ପାଳିତା ଝିଅକୁ ବାପା ବିବାହ କରିପାରିବ ବୋଲି ଏହି ଦେଶରେ ପାସ ହେଲା ଆଇନ , ସମଗ୍ର ବିଶ୍ବ କରୁଛି ନିନ୍ଦା
1/10/2019 at 4:56 PM

ଇରାନ ସଂସଦରେ ପାସ ହୋଇଥିବା ବିଲ ଅନୁସାରେ କୌଣସି ବାପା ନିଜ ପାଳିତା ଝିଅକୁ ବିବାହ କରିପାରିବେ। କିନ୍ତୁ ଗୋଟେ ସର୍ତ୍ତରେ। ସର୍ତ୍ତ ଏହା ହେଉଛି ଯେ, ଝିଅ ପୋଷ୍ୟ ହୋଇଥିବା ଦରକାର ଓ ତାର ବୟସ ୧୩ ବର୍ଷରୁ ଅଧିକ ହେବା ଆବଶ୍ୟକ।
ଇରାନରେ ଏମିତିରେ ମଧ୍ୟ ୧୩ ବର୍ଷର ଝିଅଙ୍କୁ ୧୫ ବୟସ ପୁଅଙ୍କ ସହ ବିବାହ କରିବାର ପରମ୍ପରା ରହିଛି। ଲଣ୍ଡନର ଜଷ୍ଟିସ ଫର ଇରାନ ନାମକ ଗ୍ରୁପ ଏହି ଇରାନୀ ସଂସ୍କ୍ରୁତିକୁ ମାନନ୍ତି ନାହିଁ। ତାଙ୍କ ଅନୁସାରେ ଏହି ଆଇନ୍ ବାପା ପାଳିଥିବା ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କରିବା ସହ ସମାନ। ଏହା ଦ୍ବାରା ଇରାନରେ ଛୋଟ ପିଲାମାନଙ୍କ ପ୍ରତି ଅପରାଧ ଆହୁରି ବଢିବ।
ଅପରପକ୍ଷରେ ଇରାନ ସରକାରଙ୍କ ଅନୁସାରେ ଏହି ବିଲ ପାସ କରିବା ପଛରେ ହିଜାବର ସମସ୍ୟାରୁ ବର୍ତ୍ତିବାର ଲକ୍ଷ ରହିଛି। ଅନୁସାରେ ପୋଷ୍ୟ ଝିଅମାନଙ୍କୁ ନିଜ ବାପାଙ୍କ ସାମ୍ନାରେ ହିଜାବ ପିନ୍ଧିବାକୁ ପଡେ। ଠିକ୍ ସେହିଭଳି ପୋଷ୍ୟ ପୁଅମାନେ ନିଜ ମାଆଙ୍କ ସାମ୍ନାରେ ପର୍ଦ୍ଦା ଟାଣିବାକୁ ପଡେ। ଏହି ବିଲ ପାସ ହେବା ପରେ ଏଭଳି ସମସ୍ୟା ରହିବ ନାହିଁ।
ଇରାନ ଯେତେ ଯାହା ନିଜ ସପକ୍ଷରେ କହିଲେ ମଧ୍ୟ ସମଗ୍ର ବିଶ୍ବରେ ଏହି ଆଇନକୁ ବିରୋଧ କରାଯାଉଛି।