ପୁଣି ବଲାଙ୍ଗୀର-ଖୋର୍ଦ୍ଧା ରେଳ ପ୍ରକଳ୍ପକୁ ନେଇ ଚର୍ଚ୍ଚା

Published By : Prameya-News7 Bureau | February 06, 2020 IST

ଭୁବନେଶ୍ବର ୬/୨: ରେଳ ବଜେଟର ଭାଗ ବଣ୍ଟାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ଓଡିଶାକୁ ରେଲଓ୍ବେ ବଜେଟରେ  ଅର୍ଥ କମ ମିଳିଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କେନ୍ଦ୍ର ସରକାର ଓଡିଶାରୁ ରେଲଓ୍ବେରୁ ଅଧିକ ରାଜସ୍ବ ପାଉଥିବାବେଳେ ଅର୍ଥ କମ ଦେଉଛନ୍ତି ବୋଲି ସିଧା ସଳଖ ଅଭିଯୋଗ ଉଠିଛି। ଗତ ଆର୍ଥିକ ବର୍ଷ ଅପେକ୍ଷା ଓଡିଶାକୁ ଏଥର ବଜେଟରେ ୧୬ ଶହ୨୦ କୋଟି ଟଙ୍କା କମ ମିଳିଥିବା ହିସାବ ଦେଇଛନ୍ତି ବିଜେଡି ଓ କଂଗ୍ରେସ। ସେପଟେ ଜବାରେ ବିଜେପି କହିଛି ୟୁପିଏ ସରକାରଙ୍କ ଠାରୁ ମୋଦି ସରକାରଙ୍କ ସମୟରେ ଅଧିକ ରେଲଓ୍ବେ ଅନୁଦାନ ଓଡିଶାକୁ ମିଳିଛି ।

{"id":220981,"sizeSlug":"large"}

ଓଡ଼ିଶାକୁ କାହିଁକି ରେଲୱେ ଭାଗ କମିଲା । ଆମେ ବେଶୀ ରାଜସ୍ବ ଦେଉଛୁ ହେଲେ ଆମ ଅନୁଦାନ କମିଛି । ପୂର୍ବ ବର୍ଷ ତୁଳନାରେ ରେଲଓ୍ବେ ବଜେଟରେ ଓଡିଶାକୁ ୧୬ ଶହ୨୦ କୋଟି ଟଙ୍କା କମ ମିଳିଛି । ରେଲଓ୍ବେ ବଜେଟରେ ଓଡିଶା ପାଇଥିବା ଅନୁଦାନ ଅର୍ଥକୁ ନେଇ ଏମିତି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏଥର ବଜେଟରେ ଇଷ୍ଟକୋଷ୍ଟ ରେଲୱେ ଓଡିଶା ଭାଗ ବାବଦକୁ ମିଳିଛି ୪ ହଜାର ୩୭୩ କୋଟି ଟଙ୍କାର ଅନୁଦାନ । ଯଦିବା ରାଉରକେଲାର ଅଂଶ କେତେ ମିଳିଛି ବୋଲି ଜଣାପଡିନି ତଥାପି ଓଡିଶା ଭାଗ କମିଛି ବୋଲି ହିସାବ ଦେଇଛି ବିଜେଡି । ବଜେଟ୍ ଓଡ଼ିଶା ପାଇଁ ନୈରାଶ୍ୟଜନକ ଓ ଏଥିର ଓଡିଶାରେ ନୂଆ ରେଳ ଲାଇନ୍ ପାଇଁ କିଛି ଅନୁଦାନ ନାହିଁ । ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ବି ରାଜ୍ୟକୁ  ଅବହେଳା କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ନିକଟରେ ଦାବି କରିବୁ ବୋଲି ବିଜେଡି କହିଛି । ସେପଟେ କଂଗ୍ରେସ କହିଛି ଓଡିଶାରୁ କେନ୍ଦ୍ର ରେଲୱେ ବାବଦକୁ ଅଧିକରୁ ଅଧିକ ରାଜସ୍ବ ପାଉଛି । ସେଇ ଅନୁସାରେ ଆମକୁ ଅନୁଦାନ ମିଳୁନି । ଆମ ଭାଗ ଆମକୁ ନମିଳିଲେ ରାସ୍ତାକୁ ଓହ୍ଲାଇବୁ ।

{"id":220982,"sizeSlug":"large"}

ବିରୋଧୀଙ୍କ ହିସାବକୁ କିନ୍ତୁ ଗ୍ରହଣ କରିପାରିନି ବିଜେପି । ପାଲଟା ହିସାବ ଦେଇ କହିଛି ଓଡିଶା ଭାଗ କମିନି ବରଂ ବଢିଛି । ଉପା ସରକାରର ୧୦ ବର୍ଷଠୁ ମୋଦି ସରକାର ୬ ବର୍ଷରେ ଓଡିଶାକୁ ଅଧିକ ଅନୁଦାନ ଦେଲେଣି ।ସମ୍ବଲପୁର ଗୋପାଳପୁର ଲାଇନ୍‌ ପାଇଁ ବ୍ୟୟବରାଦ ହୋଇଛି । ଅର୍ଥ ଆୟୋଗ କ୍ଲିୟରାନ୍ସ ପରେ ଓଡ଼ିଶାକୁ ଏହି ଅର୍ଥ ମିଳିବ । ଏହି ଅର୍ଥକୁ ହିସାବ କଲେ ଓଡିଶା ଗତ ଆର୍ଥିକ ବର୍ଷ ଅପେକ୍ଷା ଏଥର ବଜେଟରେ ଭାଗ ଅଧିକ ହେବ । ରାଜ୍ୟ ସରକାର ପ୍ରକଳ୍ପ କାମ କିପରି ଆଗେଇବ ଓ ପ୍ରୋଜେକ୍ଟକୁ କ୍ଲିଅରାନ୍ସ ମିଳିବ ସେ ନେଇ ଦୃଷ୍ଟି ଦିଅନ୍ତୁ ।

{"id":220983,"sizeSlug":"large"}

ଗତ ଆର୍ଥିକ ବର୍ଷରେ ଓଡିଶାକୁ ରେଲଓ୍ବେ ବଜେଟରେ ମିଳିଥିଲା ୫ ହଜାର ୯୯୩ କୋଟିର ଅନୁଦାନ । ନୀତି ଆୟୋଗଙ୍କ କ୍ଳିଅରାନ୍ସ ପ୍ରୋଜେକ୍ଟକୁ ଛାଡି ଦେଲେ ବଜେଟରେ ଇଷ୍ଟକୋଷ୍ଟକୁ ମିଳିଛି ୪ ହଜାର ୩ଶହ ୭୩ କୋଟି । ଏହା ସହ ସମ୍ବଲପୁର- ଗୋପାଳପୁର ଓ ବଡବିଲ- କରିବୁର ମଧ୍ୟରେ ନୂତନ ରେଳପଥ ନିର୍ମାଣ ପ୍ରସ୍ତାବ ଆସିଛି । ସେହିପରି ରାୟଗଡା ରେଳ ଡିଭିଜନ ଭିତ୍ତିଭୂମି ଲାଗି ୭୦୫କୋଟି ୧୭ ଲକ୍ଷ ବ୍ୟୟ ବରାଦ କରିଛି କେନ୍ଦ୍ର । ଏଥିସହ ରେଲଓ୍ବେ ଲାଇନ ଦୋହରି କରଣ, ବିଦ୍ୟୁତ କରଣ ପାଇଁ ବି ପ୍ରସ୍ତାବ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.