ବେଣୁ ମାଧବଙ୍କ ମୃତ୍ୟୁ ପରେ ପ୍ରଥମ ପତ୍ନୀଙ୍କ ବିବାଦୀୟ ମନ୍ତବ୍ୟ, କହିଲେ ଏହି ବଡ କଥା

Published By : Prameya-News7 Bureau | September 29, 2019 IST

ମୁମ୍ବାଇ୨୯|୯: ଚଳିତ ବର୍ଷ ସେପଟେମ୍ବର ମାସ ୨୫ ତାରିଖରେ ସାଉଥ ସିନେମା ଇଣ୍ଡଷ୍ଟ୍ରିର ବରିଷ୍ଠ ହାସ୍ୟ କଳାକାର ବେଣୁ ମାଧବଙ୍କର ପରୋଲକ ହୋଇଥିଲା । ଦୀର୍ଘ ଦିନରୁ ଲିଭର ଏବଂ କିଡନି ସମସ୍ୟାରେ ପୀଡ଼ିତ ଥିବା ବେଣୁ ମାତ୍ର ୩୯ବର୍ଷ ବୟସରେ ଦୁନିଆ ଛାଡିଗଲେ। ତେଲୁଗୁ ଇଣ୍ଡଷ୍ଟ୍ରିରେ ନିଜ କମେଡି ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଏହି ପ୍ରସିଦ୍ଧ ଅଭିନେତାଙ୍କ ମୃତ୍ୟୁ ପରେ ସମଗ୍ର ଇଣ୍ଡଷ୍ଟ୍ରି ଲୋକେ ଶୋକ ପ୍ରକାଶ କରିଛନ୍ତି । ବେଣୁ ମାଧବ ଇଣ୍ଟଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି।                                           

{"id":164198,"width":561,"height":542}

 ବେଣୁ ମାଧବ ୨ଥର ବିବାହ କରିଥିଲେ । ତାଙ୍କ ପ୍ରଥମ ପତ୍ନୀଙ୍କ ନାଁ ହେଉଛି ଭାଗ୍ୟଶାଳୀ। ୨୨ ବର୍ଷ ବୟସରେ ବେଣୁ ମାଧବ ଭାଗ୍ୟଶାଳୀଙ୍କୁ ବିବାହ କରିଥିଲେ। ହେଲେ ବିବାହର ୩ ବର୍ଷ ପରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। କାରଣ ଭାଗ୍ୟଶାଳୀ ଚାହୁଁଥିଲେ ଯେ, ବେଣୁ ତାଙ୍କ ପତ୍ନୀଙ୍କ ସହ ଘରୁ ବାହାରି ଅଲଗା ରୁହନ୍ତୁ। କିନ୍ତୁ ବେଣୁ ତାଙ୍କ ମାଆ ଓ ବାପାଙ୍କୁ ଛାଡି ଯିବାକୁ ମନା କରିଥିଲେ। ଏହା ପରେ ବେଣୁ ଶ୍ରୀ ବାଣୀଙ୍କ ସହ ଦ୍ବିତୀୟ ଥର ପାଇଁ ବିବାହ କରିଥିଲେ।  

{"id":164199,"width":546,"height":736}

ନିକଟରେ ଭାଗ୍ୟଶାଳୀଙ୍କ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ତାଙ୍କ ପ୍ରଥମ ପତ୍ନୀ କହିଛନ୍ତି ଯେ, ବେଣୁ ତାଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ। ସେଥିପାଇଁ ସେ ବେଣୁଙ୍କୁ ଛାଡପତ୍ର ଦେଇଥିଲେ। ହେଲେ ତାଙ୍କ ମୃତ୍ୟୁ ପାଇଁ ସେ ବହୁତ ଦୁଃଖିତ। ସୂଚନାଯୋଗ୍ୟ ଯେ, ଭାଗ୍ୟଶାଳୀ ବେଣୁଙ୍କୁ ଛାଡପତ୍ର ଦେବା ପରେ ମଧ୍ୟ ବେଣୁ ତାଙ୍କୁ ପ୍ରତି ମାସ ୧୫ ହଜାର ଟଙ୍କା ପଠାଉଥିଲେ।

{"id":164202,"width":577,"height":319}

ବେଣୁ ମାଧବଙ୍କ ଫିଲ୍ମକୁ ଆଜି ମଧ୍ୟ ଦର୍ଶକ ଦେଖିବା ପସନ୍ଦ କରନ୍ତି। ହଠାତ୍‌ ତାଙ୍କ ମୃତ୍ୟୁ ହୋଇଥିବାରୁ ଅଧିକାଂଶ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅନେକ ଷ୍ଟାର ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ନିଜ ଦୁଃଖ ପ୍ରକାଶ କରିଛନ୍ତି। କାରଣ ଦକ୍ଷିଣ ସିନେମା ଇଣ୍ଡଷ୍ଟ୍ରି ଜଣେ ଗୁରୁତ୍ବପୂର୍ଣ୍ଣ ଓ ପ୍ରତିଭାବାନ୍‌ ଅଭିନେତାଙ୍କୁ ହରାଇଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.