସାମିଲ କରାଯିବ। ଏଥିରେ ୪ ଜଣ ଷ୍ଟାଫ୍ ରହିବା ବାଧ୍ୟତାମୂଳକ ହେବ । କଲେଜର ଅଧ୍ୟକ୍ଷ କମିଟିର ସଚିବ ରହିବେ। ମାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଏଭଳି ପ୍ରସ୍ତାବକୁ, ଗ୍ରାମ୍ୟ ଉନ୍ନୟନ ଏବଂ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ନାପସନ୍ଦ କରିଛନ୍ତି ।

{"id":215538,"sizeSlug":"large"}

 କଲେଜ ପରିଚାଳନା ସମିତିରେ ବିଧାୟକ ସଭାପତି ନହେଲେ ନାହିଁ, କମସେ କମ୍ ସଦସ୍ୟ ଭାବେ ରହିବା ଉଚିତ୍ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି  । ଏ ବାବଦରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ ଆଜି ଗଣମାଧ୍ୟମକୁ କହିଛନ୍ତି । ସେପଟେ ବିରୋଧୀ କହିଛନ୍ତି ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବେ। ବିଧାୟକ ଗଭର୍ଣ୍ଣି ବଡିରେ ସଦସ୍ୟ ରହିଲେ ସ୍ଥାନୀୟ ଲୋକପ୍ରତିନିଧି ଭାବେ କଲେଜର ଭିତ୍ତିଭୂମି ବିକାଶ ସହ ଅନ୍ୟାନ୍ୟ ସମସ୍ୟା ପ୍ରତି ଧ୍ୟାନ ଦେଇପାରିବେ।

{"id":215539,"sizeSlug":"large"}

କଲେଜ କ୍ୟାମ୍ପସକୁ ରାଜନୀତି ମୁକ୍ତ କରିବା ପ୍ରସ୍ତାବରେ ଆଉ ପାଦେ ଆଗେଇଛନ୍ତି ସରକାର।  ପୂର୍ବରୁ ବାରମ୍ବାର ହିଂସା ଯୋଗୁଁ କିଛି କଲେଜରେ ଛାତ୍ର ସଂସଦ ନିର୍ବାଚନ ବି ବନ୍ଦ କରିଛନ୍ତି ସରକାର ।ଏବେ ପରିଚାଳନା ସମିତିରୁ ବିଧାୟକଙ୍କୁ ସିନା ତଡ଼ି ଦେଇପାରିବେ କିନ୍ତୁ ସଂପୂର୍ଣ୍ଣରୂପେ ନେତାମାନଙ୍କୁ ଦୂରେଇବା ରଖିବା କେତେଦୂର ସମ୍ଭବପର ତାହା ପ୍ରଶ୍ନବାଚୀ।

{"id":215540,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.