ପୋଲିସ ପରିଚୟ ଦେଇ ଭୁବନେଶ୍ବରର ଠିକାଦାରଙ୍କୁ ଅପହରଣ ଅଭିଯୋଗ

Published By : Prameya-News7 Bureau | August 04, 2019 IST

ନିଶ୍ଚିନ୍ତକୋଇଲି ୪|୮: ଦିନ ଦ୍ବିପ୍ରହରରେ ଥାନାର ମାତ୍ର ୨ଶହ ମିଟର ଦୂର ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ନେମାଳ ବଟରୁ ଠିକାଦାରଙ୍କୁ ଅପହରଣ ଅଭିଯୋଗ । ପୋଲିସ ପରିଚୟ ଦେଇ ୬ ଜଣ ଯୁବକ ତାଙ୍କ ସ୍ବାମୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା।

{"id":140879}

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନେମାଳ ଥାନା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରୁ ଠିକାଦାର ସୁଧେନ୍ଦୁ ମହାପାତ୍ର ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ତାଙ୍କ ଘର ଭୁବନେଶ୍ବର ଭୀମଟାଙ୍ଗି ଅଞ୍ଚଳରେ। ସେ ତାଙ୍କ ପରିବାର ସହ ଏହି ପୀଠକୁ ଆସିଥିବା ବେଳେ ଅପହରଣ  ହୋଇଥିବା ଅଭିଯୋଗ ହୋଇଛି । 

{"id":140878}

ତେବେ ଦର୍ଶନ ସାରି ଘରକୁ ଫେରିବା ସମୟରେ ସ୍ବାମୀ ସୁଧେନ୍ଦୁ ବେଢ଼ାବାହାରକୁ ଗଲାବେଳେ ଏକ କାରରେ ୬ ଜଣ ଯୁବକ ତାଙ୍କୁ ଜୋରାଜବରଦସ୍ତ ଅପହରଣ କରି ନେଇଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ଲୋପମୁଦ୍ରା । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ ସୁଧେନ୍ଦୁଙ୍କୁ ନେବାବେଳେ ବିରୋଧ କରିବାରୁ ତାଙ୍କୁ ସେମାନେ ପୋଲିସ ବୋଲି କହିବାରୁ ସେମାନେ ଚୁପ୍ ହୋଇଯାଇଥିଲେ ବୋଲି ସେ କହିଛନ୍ତି । ତେବେ ଖବରପାଇ ନେମାଳ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ସେମାନେ ଗାଡ଼ିରେ ଲଗାଇଥିବା ଏକ ନକଲି କାଗଜଲେଖା ନମ୍ବର ପ୍ଲେଟ ମଧ୍ୟ ପୋଲିସର ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.