ଖୁଣ୍ଟରୁ ବିଦ୍ୟୁତସଂଯୋଗ କରୁଥିବାବେଳେ ବିଦ୍ୟୁତ ଆଘାତ ଲାଗି ଠିକାଶ୍ରମିକଙ୍କ ମୃତ୍ୟୁ, ଲୋକଙ୍କ ମଧ୍ୟରେ ଉତ୍ତେଜନା

Published By : Prameya-News7 Bureau | September 16, 2019 IST

କଳାହାଣ୍ଡି୧୬|୯: ବିଦ୍ଯୁତ ସଂଯୋଗ କରୁଥିବା ବେଳେ ବିଦ୍ଯୁତ ସଂସ୍ପର୍ଶରେ ଆସି ଜଣେ ଠିକା କର୍ମଚାରୀଙ୍କ  ବିଦ୍ଯୁତ ଖମ୍ବରେ ମୃତ୍ୟୁ ହୋଇଛି । ଭବାନୀପାଟଣା ସିଂଗଝରଣ ଗାଁ ରେ ଏହି ଅଘଟଣ ଘଟିଛି ।

{"id":158698}

ସୌଭାଗ୍ୟ ଯୋଜନାରେ ବିଭିନ୍ନ ଲୋକଙ୍କ ଘରେ ବିଦ୍ୟୁତ ସଂଯୋଗ ଦେଉଥିବା ବେଳେ ଏହି ଅଘଟଣ ଘଟିଛି । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ସ୍ଥାନୀୟ ଆଚଂଳ ରେ ଉତେଜନା ଦେଖାଦେଇଛି ।  

ଅନ୍ୟ ଠିକା କର୍ମଚାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।ସୂଚନାଯୋଗ୍ୟ ଯେ, ବିଦ୍ୟୁତ ସଂଯୋଗ ଦେବା ବେଳେ ଖୁଣ୍ଟକୁ ବିଜୁଳି ସରବରାହ ବନ୍ଦ କରାଯାଇଥିଲା । ତେବେ ବିଦ୍ୟୁତଖୁଣ୍ଟ ଉପରେ ଠିକାଶ୍ରମିକ ଚଢି କାମ କରୁଥିବାବେଳେ ଅଚାନକ ବିଜୁଳି ସରବରାହ କରିଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.