Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ମୁରାଦନଗର ଶ୍ମଶାନ ଅଘଟଣ, ମୁଖ୍ୟ ଅଭିଯୁକ୍ତ ଠିକାଦାର ଗିରଫ

5/01/2021 at 8:49 AM

ଲକ୍ଷ୍ନୌ, ୦୫/୦୧:  ଉତ୍ତର ପ୍ରଦେଶର ମୁରାଦନଗର ସ୍ଥିତ ଶ୍ମଶାନରେ ହୋଇଥିବା ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଏହି ଅଘଟଣରେ ଶ୍ମଶାନର ଛାତ ଖସି ପଡିବାରୁ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଠିକାଦାର ତଥା ମୁଖ୍ୟ ଅଭିଯୁକ୍ତ ଅଜୟ ତ୍ୟାଗୀକୁ ଏଥିପାଇଁ ଦାୟୀ କରାଯିବା ସହ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଥିଲା ।

ଏହି ଅଘଟଣ ପାଇଁ ଠିକାଦାର, ନଗରପାଳିକାର କିଛି କର୍ମଚାରୀଙ୍କ ସମେତ ଆଉ କିଛିଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା । ପ୍ରଥମେ ଇଞ୍ଜିନିୟର ଓ ସୁପରଭାଇଜରଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ଗିରଫ ଭୟରେ ଠିକାଦାର ଫେଲାଲ ହୋଇଯାଇଥିଲେ । ତେବେ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ତାଙ୍କୁ ସୋମବାର ବିଳମ୍ବିତ ରାତିରେ ଗିରଫ କରିବାରେ ସଫଳ ହୋଇଛି ।

ପୋଲିସ ପ୍ରଥମେ ଏହି ଅଘଟଣ ପାଇଁ ଦାୟୀ କରି ମୁରାଦନଗର ନଗରପାଳିକାର କାର୍ଯ୍ୟକାରୀ ଅଧିକାରୀ ନିହାରିକା ସିଂ, ଇଞ୍ଜିନିୟର ଚନ୍ଦ୍ରପାଳ, ସୁପର ଭାଇଜର ଆଶିଷ, ଠିକାଦାର ଅଜୟ ତ୍ୟାଗୀଙ୍କ ବିରୋଧରେ ମାମଲା ରୁଜି କରି ତଦନ୍ତ ଆରମ୍ଭ କରିଥିଲା । ଆଇପିସି ଧାରା ୩୦୪, ୩୩୭, ୩୩୮,୪୨୭ ଓ ୪୦୯ରେ ମାମଲା ରୁଜୁ ହୋଇଥିଲା ।

ତେବେ ୟୁପି ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାର ତଦନ୍ତ ତଥା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିଲେ ।

   Related Posts