Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ରାଜସ୍ଥାନ କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ, ଭମ୍ବରଲାଲ ଶର୍ମା କହିଲେ- ଏ ବୟସରେ ମନ୍ତ୍ରୀ ହେବା ୮୦ ବର୍ଷର ବୁଢ଼ା ୧୫ ବର୍ଷର ଝିଅକୁ ବାହା ହେବା ଭଳି

11/11/2021 at 5:14 PM

ଜୟପୁର ୧୧।୧୧: ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ରାଜସ୍ଥାନ କଂଗ୍ରେସ ଏବେ ଏବେ ଚଳଚଞ୍ଚଳ। କୁହାଯାଉଛି ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିପାରନ୍ତି। ଏଥିଲାଗି ମୁଖ୍ୟମନ୍ତ୍ରୀ ଏବେ ଦିଲ୍ଲୀରେ ଡେରା ପକାଇଥିବା ବେଳେ ରାଜ୍ୟରେ ମନ୍ତ୍ରୀ ହେବା ଲାଗି ବିଧାୟକଙ୍କ ମନ ଉଛନ୍ନ ହେଲାଣି। ତେବେ ରାଜ୍ୟ ବିଧାନସଭାର ସବୁଠୁ ବୟୋଜ୍ୟେଷ୍ଠ ବିଧାୟକଙ୍କ ବେଦନା ଏବେ ସାମ୍ନାକୁ ଆସିଛି। ସେ ଏ ବୟସରେ ମନ୍ତ୍ରୀ ହେବା ଅର୍ଥାତ ୮୦ ବର୍ଷର ବୁଢ଼ା୧୫ ବର୍ଷର ଝିଅକୁ ବାହା ହେବା ଭଳି ହେବ ବୋଲି କହିବା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। 

ଚୁରୁ ଜିଲ୍ଲା ସର୍ଦାରସହର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ଭମ୍ବରଲାଲ ଶର୍ମା ସବୁଠୁ ବୟୋଜ୍ୟେଷ୍ଠ ବିଧାୟକ। ଆଶା ବାନ୍ଧିଥିଲେ ନୂଆ ସରକାରରେ ତାଙ୍କୁ ମନ୍ତ୍ରୀପଦଟିଏ ମିଳିଯିବ। ଦେଖୁ ଦେଖୁ ବୟସର ଅପରାହ୍ନରେ ପହଞ୍ଚିଗଲେ ହେଲେ ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରିଲାନି। ଏବେ ଯେତେବେଳେ ସମ୍ପ୍ରସାରଣ ହେଉଛି ଏଥିରେ ମନ୍ତ୍ରୀ ପଦ ମିଳିଲେ ବୁଢା ବୟସରେ ୧୫ ବର୍ଷର ଝିଅକୁ ବାହା ହେବା ଭଳି ହେବ ବୋଲି କହିଛନ୍ତି।

ସର୍ଦାରସହରସ୍ଥିତ ଏସବିଡି ପିଜି କଲେଜର ନିର୍ମାଣ ନିମନ୍ତେ ଶିଳାନ୍ୟସ ଉତ୍ସବରେ ଭମ୍ବରଲାଲ ଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ ଏପରି ବିବାଦୀୟ ବୟାନ ଦେଇଥିଲେ।  ସେ କହିଥିଲେ ଯେ ଏ ବୟସରେ ଆଉ ମନ୍ତ୍ରୀ ହୋଇ ଲାଭ ନାହିଁ। ରାଜସ୍ଥାନରେ ମନ୍ତ୍ରୀମାନେ କାନ୍ଦି କାନ୍ଦି ବୁଲୁଛନ୍ତି। ହେଲେ ସେମାନଙ୍କ  ନିର୍ବାଚନମଣ୍ଡଳୀର ସବୁ କାମ ତାଙ୍କବିନା ହୋଇ ଚାଲିଛି।  ଏଣୁ ରାଜସ୍ଥାନ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେଲେ ଭବମ୍ବରଲାଲ ତାଙ୍କ ପଦରେ ହିଁ ରହିବେ।

ଭମ୍ବରଲାଲ ଶର୍ମା ରାଜସ୍ଥାନ କଂଗ୍ରେସର ଜଣେ ଦିଗ୍ଗଜ ନେତା। ସେ ତାଙ୍କର ଏପର୍ଯ୍ୟନ୍ତ ଜୀବନ କାଳରେ ୭ ଥର ବିଧାୟକ ହେଲେଣି। ୧୭ ଏପ୍ରିଲ ୧୯୪୫ରେ ସରଦାରସହରରେ ଜନ୍ମିତ ଭମ୍ବରଲାଲ ସରପଞ୍ଚ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ଯାହା ଏବେ ତାର ନିର୍ଦ୍ଧାରିତ ସୀମାରେ ପହଞ୍ଚି ସାରିଥିବାର ସେ କହିଛନ୍ତି।

   Related Posts