Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଚୀନ ଚ୍ୟାନେଲରେ ପ୍ରସାରଣ ହେଲା ପେଙ୍ଗବର ମହମ୍ମଦଙ୍କ ବିବାଦୀୟ ଫଟୋ, ଫ୍ରାନ୍ସ ମାମଲାରେ ଛାତି ପିଟୁଥିବା ପାକିସ୍ତାନ ସମେତ ଅନେକ ମୁସଲିମ ଦେଶ ଏବେ ନିରବ

3/11/2020 at 7:33 PM

ଇସଲାମାବାଦ ୦୩।୧୧: ଫ୍ରାନ୍ସରେ ପେଙ୍ଗବର ମହମ୍ମଦଙ୍କ କାର୍ଟୁନ ଦେଖାଯିବା ନେଇ ଜଣେ ସ୍କୁଲ ଶିକ୍ଷକଙ୍କ ଗଳା କାଟି ହତ୍ୟା କରାଯିବା ଏବଂ ଶିକ୍ଷକଙ୍କ ସମର୍ଥନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଟିପ୍ପଣୀ ବିରୋଧରେ ସମଗ୍ର ଦୁନିଆର ମୁସଲିମ ଦେଶରେ ଜୋରଦାର ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାମଧ୍ୟରେ ଚୀନରେ ପେଙ୍ଗବର ହଜରତ ମହମ୍ମଦଙ୍କ ବିବାଦୀୟ ଫଟୋ ସେଠାକାର ସରକାରୀ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ହୋଇଛି।

ହେଲେ ଫ୍ରାନ୍ସ ମାମଲାରେ ତୀବ୍ର ବିରୋଧ କରିଥିବା ଆତଙ୍କୀ ଦେଶ ପାକିସ୍ତାନ ସମେତ ଅଧିକାଂଶ ମୁସଲିମ ଦେଶ ଚୀନ ମାମଲାରେ ନିରବ ରହିଛନ୍ତି। ଚୀନ କମ୍ୟୁନିଷ୍ଟ ପାର୍ଟି ତରଫରୁ ଚୀନରେ ଉଇଗର ସଂପ୍ରଦାୟର ମୁସଲିମଙ୍କ ସହିତ ହେଉଥିବା ଅକଥନୀୟ ଅତ୍ୟାଚାର ଉପରେ ମଧ୍ୟ ପାକିସ୍ତାନ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ନିକଟରେ ଚୀନ ସରକାରଙ୍କ ଦ୍ଵାରା ସଞ୍ଚାଳିତ ଚାଇନା ସେଣ୍ଟ୍ରାଲ ଟେଲିଭିଜନ(ସିସିଟିଭି) ପେଙ୍ଗବର ମହମ୍ମଦଙ୍କ କ୍ୟାରିକେଚର ପ୍ରସାରିତ କରିଥିଲା। ଉଇଗର କାର୍ଯ୍ୟକର୍ତ୍ତା ଅର୍ସଲାନ ହିଦାୟତ ଚାଇନିଜ୍ ଟିଭି ସିରିଜର ଏହି କ୍ଲିପ୍ ଟ୍ଵିଟ୍ କରିଥିଲେ। ଏହି କ୍ଲିପରେ ତାଙ୍ଗ ରାଜବଂଶର ଦରବାରରେ ଜଣେ ଅରବ ରାଜଦୂତଙ୍କୁ ଦେଖାଯାଇଥିଲା। ଏଥିରେ ଅରବ ରାଜଦୂତ ପେଙ୍ଗବର ମହମ୍ମଦଙ୍କ ଏକ ପେଟିଂ ଚୀନ ସମ୍ରାଟକୁ ଦେଉଥିବା ଦେଖିବାକୁ ମିଳିଛି। ଯେଉଁ ପେଟିଂଟି ବିବାଦୀୟ ରହିଛି।

ବଡ କଥା ଚୀନରେ ଟିଭିରେ ସାର୍ବଜନୀନ ଭାବେ ପେଙ୍ଗବର ମହମ୍ମଦଙ୍କ କ୍ୟାରିକେଚର ଏହି ଭଳି ପ୍ରସାରଣ ହେବା ଲୋକଙ୍କୁ ଆଚମ୍ବିତ କରିଛି। ସାମାଜିକ ଗଣମାଧ୍ୟମରେ ପେଙ୍ଗବରଙ୍କ କ୍ୟାରିକେଚରଙ୍କୁ ଏହି ପରି ଦେଖାଯିବା ବିରୋଧରେ ୟୁଜର୍ସ ପ୍ରଶ୍ନ  ଉଠାଇଛନ୍ତି। ସେମାନେ କହିଛନ୍ତି ଏହି ଧରଣର ଟିଭି ସୋରେ ପେଙ୍ଗବର ମହମ୍ମଦଙ୍କ ପେଟିଂ ଦେଖାଯିବା ନିନ୍ଦନୀୟ ନୁହେଁ କି। ଏବେ ପ୍ରଶ୍ନ ଉଠୁଛି ଫ୍ରାନ୍ସ ମାମଲାରେ ଛାତି ପିଟୁଥିବା ଏବଂ ଫ୍ରାନ୍ସ ସାମଗ୍ରୀ ବହିଷ୍କାର କରୁଥିବା  ମୁସଲିମ ଦେଶଗୁଡିକ ଚୀନ ବିରୋଧରେ କାହିଁକି ନିରବ ରହିଛନ୍ତି। କୁଆଡେ ଗଲା ତାଙ୍କର ଧାର୍ମିକ ଭାବନା। କଣ ଏବେ ସମଗ୍ର ଦୁନିଆର ମୁସଲିମ ଦେଶ ଚୀନ ସାମଗ୍ରୀ ବହିଷ୍କାର କରିବେ।

   Related Posts