Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

କୁନି ଝିଅକୁ ଦୋଛକିରେ ଛିଡା କରାଇଲା ମା’ର ଦ୍ବିତୀୟ ବିବାହ, ସେ ଏବେ ହେବ କାହାର ?

14/01/2021 at 3:24 PM

ଭଦ୍ରକ ୧୪।୧: ବିବାହ ପରେ ଝିଅଟିଏ ଜନ୍ମ ହେଲା । ଝିଅ ଜନ୍ମ ପରେ ଅକାଳରେ ଚାଲିଗଲେ ସ୍ବାମୀ । ସ୍ବାଙ୍କ ମୃତ୍ୟୁ ପରେ ଉଭୟ ମା’ ଓ ଝିଅ ନିଜ ମାମୁ ଘରକୁ ଫେରିଗଲେ । ଦୀର୍ଘଦିନ ପରେ ମହିଳା ଜଣଙ୍କ ପୁଣି ଥରେ ବିବାହ କଲେ । ମାତ୍ର ଏବେ ନାବାଳିକା ଝିଅକୁ ନେଇ ଆରମ୍ଭ ହୋଇଛି ଟଣା ଓଟରା । ନାବାଳିକା ଝିଅକୁ ନିଜ ପାଖରେ ରଖିବା ପାଇଁ ଉଭୟ ଶ୍ଵଶୁର ଘର ଓ ସ୍ତ୍ରୀଙ୍କ ମଧ୍ୟରେ ଏବେ ବିବାଦ ଦେଇଛି । ଏ ନେଇ ଉଭୟ ପକ୍ଷ ଥାନାଠାରୁ ଆରମ୍ଭ କରି ଶିଶୁ ମଙ୍ଗଳ କମିଟିର ଦ୍ଵାରସ୍ଥ ହୋଇଛନ୍ତି ।

ଅଭିଯୋଗ ଅନୁଯାୟୀ, ଭଣ୍ଡାରିପୋଖରୀ ଅଞ୍ଚଳର ବିଦ୍ୟାବତୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଥାନା ଅସୁରା ଅଞ୍ଚଳରେ ବିବାହ କରିଥିଲେ । ବିବାହ ପରେ ଝିଅ ୨ ବର୍ଷର ହୋଇଥିବା ବେଳେ ସ୍ଵାମୀଙ୍କର ମୃତ୍ୟୁ ହେଲା । ସ୍ଵାମୀଙ୍କ ଶୁଦ୍ଧିକ୍ରିୟା ପରେ ଉଭୟ ମା’ ଓ ଝିଅ ନିଜ ବାପା ଘରକୁ ଫେରିଥିଲେ । ସେଠାରେ ରହିବା ପରେ ମହିଳା ଜଣକ ଦ୍ବିତୀୟ ବିବାହ କରିଥିଲେ । କିନ୍ତୁ ପରେ ତାଙ୍କ ଝିଅକୁ ଶ୍ଵଶୁର ଘର ଲୋକେ ସାଙ୍ଗରେ ନେଇଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପରେ ଘଟଣା ଶିଶୁ ମଙ୍ଗଳ କମିଟି ପର୍ଯ୍ୟନ୍ତ ଯାଇଥିଲା । ବିଦ୍ୟାବତୀଙ୍କ ଶ୍ଵଶୁରଘର ଲୋକେ ତାଙ୍କ ଭାଇ, ନାତୁଣୀକୁ ଅସାଦଚାରଣ କରୁଥିବା ନେଇ ଭଣ୍ଡାରିପୋଖରୀ ଥାନାରେ ଏତଲା ଦେଇଥିଲେ । ପରେ ଉଭୟ ପକ୍ଷ ଏବେ ନାବାଳିକାକୁ ନିଜ ପାଖରେ ରଖିବାକୁ ନେଇ ବିବାଦ ଉପୁଜିଛି । ତେବେ ନାବାଳିକା ଝିଅ ନିଜ ମା’ ସହ ରହିବା ପାଇଁ ଚାହୁଁଥିବା ବେଳେ, ବିଦ୍ୟାବତୀ ମଧ୍ୟ ଝିଅକୁ ନିଜ ପାଖରେ ରଖିବା ପାଇଁ ଶିଶୁ ମଙ୍ଗଳ କମିଟିକୁ ଲିଖିତ ଭାବେ ଜଣାଇଛନ୍ତି ବୋଲି ସୂଚନା ଦେଇଛନ୍ତି ।

ଅନ୍ୟପଟେ ନାବାଳିକାଙ୍କ ଜେଜେ କହିଛନ୍ତି ଯେ, ତାଙ୍କ ବୋହୂ ଦ୍ବିତୀୟ ବିବାହ କରିଥିବାରୁ ତାଙ୍କ ନାତୁଣୀକୁ ତାଙ୍କ ନିକଟରେ ରହିବା ପାଇଁ ଅନୁମତି ଦିଆଯାଉ ।

   Related Posts