Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଠିକା ରେଳ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

25/01/2021 at 5:12 PM

ରାଇରଙ୍ଗପୁର୨୫/୧: ଠିକା ରେଳ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା କୁଲଡ଼ିହା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ବହଳଦା ଥାନା ଅଉଁଳାଯୋଡି ଗ୍ରାମ ଖଡ଼ିଆ ସାହି ଗ୍ରାମର ଶରତ ମହାନ୍ତ।

ମିଳିଥିବା ସୂଚନା ମୁତାବକ, ଶରତ ବାଦାମପାହାଡ଼ ଥାନା କୁଲଡ଼ିହା ନିକଟରେ ରେଳ ଠିକାଦାର ପାଖରେ ଠିକା ଶ୍ରମିକ ଭାବରେ କାମ କରୁଥିଲେ। ଗତ ୧୪ ତାରିଖ ସକାଳେ କାମ କରିବା ପାଇଁ ଜୟନ୍ତ ମହାନ୍ତ ଯିଏ କି ଠିକାଦାରଙ୍କ କାମ ତଦାରଖ କରନ୍ତି। ହଠାତ ଜୟନ୍ତ ଶରତଙ୍କ ପରିବାରକୁ ଫୋନ ମାଧ୍ୟମରେ ରାଇରଙ୍ଗପୁର ଡାକ୍ତର ଆସିବାକୁ କହିଥିଲେ।ପରିବାର ଲୋକେ ଡାକ୍ତରଖାନାରେ ଶରତଙ୍କୁ ଗୁରୁତର ଅବସ୍ଥାରେ ପାଇଥିଲେ।

 ପରେ ଜୟନ୍ତଙ୍କ କଥାରେ ଶରତଙ୍କୁ ଜାମସେଦପୁରସ୍ଥିତ ଟାଟା ମେନ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ ମୃତ ଘୋଷଣା କରି ଫେରାଇ ଦେଇଥିଲେ। ଏତେ ସବୁ ଭିତରେ ଠିକାଦାର ଦେଖା ନଦେବା ଓ ମୃତ୍ୟୁକୁ ନେଇ ଜୟନ୍ତଙ୍କ କଥାର ତାଳମେଳ ନ ରହିବାରୁ ପରିବାର ଲୋକେ ହତ୍ୟା ସନ୍ଦେହ କରି ବାଦାମ ପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ ଶରତଙ୍କ ଶରୀରରେ ଅନେକ କ୍ଷତ ଥିବା ସତ୍ତ୍ୱେ ପୁଲିସ ତଦନ୍ତରେ ବିଳମ୍ବ କରୁଥିବାରୁ ଦୀର୍ଘ ୧୨ ଘଣ୍ଟା ଧରି ମୃତଦେହ ଘରେ ପଡି ରହିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ବାଦାମପାହାଡ଼ ପୁଲିସ ମୃତକଙ୍କ ଘରକୁ ତଦନ୍ତ ପାଇଁ ଯାଉଥିବା ସୂଚନା ମିଳିଛି।

   Related Posts