Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ହ୍ରିତିକ ରୋଶନଙ୍କୁ ସଲମାନ କହିଥିଲେ ‘ତୋ ଫିଲ୍ମ ଦେଖିବା ପାଇଁ କୁକୁର ବି ଆସିବା ନାହିଁ’…ଆଉ ତାପରେ ହେଲା ଏମିତି କିଛି

10/01/2019 at 4:18 PM

ମୁମ୍ବାଇ ୧୦/୧ : ହ୍ରିତିକ ରୋଶନ ବଲିଉଡର ଜଣେ ଏମିତି କଳାକାର ଯାହାଙ୍କ ଚାହିଦା ବହୁତ | ତାଙ୍କ ଅଭିନୟ, ଡ୍ୟାନ୍ସ ଏବଂ ଏକ୍ସପ୍ରେସନ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଥାଏ | ଯୁବପିଢ଼ି ହ୍ରିତିକଙ୍କ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି | ନିକଟରେ ଆସିବାକୁ ଯାଉଛି ତାଙ୍କ ଫିଲ୍ମ ‘ସୁପର ୩୦’ | ଏହି ଫିଲ୍ମ ସୁଟିଂରେ ଏବେ ହ୍ରିତିକ ବହୁତ ବ୍ୟସ୍ତ ଅଛନ୍ତି | ଆଜି ତାଙ୍କର ଜନ୍ମଦିନ | ତାଙ୍କୁ ୪୪ ବର୍ଷ ବୟସ ହେଲା | ୪୪ ବର୍ଷ ବୟସରେ ମଧ୍ୟ ହ୍ରିତିକ ନିଜ ସ୍ୱାସ୍ଥ୍ୟର ପୁରା ଧ୍ୟାନ ରଖିଛନ୍ତି | ନିଜକୁ ଫିଟ ରଖିବା ପାଇଁ ବରାବର ବ୍ୟାୟାମ କରୁଛନ୍ତି | ଖାଇବା ପିଇବାରେ ମଧ୍ୟ ପୁରା ସତର୍କ ରହୁଛନ୍ତି | ତାଙ୍କର ପ୍ରଥମ ଫିଲ୍ମ ‘କହୋ ନା ପ୍ୟାର ହେ’ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା | ଏହାପରେ ଫିଜା, ମିଶନ କାଶ୍ମୀର, କଭୀ ଖୁସି କଭୀ ଗମ, ମୁଝସେ ଦୋସ୍ତି କରୋଗୀ ଭଳି ହିଟ ଫିଲ୍ମ ଦେବାପରେ ହ୍ରିତିକ ଏବଂ ସଲମାନଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା |

ସେତେବେଳେ ସଲମାନ ହ୍ରିତିକଙ୍କ ଉପରେ ରାଗିଯାଇ କହିଥିଲେ ଯେ, ତୋ ଫିଲ୍ମ ଦେଖିବା ପାଇଁ ତ କୁକୁର ବି ଆସିବନାହିଁ | ସଲମାନଙ୍କ ଏଭଳି ଆକ୍ଷେପ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା | ହ୍ରିତିକ, ଐଶ୍ୱର୍ଯ୍ୟା ରାୟଙ୍କ ସହ ଫିଲ୍ମ ଗୁଜାରିଶ କରିଥିଲେ | ସେତେବେଳେ ଏହି ଫିଲ୍ମରେ ହ୍ରିତିକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ କିଛି ରୋମାନ୍ସ ସିନ ଦେଖିବାକୁ ମିଳିଥିଲା | ଏହି ରୋମାନ୍ସ ସିନ ଦେଖି ସଲମାନ ରାଗିଯାଇଥିଲେ | କାରଣ ସେତେବେଳେ ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ପ୍ରେମ ସମ୍ପର୍କର ଅନ୍ତ ଘଟିଥିଲା | ଫିଲ୍ମର ନିର୍ଦେଶକ ଥିଲେ ସଞ୍ଜୟ ଲୀଳା ବଂଶାଲୀ | ସଞ୍ଜୟ ପ୍ରଥମେ ଏହି ଫିଲ୍ମ ପାଇଁ ସଲମାନଙ୍କୁ ବାଛିଥିଲେ | କିନ୍ତୁ ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଫାଟ ଯୋଗୁଁ ସଞ୍ଜୟ ସଲମାନଙ୍କ ଜାଗାରେ ହ୍ରିତିକଙ୍କୁ ଫିଲ୍ମର ହିରୋ ଭାବେ ଚୟନ କରିଥିଲେ | ତେବେ ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲା |

ଫିଲ୍ମ ଫ୍ଲପ ହେବାଯୋଗୁଁ ସଲମାନ ଗଣମାଧ୍ୟମ ସାମ୍ନାରେ ହ୍ରିତିକଙ୍କ ଫିଲ୍ମ ଗୁଜାରିଶର ବହୁତ ଥଟ୍ଟା ପରିହାସ କରିଥିଲେ | ସେ କହିଥିଲେ ଯେ, ସେହି ଫିଲ୍ମକୁ କୁକୁର ମଧ୍ୟ ଦେଖିବାକୁ ଯାଇନଥିଲା | ଫିଲ୍ମ ହଲରେ ମାଛି ଉଡ଼ୁଥିଲେ | ଫିଲ୍ମକୁ ନେଇ ସଲମାନଙ୍କ ମନ୍ତବ୍ୟରେ ଐଶ୍ୱର୍ଯ୍ୟା ଟିକିଏ ହେଲେ ରାଗିନଥିଲେ | କିନ୍ତୁ ହ୍ରିତିକ ସଲମାନଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ହୋଇଥିଲେ | ସେ କହିଥିଲେ ଯେ, କେଉଁ ଫିଲ୍ମ, ଫିଲ୍ମ ମେକର କିମ୍ବା ଫିଲ୍ମର ବକ୍ସ ଅଫିସର ଏଭଳି ଥଟ୍ଟା ପରିହାସ କରିବା ହିରୋଗିରି ନୁହେଁ |

   Related Posts