ମନ୍ତ୍ରୀଙ୍କର ଅଜବ ବୟାନ, ସ୍କୁଲରେ ଶିକ୍ଷୟତ୍ରୀମାନେ ଅଧିକ ଝଗଡ଼ା କରନ୍ତି

Published By : Prameya-News7 Bureau | October 13, 2021 IST

ଜୟପୁର ୧୩।୧୦: ରାଜସ୍ଥାନ ଶିକ୍ଷାମନ୍ତ୍ରୀଙ୍କ ଅଜବ ବୟାନ । ମହିଳାମାନେ ଯଦି କଳିଝଗଡ଼ା ନଲଗାନ୍ତି, ତେବେ ସେମାନେ ପୁରୁଷଙ୍କ ଠାରୁ ବହୁତ ଆଗକୁ ଯାଇସାରନ୍ତେଣି।  ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଏହି ଅଜବ ବୟାନ ଦେଇଛନ୍ତି ।

ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ତାଙ୍କ ନିକଟରେ ଏପରି ଅନେକ ରିପୋର୍ଟ ଆସିଛି । ସ୍କୁଲରେ ଶିକ୍ଷୟତ୍ରୀମାନେ ଅଧିକ ଝଗଡ଼ା କରିଥାନ୍ତି । ଯଦି ମହିଳାମାନେ ଏହି ଛୋଟ ଛୋଟ ଘଟଣାକୁ ସମାଧାନ କରିଦିଅନ୍ତି । ତେବେ ସେମାନେ ବହୁତ ଆଗକୁ ଯାଇପାରିବେ । ସ୍କୁଲରେ ମହିଳା ଶିକ୍ଷୟତ୍ରୀମାନେ ଅଧିକ ଝଗଡ଼ା କରୁଥିବାର ନଜିର ରହିଛି । ସେମାନଙ୍କ ଝଗଡ଼ା ପାଇଁ ପୁରୁଷ ଶିକ୍ଷକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ସ୍କୁଲରେ ମହିଳା ଶିକ୍ଷୟତ୍ରୀଙ୍କ ଝଗଡ଼ା ହିଁ ପ୍ରଧାନଶିକ୍ଷକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥାଏ ।

ସେହିପରି ଏହି ସମୟରେ ଗେହେଲତ୍‌ ସରକାର ମହିଳାମାନଙ୍କ ପାଇଁ ହୋଇଥିବା ନୀତି ଉପରେ କହିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ମହିଳାଙ୍କୁ ଆଗକୁ ବଢାଇବା ପାଇଁ ଅନେକ ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ୍‌ଙ୍କ ଲିଷ୍ଟର ମହିଳାଙ୍କୁ ପ୍ରାଥମିକତା ଦିଆଯାଉଛି । ତେଣୁ ମହିଳାମାନେ ଏସବୁ ଠାରୁ ଦୂରରେ ରହିଲେ । ଆଗାମୀ ଦିନରେ ପୁରୁଷଙ୍କୁ ପଛରେ ପକାଇପାରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.