'ଲୋକେ ଚାହିଁଲେ ବୋଲି ପ୍ରାର୍ଥୀ ହେଲି, ଲୋକଙ୍କ ପାଇଁ କାମ କରିବାକୁ ଠିକାଦାରୀ ଛାଡି ରାଜନୀତିକୁ ଆସିଛି'

Published By : Prameya-News7 Bureau | January 28, 2022 IST

ଭଦ୍ରକ ୨୮।୧: ଠିକାଦାର ଭାବେ କାମ କରୁଥିଲେ, ଏବେ କିନ୍ତୁ ସାଧାରଣ ଲୋକଙ୍କ ମିଶି ଲୋକଙ୍କ ପାଇଁ କାମ କରିବା ଲକ୍ଷ୍ୟ ନେଇ ରାଜନୀତିରେ ପାଦ ଥାପିଛନ୍ତି । ଲୋକଙ୍କ କାମ ପାଇଁ ଆବଶ୍ୟକ ହେଲେ ଠିକାଦାରୀ ଛାଡିବେ ବୋଲି ମଧ୍ୟ ମନସ୍ଥ କରିଛନ୍ତି । ତେବେ ଠିକାଦାରରୁ ରାଜନୀତିକୁ ଆସି ଭଦ୍ରକ ନିର୍ବାଚନମଣ୍ଡଳୀର ଖଣ୍ଡତଡା ଗ୍ରାମପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

ତେବେ ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ କାମ କରି ଆସୁଥିଲେ । ଏଥର କିନ୍ତୁ ଲୋକଙ୍କ ପାଇଁ କାମ କରିବାକୁ ଆଶା ନେଇ ରାଜନୀତିକୁ ଆସିଛନ୍ତି । ଖଣ୍ଡତଡା ଗ୍ରାମପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଗାଁ ଗାଁ ବୁଲି ଭୋଟରଙ୍କୁ ଭୋଟ୍ ମାଗିଲେଣି । ତେବେ ଆଗାମୀ ଦିନରେ ସେ ଲୋକଙ୍କ ସହ କାମ କରିବେ ବୋଲି ମନସ୍ଥ କରିଛନ୍ତି । ଆବଶ୍ୟକ ହେଲେ ଠିକାଦାରୀ ଛାଡିବେ ବୋଲି ମଧ୍ୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.