ଦିନ ଦ୍ବିପ୍ରହରରେ ସାପ୍ତାହିକ ବଜାରରେ ଠିକାଦାରଙ୍କୁ ଗୁଳିକରି ହତ୍ୟା, ମାଓବାଦୀ ସଂପୃକ୍ତି ସନ୍ଦେହ

Published By : Prameya-News7 Bureau | July 21, 2019 IST

କଳାହାଣ୍ଡି ୨୧|୭: ଦିନ ଦ୍ବିପ୍ରହରରେ ସାପ୍ତାହିକ ବଜାରରେ ଠିକାଦାରଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରାଯାଇଛି । କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବୋରପଦରରେ ସାପ୍ତାହିକ ହାଟରେ ଏହି ଅଘଟଣ ଘଟିଛି । ଫଳରେ ସଂପୃକ୍ତ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି । ମୃତକ ଠିକାଦାର ହେଲେ ପହାଡପଦର ଗାଁର ରାଜେନ୍ଦ୍ର ସାହୁ । ତାଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଫଳରେ ଘଟଣାସ୍ଥଳକୁ କେହି ଯିବା ପାଇଁ ଭୟ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ଷେ ତଳେ ଏହି ଠିକାଦାରଙ୍କ ମଟରସାଇକେଲକୁ ମାଓବାଦୀମାନେ ପୋଡିଦେଇଥିଲେ । ସାପ୍ତାହିକ ବଜାରରେ ଗୁଳିକାଣ୍ଡ ପରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକମାନେ ବଜାର ଛାଡି ଘରକୁ ଚାଲିଯାଇଛନ୍ତି । ମୃତଦେହ ଏପର୍ଯ୍ୟନ୍ତ ବଜାରରେ ପଡିରହିଛି । ମୃତକଙ୍କ ଭାଇ ବିଜେପୁର ଥାନାରେ  ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.