ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡିବା ଘଟଣା : ଠିକାଦାର ଦିଲ୍ଲୀପ ଖଟେଇଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ

Published By : Prameya-News7 Bureau | January 25, 2020 IST

ଭୁବନେଶ୍ବର ୨୫।୧: ଭୁବନେଶ୍ବର ବିମାନ ବନ୍ଦରରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡିବା ଘଟଣାରେ ଠିକାଦାର ଦିଲ୍ଲୀପ ଖଟେଇଙ୍କୁ ଅଟକ ରଖିଛି ପୋଲିସ । ଦିଲ୍ଲୀପଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ଗତକାଲି କୋଠା ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସଂପୃକ୍ତ ଠିକା ସଂସ୍ଥାର ଦକ୍ଷତା ନେଇ ପ୍ରଶ୍ନ ଉଠିଥିଲା । ଡେଡ୍‌ଲାଇନ ପୂରି ଆସୁଥିବାରୁ ଶୀଘ୍ର କାମ ସାରିବାକୁ ଉଦ୍ୟମ କରୁଥିଲା ଟେଣ୍ଡର ନେଇଥିବା ଦିଲ୍ଲୀପ କନଷ୍ଟ୍ରକସନ । ତେବେ ନିର୍ମାଣ ସମୟରେ ତ୍ରୁଟି ବିଚ୍ୟୁତି ଘଟିଥିବା ସ୍ବୀକାର କରିଥିଲେ କାମ କରୁଥିବା ଦିଲ୍ଲୀପ କନଷ୍ଟ୍ରକସନ୍‌ର ଏମ୍‌ଡି ଦିଲ୍ଲୀପ ଖଟେଇ ।

{"id":215589,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଓଡ୍ରାଫ୍ ଓ ଏନଡିଆରଏଫର ଟିମ୍ ଅଢ଼େଇ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କାର୍ଯ୍ୟ ସାରିଥିଲେ । ନିମିଷକେ ମଧ୍ୟରେ ମାଟିରେ ମିଶିଲା ପାଖାପାଖି ୧୦ ହଜାର ସ୍କୋୟାର ଫୁଟର ଛାତ । ବିମାନବନ୍ଦରରେ ଟର୍ମିନାଲ ୧ ଓ ୨କୁ ସଂଯୋଗ କରୁଥିବା ବିଲଡିଂର ଛାତ ତିଆରି କାମ ଚାଲୁଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଥିଲା ।

{"id":215596,"sizeSlug":"large"}

ଫଳରେ ଜଣେ ଶ୍ରମିକଙ୍କର ଚାପି ହୋଇ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଶ୍ରମିକ ହେଉଛନ୍ତି ଅନ୍ତର୍ଯ୍ୟାମୀ ଗୁରୁ ଓ ତାଙ୍କ ଘର ବଡ଼ମ୍ବା ନରସିଂହପୁର ଅଞ୍ଚଳର । ସେହିପରି ଆହତ ଶ୍ରମିକ ନବ କିଶୋର ସ୍ବାଇଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.