ଟ୍ରାକ୍ଟର ଷ୍ଟଣ୍ଟ୍ ପଡ଼ିଲା ମହଙ୍ଗା: ଠିକାଦାର ପୁଅର ଭୁଲ୍ ପାଇଁ ଗଲା ୫ଜଣଙ୍କ ଜୀବନ

Published By : Prameya-News7 Bureau | January 07, 2020 IST

ଗାଜିଆବାଦ୭/୧: ଠିକାଦାର ପୁଅର ଟ୍ରାକ୍ଟର ଷ୍ଟଣ୍ଟ ନେଇଗଲା ୫ ଯୁବକଙ୍କ ଜୀବନ।  ଟ୍ରାକ୍ଟର ଷ୍ଟଣ୍ଟରେ ୫ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। କାମ ସାରି ଫେରିବା ସମୟରେ ଠିକାଦାର ପୁଅର ବେପରୁଆ ଟ୍ରାକ୍ଟର ଚଳାଇବା ଯୋଗୁଁ ଦାଦା-ପୁତୁରାଙ୍କ ସମେତ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ଦୁଇଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗାଜିଆବାଦର ମୁରାଦନଗର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

{"id":208194,"sizeSlug":"large"}

ସୂଚନାଯୋଗ୍ୟ ଯେ ମୁରାଦନଗର ଅଞ୍ଚଳରେ କାମ ଚାଲିଥିଲା। କାମ ଶେ​‌ଷ ହେବା ପରେ ରାତି ୨ଟାରେ ଠିକାଦାର ପୁଅ ଶାହରୁଖ ସହ ୭ ଜଣ ଶ୍ରମିକ ଟ୍ରାକ୍ଟର ବସି ଲାଜପତନଗରର ସାହିବାବାଦ ଅଭିମୁଖେ ବାହିରି ଥିଲେ। ଠିକାଦାର ପୁଅ ଶାହରୁଖ ଟ୍ରାକ୍ଟର ଚଳାଉଥିଲା। ବର୍ଧମାନପୁରମ ଥାନା ଅଞ୍ଚଳଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ରାପିଡ୍‌ ରେଳର ବ୍ୟାରିକେଡିଙ୍ଗ ନିକଟରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ବ୍ରହ୍ମାସିଂହ, ପ୍ରବେଶ, ଅମିତ୍, କୃଷ୍ଣ ଓ ଚନ୍ଦ୍ରପାଲଙ୍କ ମୃତ୍ୟୁ ହୋଇଥିଲା ବେଳେ ମୃତକଙ୍କ ମଧ୍ୟରୁ ୨ ଜଣ ନବ ବିବାହିତ ଥିଲେ।

{"id":208195,"sizeSlug":"large"}

ଗୁରୁତର ହୋଇ ଚିକିତ୍ସିତ ହେଉଥିବା ରାହୁଲଙ୍କ କହିବା ଅନୁସାରେ ଦୁର୍ଘଟଣା ସମୟରେ ଠିକାଦାରଙ୍କ ପୁଅ ଶାହରୁଖ ଟ୍ରାକ୍ଟରରୁ ଡ଼େଇଁ ପଡ଼ିଥିଲା। ଯାହାଫଳରେ ସେ ଅଳ୍ପକେ ରକ୍ଷା ପାଇ ଯାଇଥିଲା। ହେଲେ ଟ୍ରାକ୍ଟରରେ ଥିବା ଅନ୍ୟ ୫ଜଣ ଶ୍ରମିକ ମୃତ୍ୟୁ ହେବା ସହ ୨ଜଣ ଗୁରୁତର ହୋଇଥିଲେ। ଟ୍ରାକ୍ଟର ସେ ଭଲ ଚଳାଇପାରେ ବୋଲି ଠିକାଦାର ପୁଅ କହିଥିଲା। ତାକୁ ମନା କରିବା ସତ୍ତ୍ବେ ଶାହରୁଖ ଦ୍ରୁତଗତିରେ ଟ୍ରାକ୍ଟର ଚଳାଇଥିଲେ। ଯାହାଫଳରେ ରେଳ ବ୍ୟାରିକେଟ୍ ନିକଟରେ ବାଡ଼େଇ ହୋଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଅନ୍ୟପଟେ ଠିକାଦାର ପୁଅର ଭୁଲ୍ ପାଇଁ ୫ଜଣଙ୍କ ଜୀବନ ଚାଲିଗଲା ବୋଲି ମୃତକଙ୍କ ପରିବାର ଲୋକେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.