ପୋଲ ତିଆରି ନକରି ମିଛ ବିଲ ଦେଇ ଉଠାଇନେଲେ ଟଙ୍କା

Published By : Prameya-News7 Bureau | August 22, 2018 IST

ଭଦ୍ରକ ୨୨/୮ : ଲୋକଙ୍କ ପାଇଁ ନିର୍ମାଣ ହୋଇଥାନ୍ତା ପୋଲ । କିନ୍ତୁ ପୋଲ ତିଆରି ନ କରି ଫଲ୍ଶ ବିଲ କରି ଉଠାଇ ନେଲେ ଟଙ୍କା । ଲୋକେ କହୁଛନ୍ତି ଆମ ପାଇଁ ଆସିଥିବା ପୋଲ କାମ ହୋଇନି । ବିଭାଗୀୟ ଅଧିକାରୀ କହୁଛନ୍ତି ପୋଲ ନିର୍ମାଣ ହୋଇଛି କିନ୍ତୁ ପ୍ରସ୍ତାବିତ ଜାଗାରେ ହୋଇନାହିଁ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ଅଞ୍ଚଳରେ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଂଚାୟତର ଯନଈ ଉପରେ ଏକ ପୋଲ ନିର୍ମାଣ ପାଇଁ ଗାଁ ଲୋକ ଦାବି କରିଥିଲେ । ପୋଲ ପାଇଁ ଟେଣ୍ଡର ବି ହେଲା । କିନ୍ତୁ ପୋଲ ହେଲା ନାହିଁ । ପରେ ବୁଝୁବୁଝୁ ଜଣାପଡିଲା ଯେ ଟେଣ୍ଡର ହୋଇଛି ଆଉ କାଗଜ ପତ୍ରରେ ପୋଲ ନିର୍ମାଣ କାମ ସାରି ବିଲ ଉଠାଇ ନେଇଛନ୍ତି କଣ୍ଟ୍ରାକ୍ଟର । ଭଗବାନପୁର ଗାଁ ଦେଇ ଯାଇଛି ନୂଆ ନଈର ଶାଖା ନଇ ଯନଇ । ଏହି ଯନଇର ଦୁଇ ପାର୍ଶ୍ଵରେ ରହିଛି ପଦ୍ମପୁର, ଗୁଆଳଡିହୀ, ମେଳନଡିହ ଓ ପଳିକିରି । ଆଉ ଏହି ଠାରେ ପୋଲ ନିର୍ମାଣ ହୋଇଥିଲେ ୫ ଟି ପଂଚାୟତର ଲୋକେ ଉପକୃତ ହୋଇଥାନ୍ତେ । କିନ୍ତୁ କଣ୍ଟ୍ରାକ୍ଟର ପୋଲ ନିର୍ମାଣ ନ କରି ୭ ଲକ୍ଷ ଟଙ୍କାର ବିଲ କରିନେଇଛନ୍ତି । ଆଉ ଦୁର୍ଦଶାର ଶିକାର ହେଉଛନ୍ତି ଗାଁ ଲୋକେ । ଲୋକେ ଫଲ୍ଶ ବିଲ ହୋଇଥିବା ଜାଣିବା ପରେ ଭଦ୍ରକ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । କିନ୍ତୁ ଫଳ ଶୁନ । ଆଉ ପୋଲ ନିର୍ମାଣ ନ କରି ଫଲ୍ଶ ବିଲ ହୋଇଥିବା କଥାକୁ ସ୍ଵୀକାର କରୁନାହାନ୍ତି ଭଦ୍ରକ ଡ୍ରେନେଜ ଡିଭିଜନ ର ନିର୍ବାହୀ ଯନ୍ତ୍ରୀ । ଆଉ କହୁଛନ୍ତି ପୋଲ ନିର୍ମାଣ ହୋଇଛି କିନ୍ତୁ ପ୍ରସ୍ତାବିତ ହୋଇଥିବା ଜାଗାରେ ନ ହୋଇ ଅନ୍ୟ ଜାଗାରେ ହୋଇଛି । ଯେଉଁଠି ପୋଲ ନିର୍ମାଣ ହେଲେ ଲୋକଙ୍କୁ ସୁବିଧା ହେବ ସେହି ସ୍ଥାନ ଚିହ୍ନଟ ହୋଇଛି, ଆଉ ପୋଲ ପାଇଁ ଟେଣ୍ଡର ହୋଇଛି କିନ୍ତୁ କାଗଜ ପତ୍ରରେ ନିର୍ମାଣ କରି ଟଙ୍କା ଚଳୁ କରିଦେଉଛନ୍ତି କଣ୍ଟ୍ରାକ୍ଟର ଓ ବିଭାଗୀୟ ବାବୁ । ଦେଖିବାକୁ ବାକି ରହିଲା । ଏହି ସ୍ଥାନରେ ଆଉ ଗୋଟେ ପୋଲ ନିର୍ମାଣ ହେବା ନା ଟଙ୍କା ଖାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.