‘ଭାରତ ବନ୍ଦ’ ନେଇ କଂଗ୍ରେସ ଭବନରେ ଖୋଲାଯାଇଛି କଣ୍ଟ୍ରୋଲ୍ ରୁମ୍
Published By : Prameya-News7 Bureau | September 10, 2018 IST
ଭୁବନେଶ୍ବର ୧୦|୯: ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏ ନେଇ କଂଗ୍ରେସ ଭବନରେ ଏକ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ବନ୍ଦ ପାଳନ ବେଳେ ଯଦି କେହି ରୋଗୀ ଓ ଭିନ୍ନକ୍ଷମ କୌଣସି ସ୍ଥାନରେ ଅସୁବିଧାର ସାମ୍ନା କରନ୍ତି, ତେବେ ସେମାନେ ଏହି କଣ୍ଟ୍ରୋଲ୍ ରୁମ୍ ନମ୍ବରକୁ ଯୋଗାଯୋଗ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି । କଣ୍ଟ୍ରୋଲ୍ ରୁମ୍ ନମ୍ବର ରହିଛି ୭୬୦୯୮୫୨୧୩୧ ଓ ୮୮୯୫୨୦୩୦୦୧ । ଏହି ନମ୍ବରରେ ଯୋଗାଯୋଗ କଲେ ତତକାଳ ସେମାନଙ୍କୁ ସହଯୋଗ ଯୋଗାଇ ଦିଆଯିବ ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି ।