ଡ୍ରେନ୍ ସଫା ନ କରିବାରୁ କଣ୍ଟ୍ରାକ୍ଟରଙ୍କୁ କାଦୁଅରେ ବସାଇ ଦେଲେ ବିଧାୟକ, ତାପରେ ତାଙ୍କ ଉପରେ ପକାଇଲେ ଅଳିଆ

Published By : Prameya-News7 Bureau | June 13, 2021 IST

ମୁମ୍ବାଇ ୧୩/୦୬ : ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ସପ୍ତାହେ ହେଲା ବର୍ଷା ଲାଗିରହିଛି । ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଇତି ମଧ୍ୟରେ ଡ୍ରେନ ସଫା କରିବା ନେଇ ବିରୋଧୀଦଳ ନେତା ଶିବସେନାକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ଅନ୍ଧେରୀ ଅଞ୍ଚଳର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଅନ୍ଧେରୀ ଚାନ୍ଦିଭାଲି ଅଞ୍ଚଳର ଶିବସେନା ବିଧାୟକ ଦିଲୀପ ଲାଣ୍ଡେ କଣ୍ଟ୍ରାକ୍ଟରକୁ ଡ୍ରେନର ଅଳିଆ ଆବର୍ଜନା ବସାଇ ଦେଇଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓ ଚାନ୍ଦବାଲିର ସଞ୍ଜୟ ନଗର ଅଞ୍ଚଳର ଯେଉଁଠାରେ ଡ୍ରେନରେ ବହୁ ପରିମାଣର ଆବର୍ଜନା ଜମା ହେବାରୁ ରାସ୍ତାରେ ଅଳିଆ ଆବର୍ଜନା ପାଣି ପ୍ରବାହିତ ହେଉଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବିଧାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସୂଚନା ଅନୁଯାୟୀ, କଣ୍ଟ୍ରାକ୍ଟରଙ୍କୁ ଏଠାରେ ସଫେଇ କାମ ଦିଆଯାଇଥିଲା କିନ୍ତୁ ସେ ନିଜ କାମକୁ ସଚ୍ଚୋଟ ଭାବରେ କରିନଥିଲେ। ତେଣୁ ବିଧାୟକ ତାଙ୍କୁ ଉଚିତ ଶିକ୍ଷା ଦେବାକୁ ଯାଇ ଏହିଭଳି କାର୍ଯ୍ୟ କରିଛନ୍ତି । କଣ୍ଟ୍ରାକ୍ଟର ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ତାଙ୍କୁ କାଦୁଅ ରାସ୍ତାରେ ବସିବାକୁ କହିଥିଲେ । କଣ୍ଟ୍ରାକ୍ଟର ବସିବା ପରେ ସେ ତାଙ୍କ ଶ୍ରମିକମାନଙ୍କୁ ତାଙ୍କ ଉପରେ ଅଳିଆ ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ବିଧାୟକ କହିଛନ୍ତି, "କଣ୍ଟ୍ରାକ୍ଟର ତାଙ୍କ କାମ ଠିକ୍ ଭାବେ କରି ନ ଥିବାରୁ ସେ ଏହିଭଳି ପଦକ୍ଷେପ ନେଇଛନ୍ତି । ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଁ ତାଙ୍କୁ ଅନେକ ଦିନ ହେଲା ପାଣି ସମସ୍ୟାର ସମାଧାନ ପାଇଁ କହୁଥିଲେ କିନ୍ତୁ ସେ ଏବେ ଯାଏଁ ବି କରିନାହାନ୍ତି । "

wp:embed {"url":"https://twitter.com/ANI/status/1403955809575346179","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1403955809575346179
/wp:embed

ଆଗକୁ ସେ କହିଛନ୍ତି, "ଲୋକେ ମୋ ଉପରେ ଭରସା କରି ମୋତେ ବିଧାୟକ କରିଛନ୍ତି । ମୁଁ ଦଳୀୟ କର୍ମୀଙ୍କୁ ଧରି ରାସ୍ତା ସଫା କରିବାକୁ ଆସିଛି । ମୁଁ ନିଜେ ୪-୫ ଦିନ ହେଲା ନାଳ ସଫା କରୁଛି । କଣ୍ଟ୍ରାକ୍ଟର ଠିକ ଭାବେ କାମ କରିନାହାନ୍ତି ସେଥିପାଇଁ ତାଙ୍କୁ ଧରି ଏଠାକୁ ଆଣିଛି । ଯେଉଁ ଅଳିଆ ଆବର୍ଜନା ଦେଇ ଲୋକେ ଯିବା ଆସିବା କରୁଥିଲେ କଣ୍ଟ୍ରାକ୍ଟରକୁ ସେହି ଅଳିଆ ବସାଇ ଦାୟିତ୍ୱ କଣ ତାକୁ ଦୃଦୟଙ୍ଗମ କରାଇଛି ।

ସୋସିଆଲ ମିଡ଼ିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି । ମାମଲାକୁ ନେଇ ସୋସିଆଲ ମିଡ଼ିଆରେ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.