ପୁଲଓ୍ବାମା ଆକ୍ରମଣ ଘଟଣା : ବିଚାରପତି କହିଲେ ଏମିତି କେତେ ମରୁଛନ୍ତି, କାହା କାହା ପାଇଁ ଶୋକ କରିବି !

Published By : Prameya-News7 Bureau | February 17, 2019 IST

ସିରୋହି ୧୭|୨: ଜମ୍ମୁକାଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିଥିବା ଘଟଣା ଦେଖିବାକୁ ମିଳିଛି । ରାଜସ୍ଥାନର ସିରୋହିରେ ବାର୍ ଆସୋସିଏସନ ଅଧ୍ୟକ୍ଷ ଜଣେ ବିଚାରପତିଙ୍କ ବିରୋଧରେ ପୁଲଓ୍ବାମା ସହିଦମାନଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିଥିବାର ଅଭିଯୋଗ ଲଗାଇଛନ୍ତି । ଏହାପରେ ବାର୍ ଆସୋସିଏସନ ସ୍ବତନ୍ତ୍ର କୋର୍ଟ ସମ୍ବନ୍ଧିତ କାର୍ଯ୍ୟ ନକରିବା ପାଇଁ ନିର୍ଣ୍ଣୟ ନେଇଛି ।

ସୂଚନାଯୋଗ୍ୟ ଯେ, ସିରୋହି ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ପୁଲଓ୍ବାମାରେ ସହିଦ ହୋଇଥିବା ସିଆରପିଏଫ୍ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ କୋର୍ଟ କାର୍ଯ୍ୟରେ ଉପସ୍ଥିତ ନରହିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ସଂଘର ଅଧ୍ୟକ୍ଷ ମାନ ସିଂହ ଦେବଡା କହିଛନ୍ତି ଯେ, ସ୍ବତନ୍ତ୍ର କୋର୍ଟର ବରିଷ୍ଠ ବିଚାରପତି ରାଜେଶ ନାରାୟଣ ଶର୍ମା ଶୋକସଭାରେ ଆସିବା ପାଇଁ କୁହାଯାଇଥିଲା । ତେବେ ସେ କହିଥିଲେ ଯେ ତାଙ୍କର କୌଣସି ଶୋକ କରିବାରନାହିଁ । ସେ ଆସିବେନାହିଁ ବୋଲି ମଧ୍ୟ କହିଥିଲେ ।

{"id":85930}

ସଂଘର କାର୍ଯ୍ୟ ସ୍ଥଗିତ କରିବା ପ୍ରସ୍ତାବ ନେଇ କୋର୍ଟକୁ ପଠାଇଥିଲେ । କାର୍ଯ୍ୟକାରିଣୀ ପଦାଧିକାରୀ ଏବଂ ସଦସ୍ୟ ବରିଷ୍ଠ ବିଚାରପତି ପୋକ୍ସୋ ରାଜେଶ ନାରାୟଣ ଶର୍ମାଙ୍କୁ ଏହାର ସୂଚନା ଦେବାକୁ ଗଲେ ତ ସେ ଏହାକୁ ପିଙ୍ଗିଦେଇଥିଲେ ଏବଂ କହିଥିଲେ ଯେ, ଏମିତି ତ କେତେ ମରୁଛନ୍ତି । ମୁଁ କାହା କାହା ପାଇଁ ଶୋକ କରିବି । ଏହାକୁ ଶୁଣି ସଂଘର ପଦାଧିକାରୀ ତାଙ୍କ ସହ ପାଟିତୁଣ୍ଡ କରିବାକୁ ଲାଗିଲେ । ସହିଦଙ୍କୁ ଅପମାନ ହୋଇଥିବା କହି ନାରାବାଜି କରିଥିଲେ । ଏହାପରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା କାର୍ଯ୍ୟକ୍ରମ ସ୍ଥିଗିତ କରାଗଲା ।

ଏ ଘଟଣା ସମ୍ବନ୍ଧରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ନୀରିକ୍ଷଣ ବିଚାରପତିଙ୍କୁଚିଠି ପଠାଯାଇ ଏ ଘଟଣା ସମ୍ବନ୍ଦରେ ସୂଚନା ଦିଆଯାଇଛି । ଆଇନଜୀବୀ ସଂଘ ଏକ ନିନ୍ଦା ପ୍ରସ୍ତାବ ଆଗତ କରିଛନ୍ତି । ଏହାସହ ଆଇନଜୀବୀ ସଂଘ ବିଚାରପତି ଶର୍ମାଙ୍କୁ ସ୍ତାନାନ୍ତର କରାନଯିବା ପର୍ଯ୍ୟନ୍ତ କୋର୍ଟ ସମ୍ବନ୍ଧିତ କାର୍ଯ୍ୟ ନକରିବାକୁ ଘୋଷଣା କରିଛନ୍ତି । ଯଦି କେହି କାର୍ଯ୍ୟରେ ଯୋଗଦିଅନ୍ତି ତେବେ ପ୍ରଥମ ଥର ୧୦ହଜାର ଟଙ୍କାର ଜୋରିମାନା ଏବଂ ଦ୍ବିତୀୟ ଥରରେ ସଂଘରୁ ବହିଷ୍କାର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.