ଦାମ-ବିଷ୍ଣୁ ପରେ ଏବେ ବିଷ୍ଣୁ-ରାଜଶ୍ରୀ ବିବାଦ : ବିଜେଡିରେ ବିଷ୍ଣୁ ଦାସଙ୍କର ଅଖା ନାହିଁକି ବିରି ନାହିଁ କହିଲେ ରାଜଶ୍ରୀ

Published By : Prameya-News7 Bureau | December 13, 2018 IST

ଭୁବନେଶ୍ବର ୧୩|୧୨: ସାଧାରଣ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ସେହି ତୁଳନାରେ ଜଗତସିଂହପୁର ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ବଢି ବଢି ଚାଲୁଥିବା ଘଟଣା ଦଳୀୟ କର୍ମକର୍ତ୍ତା ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦଳରୁ ଦାମ ବହିସ୍କୃତ ହେବା ପରେ ଏବେ ବିଷ୍ଣୁ ଦାସ ଓ ରାଜଶ୍ରୀ ମଲ୍ଲିକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଧୀରେ ଧୀରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି ।

ବିଷ୍ଣୁ ଦାସଙ୍କର ଅଖା ନାହିଁକି ବିରି ନାହିଁ । ଜଣେ ଦଳରୁ ଘୋଷିତ ବହିସ୍କୃତ ହୋଇଥିବା ବେଳେ ଜଣେ ( ବିଷ୍ଣୁ) ଦଳରୁ ଅଘୋଷିତ ବହିସ୍କୃତ ହୋଇ ସାରିଛନ୍ତି । ସେ ଆମ ଦଳରେ କିଛି ବିବାଦ ସୃଷ୍ଟି କରି ପାରିବେ ନାହିଁ ବୋଲି ବିଧାୟିକା ରାଜଶ୍ରୀ ମଲିକ କହି ଛନ୍ତି । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଦ୍ୟାଧରପୁର ପଂଚାୟତରେ କେତେକ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିବାକୁ ଯାଇଥିଲେ ବିଧାୟିକା ରାଜଶ୍ରୀ ମଲ୍ଲିକ। ହେଲେ କେତେକ ଦଳୀୟ କର୍ମୀ ବିଧାୟିକାଙ୍କୁ ବିରୋଧ କରି ଧାରଣାରେ ବସିବା ସହ ବିଧାୟିକା ସେମାନଙ୍କୁ ଅଣଦେଖା କରୁଥିବାର ଅଭିଯୋଗ କରିଛନ୍ତି । ପାଞ୍ଚ ବର୍ଷ ଭିତରେ ବିଧାୟିକା ଏହି ପଞ୍ଚାୟତକୁ ଆସିନଥିବାର ସେମାନେ ଅଭିଯୋଗ କରିବା ସହ ପ୍ରକୃତ ଦଳୀୟ କର୍ମୀମାନଙ୍କୁ ଉପେକ୍ଷା କରୁଥିବାର ସେମାନେ ଅଭିଯୋଗ କରି ତାର ପ୍ରତିବାଦରେ ଧାରଣାରେ ବସିଥିବାର କହିଥିଲେ ।

ହେଲେ ପ୍ରତିବାଦକୁ କୌଣସି ଭୂକ୍ଷେପ ନକରି ବିଧାୟିକା ଅନ୍ୟ କର୍ମୀ ମାନଙ୍କ ସହ ଆସି ଶିଳାନ୍ୟାସ କରିବା ସହ ଧାରଣାରେ ବସିଥିବା ଲୋକ ମାନେ ବିଜେଡି କର୍ମୀ ନୁହଁନ୍ତି ସେମାନେ ସମସ୍ତେ କଂଗ୍ରେସ କର୍ମୀ ବୋଲି କହିଥିଲେ । ଏଥିସହ ବିଷ୍ଣୁ ଦାସ ସେମାନଙ୍କୁ ଶିଖାଇ ବସାଇଥିବାର କହିଥିଲେ । ଏଥି ସହିତ ବିଷ୍ଣୁ ଦାସଙ୍କର ଅଖା ନାହିଁକି ବିରି ନାହିଁ ସେ ଦଳରୁ ଅଘୋଷିତ ବହିସ୍କୃତ ହୋଇଛନ୍ତି । ସେ ଆମ ଦଳରେ କୌଣସି କ୍ଷତି କରିପାରିବେ ନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି ।

ଏହି ବାବଦରେ ବିଷ୍ଣୁ ଦାସଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କିଏ କଣ ସେକଥା ଦଳ ଜାଣିଛି ଓ ଲୋକ ଜାଣିଛନ୍ତି । ମୋରସେ ବାବଦରେ କିଛି କହିବାର ନାହିଁ ବୋଲି ସେ କହିଛନ୍ତି ।

ହେଲେ ବିଜେଡିର ଦଳୀୟ ନେତାଙ୍କ ମଧ୍ୟରେ ଲାଗି ଥିବା ଏହି ବିବାଦ କର୍ମୀ ତଥା ଦଳର ଅନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଆଶଙ୍କା ଓ ଅସନ୍ତୋଷକୁ ବୃଦ୍ଧି କରାଉଛି ।

wp:core-embed/youtube {"url":"https://www.youtube.com/watch?v=lGG4fKxoi3Q","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=lGG4fKxoi3Q
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.