୧୦ବର୍ଷ ତଳେ କାମ କରିଥିଲେ, ମିଳିନି ଟଙ୍କା : ପେଟ୍ରୋଲ ଢାଳି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ
26/02/2021 at 3:39 PM

ବିନିକା ୨୬।୨: ଥାନାରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ଠିକା ଟଙ୍କାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦୀର୍ଘ ୧୦ ବର୍ଷ ତଳେ ଉଲୁଣ୍ଡା ବ୍ଲକ ଝାରବାହାଲି ଗାଁ ରାସ୍ତାର ଉନ୍ନତି ପାଇଁ ୫ ଲକ୍ଷ ଟଙ୍କାର ଡିପାର୍ଟମେଣ୍ଟାଲ କାମ ହୋଇଥିଲା । ହେଲେ ୧୦ ବର୍ଷ ତଳେ କାମ ହୋଇଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ୮୭ ହଜାର ଟଙ୍କା ମିଳିନଥିବାରୁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ଝାରବାହାଲି ଗାଁର ଠିକାଦାର ତ୍ରିଲୋଚନ ପୁରୋହିତ । ନିଜ ଦେହରେ ପେଟ୍ରୋଲ ଢାଳି ଦେଇଥିବା ବେଳେ ଯୁବକଙ୍କୁ କାବୁ କରି ନେଇଥିଲେ ।
୧୦ ବର୍ଷ ତଳେ ଉଲୁଣ୍ଡା ବ୍ଲକର ଜେଇ ବିଜୟ ମୂର୍ତ୍ତି ଏଇ ଡିପାର୍ଟମେଣ୍ଟାଲ କାମର ଦାୟିତ୍ବରେ ଥିଲେ । ଏବେ ମୂର୍ତ୍ତି ବିନିକା ବ୍ଲକ କାର୍ଯ୍ୟାଳୟରେ ଜେଇ ଅଛନ୍ତି । ଗତ ୧୮ ତାରିଖରେ ଜେଇ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଶୁକ୍ରବାର ଉଭୟଙ୍କୁ ବିନିକା ଥାନା ଅଧିକାରୀ ଡାକିଥିଲେ । ହେଲେ ଠିକାଦାର ଜଣଙ୍କ ୮୭ ହଜାର ଟଙ୍କା ମିଳିନଥିବାରୁ ଥାନା ଅଧିକାରୀ ଏବଂ ଜେଇଙ୍କ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।