କରୋନା ସହାୟତାକୁ ନେଇ ବିବାଦ : ପ୍ରଶାସନ ନିକଟରେ ପାଣିଆ ଆପଟ ସେବାୟତଙ୍କ ଅଭିଯୋଗ
13/06/2020 at 3:08 PM

ପୁରୀ ୧୩।୬: ଶ୍ରୀମନ୍ଦିରରେ ପାଣିଆ ଆପଟ ସେବାୟତଙ୍କ କରୋନା ସହାୟତାକୁ ନେଇ ବିବାଦ। ଏହି ସେବାୟତ ନିଯୋଗର ମାତ୍ର ୨୪ ଜଣ ସେବାୟତ ଥିଲେ ମଧ୍ୟ ୩୫ ଜଣ ସେବାୟତ ନେଇଛନ୍ତି କରୋନା ସହାୟତା ରାଶି । ପ୍ରତ୍ୟେକ ସେବାୟତଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ୨ ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିରେ ଯେଉଁମାନେ ମହାପ୍ରଭୁଙ୍କ ସେବା କରୁଛନ୍ତି ସେମାନଙ୍କ ମଧ୍ୟରୁ ୧୭ ଜଣ ସହାୟତା ପାଇଥିବା ବେଳେ ୭ ଜଣ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପାଣିଆ ଆପଟ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପ୍ରଶାସନ ଏହାର ତଦନ୍ତ କରିବ ବୋଲି କହିଛି ।