ବିବାଦ ଘେରରେ ଫିଲ୍ମ ‘ଲକ୍ଷ୍ମୀ ବମ୍‌ବ’, ମା’ ଲକ୍ଷ୍ମୀ ଓ ଧାର୍ମିକ ଭାବନାକୁ ଅପମାନିତ କରିଛି ‘ବମ୍‌ବ’ ଶବ୍ଦ

Published By : Prameya-News7 Bureau | October 23, 2020 IST

ନୂଆଦିଲ୍ଲୀ ୨୩/୧୦: ବଲିଉଡ ଷ୍ଟାରର ଅକ୍ଷୟ କୁମାରଙ୍କ ସିନେମା ଲକ୍ଷ୍ମୀ ବମ୍‌ବର ଟିଜର ପ୍ରଥମେ ସାମ୍ନାକୁ ଆସିଥିଲା। ତେବେ ଏବେ ଫିଲ୍ମର ରିଲିଜ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ବିବାଦ ତୀବ୍ରତର ହେଉଛି। ଦେଶର କିଛି ସଂଗଠନ ଫିଲ୍ମର ନାଁକୁ ନେଇ ବିରୋଧ କରୁଛନ୍ତି। ଏ ସଂଗଠନମାନଙ୍କ କହିବା କଥା ଫିଲ୍ମକୁ ବ୍ୟାନ କରିଦିଆଯାଉ। କିଛି ଲୋକଙ୍କ କହିବା କଥା ଫିଲ୍ମ ଧାର୍ମିକ ଭାବନକୁ ଆଘାତ ପହଞ୍ଚାଇଛି। ଏବେ ରା​ଷ୍ଟ୍ରୀୟ ହିନ୍ଦୁ ସେନା ଫିଲ୍ମ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛି।

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ରାଷ୍ଟ୍ରୀୟ ହିନ୍ଦୁ ସେନା ଚିଠି ଲେଖିଛନ୍ତି। ଏଥିରେ ସେ ସିନେମାର ବ୍ୟାନ ପାଇଁ ଦାବି କରିଛନ୍ତି। ଏହା ସହ ଫିଲ୍ମ ନିର୍ମାତା ଓ କାଷ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଫିଲ୍ମ ମାଧ୍ୟମରେ ମା’ ଲକ୍ଷ୍ମୀଙ୍କୁ ଅପମାନିତ କରାଯାଇଛି। ସଂଗଠନ ଚେତାବନୀ ଦେଇଛି ଯଦି ଫିଲ୍ମା ନାଁ ବଦଳା ନ ଯାଏ ତେବେ​‌ ରିଲିଜ ସମୟରେ ସଂଗଠନ କାର୍ଯ୍ୟକର୍ତା ବିରୋଧ ପ୍ରଦର୍ଶନ କରିବେ।

ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟୟ ବିଷ୍ପୁ ଗୁପ୍ତା ଟ୍ବିଟ୍ କରି ସେହି ଚିଠିକୁ ସେୟାର କରିଛନ୍ତି। ​‌ସେ ଆହୁରି କହିଛନ୍ତି ମେକର୍ସ ହିନ୍ଦୁ ସମୁଦାୟଙ୍କୁ ଉକୁସାଇବା ପାଇଁ କରିଛନ୍ତି। ବମ୍‌ବ ଶବ୍ଦ ବ୍ୟବହାର କରାଯାଇ ମା’ ଲକ୍ଷ୍ମୀଙ୍କୁ ଅପମାନିତ କରାଯାଇଛି। ଏହା ସହ ଏଥିରେ ଲଭ ଜିହାଦକୁ ଅଗ୍ରାଧିକାର ଦିଆଯାଇଛି। ଫିଲ୍ମରେ ହିନ୍ଦୁ ଝିଅ ମୁସଲିମ ପୁଅକୁ ପ୍ରେମ କରୁଥିବା ଦେଖାଯାଇଛି। ଉଲ୍ଲେଖନୀୟ ନଭେମ୍ବର ୯ରେ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ ହେବ। ଅକ୍ଷୟ କୁମାରଙ୍କ ବିପକ୍ଷରେ ଫିଲ୍ମରେ ନାୟିକା ସାଜିଛନ୍ତି କିୟାରା ଆଡଭାନି। କେବଳ ଏତିକି ନୁହେଁ ଫିଲ୍ମର ପ୍ରଥମ ଗୀତ ମଧ୍ୟ ରିଲିଜ ସରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.